ଜାଡ଼ରେ ଥରହର ମହାଦେବ; ସ୍ଵେଟର ପିନ୍ଧିଛନ୍ତି କହ୍ନାଇ
ମଥୁରାରେ ଭଗବାନ ଶିବ ଶଙ୍କର, ଗଣପତି ଓ କୃଷ୍ଣଙ୍କୁ ଶୀତବସ୍ତ୍ର ଘୋଡ଼ାଇ ଦିଆଯାଇଛି
ନୂଆଦିଲ୍ଲୀ: ସାରା ଦେଶରେ ଶୀତ ଲହରୀ । ଉତ୍ତର ଭାରତରେ ପ୍ରବଳ ଶୀତ ଓ କୁହୁଡ଼ି କାରଣରୁ ଜନଜୀବନ ପ୍ରଭାବିତ ହୋଇଛି । ଯେଉଁଠାରେ ମଣିଷ ପ୍ରବଳ ଥଣ୍ଡାରୁ ବର୍ତ୍ତିବା ପାଇଁ ପ୍ରୟାସ ଜାରି ରଖିଛି ସେଠାରେ ଭଗବାନଙ୍କୁ କି ଥଣ୍ଡା ନ ଲାଗିବ କିପରି ? ଭଗବାନଙ୍କ ପାଇଁ ସବୁ ପ୍ରସ୍ତୁତି କରିଛନ୍ତି ଶ୍ରଦ୍ଧାଳୁ । ମଣିଷଙ୍କ ସହ ଦେବତାଙ୍କୁ ମଧ୍ୟ ଶୀତବସ୍ତ୍ରରେ ଦେଖିବାକୁ ମିଳିଛି । ମଥୁରାରେ ଭଗବାନ ଶିବ ଶଙ୍କର, ଗଣପତି ଓ କୃଷ୍ଣଙ୍କୁ ଶୀତବସ୍ତ୍ର ଘୋଡ଼ାଇ ଦିଆଯାଇଛି । ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ କାହ୍ନାଙ୍କୁ କିପରି ଥଣ୍ଡା ନଲାଗିବ । ସେଥିପାଇଁ ତାଙ୍କୁ ଗରମ କପଡ଼ା ପରିଧାନ କରାଯାଇଛି । କାହ୍ନାଙ୍କୁ ସ୍ୱେଟର ପିନ୍ଧାଇ ଦିଆଯାଇଛି ।