ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ଆସିପାରେ ନୂଆ ଫାଶୀ ତାରିଖ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତକାଲି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ରାଜକ୍ଷମା ଫାଇଲକୁ ଗୃହ ମନ୍ତ୍ରଣାଳୟକୁ ପଠାଇଥିବା ବେଳେ ଆଜି ଗୃହ ମନ୍ତ୍ରଣାଳୟ ତାହାକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପଠାଇଦେଇଛି। ଉପରାଜ୍ୟପାଳ ଅଭିଯୁକ୍ତ ମୁକେଶ ଦେଇଥିବା ରାଜକ୍ଷମା ଯାଚିକାକୁ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଫାଶୀ ପାଇଁ ଏତିକି ଟଙ୍କା ପାଇବେ ଜଲ୍ଲାଦ ପବନ


ତେବେ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ପଟିଆଲା ହାଉସ କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶକୁ ଖାରଜ କରିବା ପାଇଁ ଅଭିଯୁକ୍ତ ମୁକେଶ ଏକ ମାମଲା ରୁଜୁ କରିଥିଲା। ମାତ୍ର ତାହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ବିଚାରପତି ମନମୋହନ ଏବଂ ସଙ୍ଗିତା ଢିଗରା ସେହଗାଲଙ୍କୁ ନେଇ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଥିଲେ। ଶୁଣାଣି କରିବା ସହିତ ଖଣ୍ଡପୀଠ ଅଭିଯୁକ୍ତ ମୁକେଶଙ୍କ ଓକିଲଙ୍କୁ ମାମଲାର ସବିଶେଷ ତଥ୍ୟ ଦେବାକୁ କହିଥିଲେ। 


ସେପଟେ ମୁକେଶଙ୍କ ଓକିଲ ରେବେକା ଜନ ଏବଂ ବୃନ୍ଦା ଗ୍ରୋଭର କହିଥିଲେ କି ଆମେମାନେ ଖୁବ ଶୀଘ୍ର ପଟିଆଲା ହାଉସ କୋର୍ଟକୁ ପୁଣି ଥରେ ଯିବ। ସେପଟେ ଗତ ୧୪ ତାରିଖରେ ବିନୟ କୁମାର ଏବଂ ମୁକେଶଙ୍କ ଦ୍ୱାରା ଦାୟର କରାଯାଇଥିବା କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଥିଲେ।