ଅର୍ଥନୀତିର ବୁଢିଆଣୀ ଜାଲ
ଟିକସଦାତାଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ୨ ଟି ବିକଳ୍ପ ।
ନୂଆଦିଲ୍ଲୀ: ଟିକସଦାତାଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ୨ ଟି ବିକଳ୍ପ । ଗୋଟିଏ ବିଗତ ବର୍ଷର ଆଇଟି ସ୍ଲାବ୍ ଓ ଦ୍ୱିତୀୟଟି ଚଳିତ ବର୍ଷର । ତେବେ ନୂଆ ବିକଳ୍ପକୁ ଯଦି ଟିକସଦାତା ଗ୍ରହଣ କରିବେ ସେମାନଙ୍କୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ ଉପରେ ୧ ଲକ୍ଷ ୯୫ ହଜାର ଟଙ୍କାର ଟିକସ ଦେବାକୁ ପଡିବ । କିନ୍ତୁ ଏଥି ପାଇଁ ତାଙ୍କୁ ସବୁ ପ୍ରକାରର ଡିସକାଉଣ୍ଟ ଓ ଟ୍ୟାକ୍ସ ଡିଡକ୍ସନ ପରିହାର କରିବାକୁ ପଡିବ ।
ଯଦି ସମାନ ଟିକସଦାତା ଡିସକାଉଣ୍ଟ ଓ ଟ୍ୟାକ୍ସ ଡିଡକ୍ସନକୁ ଗ୍ରହଣ କରି ପୁରୁଣା ସ୍ଲାବକୁ ଚୟନ କରିବ, ତେବେ ତାଙ୍କୁ ବାର୍ଷିକ ୨ ଲକ୍ଷ ୭୩ ହଜାର ଟଙ୍କା ଆଇଟି ରିଟର୍ଣ୍ଣ ଦେବାକୁ ପଡିବ । ଅର୍ଥାତ୍ ପୁରୁଣା ବଦଳରେ ଯଦି ନୂଆ ସ୍ଲାବ୍ ଗ୍ରହଣ କରାଯାଏ ତାହେଲେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟକାରୀ ଟିକସଦାତାକୁ ୭୮ ହଜାର ଟଙ୍କାର ଟିକସ ବୋଝରୁ ମୁକ୍ତି ମିଳିବ । ଯାହାକୁ ସରକାରଙ୍କର ଏହା ଏକ ଅର୍ଥନୀତି ବୁଢିଆଣୀ ଜାଲ ଏବଂ ଏଥିରେ ସବୁ ଦିଗରୁ କ୍ଷତି ବୋଲି କହିଛନ୍ତି ଅର୍ଥ ନୀତି ବିଶେଷଜ୍ଞ ।
ତେବେ ଆଉ ଏକ ଅନୁଶୀଳନରୁ ଜଣା ପଡିଛି ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ପୁରୁଣା ସ୍ଲାବ୍ ଅଧିକ ଲାଭ ଦାୟକ ହେବ । ଏହି ପର୍ଯ୍ୟନ୍ତ ଆୟ ଉପରେ ନୂଆ ସ୍ଲାବ୍ ଗ୍ରହଣ କଲେ ଅଧିକ ଟ୍ୟାକ୍ସ ପୈଠ କରିବାକୁ ହେବ । କିନ୍ତୁ ୮ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତି ନୂଆ ସ୍ଲାବରେ ଅଧିକ ଲାଭବାନ ହୋଇ ପାରିବେ । ପ୍ରତି ଏକ ଲକ୍ଷ ଟଙ୍କାର ଅତିରିକ୍ତ ଆୟ ଉପରେ ଟିକସ ସଞ୍ଚୟ ପରିମାଣ ବୃଦ୍ଧି ପାଇବ ବୋଲି ହିସାବ କହୁଛି । ତେବେ ମୋଟାମୋଟି ଭାବେ ଏହା ଏକ ଖରାପ ଆଇଟି ଯୋଜନା ଓ ଏଥିରେ ନିମ୍ନ ଓ ମଧ୍ୟ ନିମ୍ନ ବର୍ଗ ଟିକସଦାତା ବିଶେଷ କ୍ଷତି ସହିବେ ବୋଲି କହିଛନ୍ତି ପୂବର୍ତନ ଅର୍ଥ ମନ୍ତ୍ରୀ । ନୂଆ ଆୟକର ସ୍ଲାବକୁ ଇଛାଧୀନ କରାଯାଇଛି । ଏଥି ପାଇଁ କିଛିଟା ସର୍ତ୍ତ ବି ରଖାଯାଇଛି । ଆୟକର ହିସାବ ବେଳେ ପ୍ରଦାନ କରାଯାଉଥିବା ଶହେ ପ୍ରକାରର ଡିସକାଉଣ୍ଟ ଓ ଟ୍ୟାକ୍ସ ଡିଡକ୍ସନ ସଂଖ୍ୟା ହ୍ରାସ କରି ମାତ୍ର ୩୦ ମଧ୍ୟରେ ସୀମିତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥାତ ଏବେ ଯେଉଁ ୭୦ ପ୍ରକାରର ଡିସକାଉଣ୍ଟ ଓ ଟ୍ୟାକ୍ସ ଡିଡକ୍ସନ ମିଳୁଛି ତାହା ଆଗାମୀ ଏପ୍ରିଲ ପହିଲାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯିବ । ଯାହାର ପରିଣାମ ଟିକସଦାତାଙ୍କ ଉପରେ ସିଧା ସଳଖ ପଡିବ ।
ଆହୁରି ପଢ଼ନ୍ତୁ; ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ