ନିର୍ଭୟା ମାମଲା: ଫାଶୀ ପାଇଁ ଏତିକି ଟଙ୍କା ପାଇବେ ଜଲ୍ଲାଦ ପବନ...
Advertisement
Article Detail0/zeeodisha/odisha625872

ନିର୍ଭୟା ମାମଲା: ଫାଶୀ ପାଇଁ ଏତିକି ଟଙ୍କା ପାଇବେ ଜଲ୍ଲାଦ ପବନ...

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଯେତିକି ସମ୍ବେଦନଶୀଳ ହୋଇ ପଡ଼ିଥିଲା, ସେତିକି ଆଇନ ବ୍ୟବସ୍ଥା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦେଶ କରିଥିଲା. ଦୋହଲାଇ ଦେଇଥିଲା ଭାରତର ଆଇନ ବ୍ୟବସ୍ଥାକୁ. ତେବେ ଦୀର୍ଘ ୭ ବର୍ଷର ସଂଘର୍ଷ ଓ ପ୍ରତିକ୍ଷା ପରେ ଯେତେବେଳେ ଅଭିଯୁକ୍ତମାନଙ୍କୁ ଫାଶୀ ଦେବାର ସମୟ ଆସିଛି, ସେତେବେଳେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି. ଫାଶୀର ଦିନ ଯେତେ ନିକଟତର ହେଉଛି ସେତିକି ପ୍ରତିବନ୍ଧକ ଓ ରାଜନୈତିକ ସ୍ତରରେ ବାଧା ସୃଷ୍ଟି ହେଉଛି. ତେବେ ସେ ଯାହା ବି ହେଉ, ବର୍ତ୍ତମାନ ତମାମ ଦେଶକୁ ସବୁ ବର୍ଗର ଲୋକଙ୍କୁ ଅପେକ୍ଷା କେବେ ଝୁଲିବେ ଏହି ନରରାକ୍ଷସମାନେ. 

ଫାଶୀ ପାଇଁ ଏତିକି ଟଙ୍କା ପାଇବେ ଜଲ୍ଲାଦ ପବନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଯେତିକି ସମ୍ବେଦନଶୀଳ ହୋଇ ପଡ଼ିଥିଲା, ସେତିକି ଆଇନ ବ୍ୟବସ୍ଥା ଉପରେ ମଧ୍ୟ ଅଙ୍ଗୁଳି ନିର୍ଦେଶ କରିଥିଲା. ଦୋହଲାଇ ଦେଇଥିଲା ଭାରତର ଆଇନ ବ୍ୟବସ୍ଥାକୁ. ତେବେ ଦୀର୍ଘ ୭ ବର୍ଷର ସଂଘର୍ଷ ଓ ପ୍ରତିକ୍ଷା ପରେ ଯେତେବେଳେ ଅଭିଯୁକ୍ତମାନଙ୍କୁ ଫାଶୀ ଦେବାର ସମୟ ଆସିଛି, ସେତେବେଳେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି. ଫାଶୀର ଦିନ ଯେତେ ନିକଟତର ହେଉଛି ସେତିକି ପ୍ରତିବନ୍ଧକ ଓ ରାଜନୈତିକ ସ୍ତରରେ ବାଧା ସୃଷ୍ଟି ହେଉଛି. ତେବେ ସେ ଯାହା ବି ହେଉ, ବର୍ତ୍ତମାନ ତମାମ ଦେଶକୁ ସବୁ ବର୍ଗର ଲୋକଙ୍କୁ ଅପେକ୍ଷା କେବେ ଝୁଲିବେ ଏହି ନରରାକ୍ଷସମାନେ. 

ଅଧିକ ପଢନ୍ତୁ: ଫାଶୀ ବେଳେ ଜଲ୍ଲାଦ ଯଦି ଅଚେତ ହୁଅନ୍ତି...

ସେପଟେ ଏହି ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲ ତୟାର. ଜେଲ ପ୍ରଶାସନ ମଧ୍ୟ ପ୍ରସ୍ତୁତି କାର୍ଯ୍ୟ ସାରିଲେଣି. ସମସ୍ତ ପ୍ରାକ ପ୍ରସ୍ତୁତି ସାରିବା ସହିତ ଜଲ୍ଲାଦମାନଙ୍କୁ ମଧ୍ୟ ପ୍ରସ୍ତୁତ କରିସାରିଲେଣି. ୩ଥର ଡମି ଫାଶୀ ମଧ୍ୟରୁ ଥରେ ସରିଲାଣି. ଚାରି ଦୋଷୀଙ୍କ ମଧ୍ୟରୁ ଜଣଙ୍କୁ ଜଲ୍ଲାଦ ଝୁଲାଇବାକୁ ଥିବା ବେଳେ ଅନ୍ୟ ୩ ଜଣଙ୍କୁ ଜେଲ କର୍ତ୍ତୃପକ୍ଷ ଫାଶୀ ଦେବେ ବୋଲି ଜଣାପଡ଼ିଛି. 

ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଫାଶୀ ପୂର୍ବରୁ ଥିବା ସମସ୍ତ ପ୍ରକ୍ରିୟାକୁ ଜଲ୍ଲାଦ ହିଁ ପୁରଣ କରିବେ. ସେମାନଙ୍କୁ ଅନ୍ଧାରୀ କୋଠରୀରୁ ଜଲ୍ଲାଦ ଫାଶୀ ଖୁଣ୍ଟ  ପର୍ଯ୍ୟନ୍ତ ଆଣିବେ. ଖୁଣ୍ଟିରେ ଛିଡ଼ା କରାଇବା ଦାୟିତ୍ୱ ମଧ୍ୟ ଜଲ୍ଲାଦଙ୍କର ରହିଥାଏ. ତେବେ ଏଥିପାଇଁ ଜଲ୍ଲାଦ ୫ ରୁ ୬ ହଜାର ଟଙ୍କା ପାଉଥିବା ବେଳେ ନିର୍ଭୟା ଦୋଷୀଙ୍କୁ ଝୁଲାଇବା ପାଇଁ ତାଙ୍କୁ ଅତିରିକ୍ତ ଅର୍ଥ ଦିଆଯିବ ବୋଲି ଜଣାପଡ଼ିଛି. ପ୍ରତି ଅଭିଯୁକ୍ତ ପାଇଁ ଅଧିକ ୧୫ ହଜାର ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି. ଫଳରେ ଜଲ୍ଲାଦ ଅଧିକ ପ୍ରାୟ ୬୦ ହଜାର ଟଙ୍କା ପାଇବେ ବୋଲି ଜଣାପଡ଼ିଛି. 

ଅଧିକ ପଢନ୍ତୁ: ପରଦା ପଛର ନାୟକ ଶରଦ ପାଓ୍ୱାର! ମୁଣ୍ଡ ନୁଆଁଇଲେ ସଞ୍ଜୟ

ସୂଚନା ଯୋଗ୍ୟ ଆସନ୍ତା ୨୨ ତାରିଖରେ ସକାଳ ପ୍ରାୟ ୭ଟାରେ ସେମାନଙ୍କ ମୁହଁରେ ସେଲରେ ହିଁ କଳା କପଡ଼ା ଢାଙ୍କି ଦିଆଯିବ. ଏହି କପଡ଼ା ଢାଙ୍କି ଦିଆଯିବା ପରେ ସେମାନଙ୍କୁ ଫାଶୀ ଖୁଣ୍ଟ ନିକଟକୁ ଅଣାଯିବ. ସେମାନଙ୍କୁ ଫାଶୀ ଖୁଣ୍ଟ ଦେଖାଇ ଦିଆଯିବ ନାହିଁ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି.