ନୂଆଦିଲ୍ଲୀ: ଜୀବନର ଅନ୍ତିମ ସମୟରେ କରିବେ ପୂଣ୍ୟ ଅର୍ଜନ। ନିଜର ପାପକର୍ମ ପାଇଁ କରିବେ ଅନୁତପ୍ତ। ଏଭଳି କାହାଣୀ ସୃଷ୍ଟି ହୋଇଛି ଜେଲର ଚାରିକାନ୍ଥ ମଧ୍ୟରେ ଦଣ୍ଡ ଭୋଗୁଥିବା ୪ ନିର୍ଭୟା ଦୋଷୀଙ୍କ କ୍ଷେତ୍ରରେ। ତେବେ ରାକୋ ନାମକ ଏ ସଂସ୍ଥା ଅଭିଯୁକ୍ତମାନଙ୍କୁ ଅଙ୍ଗଦାନ କରିବାକୁ ମନାଇବେ ବୋଲି ଜଣାପଡ଼ିଛି। ଏନେଇ ଏକ ଯାଚିକା ଦାୟର କରାଯାଇଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ରାକୋ ନାମକ ସଂସ୍ଥା ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଦୋଷୀମାନଙ୍କୁ ଭେଟିବା ପାଇଁ ଯାଚିକା ଦାୟର କରିଛି। ଏହି ଯାଚିକାରେ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆଧ୍ୟାତ୍ମିକ ଗୁରୁ, ଡାକ୍ତର ଏବଂ ଏକ୍ସପର୍ଟମାନଙ୍କୁ ନିର୍ଭୟା ଦୋଷୀମାନଙ୍କୁ ଭେଟିବାକୁ ଅନୁମତି ଦିଆଯାଉ। ଏହା ସହିତ ସଂସ୍ଥା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେମାନେ ଦୋଷୀମାନଙ୍କୁ ଭେଟିବା ସହିତ ସେମାନଙ୍କୁ ଏହି ପୁଣ୍ୟକାମ ପାଇଁ ଅନୁମତି ମାଗିବୁ। ଏହା ସହିତ ସେମାନଙ୍କୁ ନିଜର କରିଥିବା ପାପ କାମ ପାଇଁ ପୂଣ୍ୟ ଅର୍ଜନ କରିବାକୁ ଅନୁରୋଧ କରିବୁ ବୋଲି ଉକ୍ତ ଯାଚିକାରେ ଲେଖାଯାଇଛି। 


ସଂସ୍ଥା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ଦୋଷୀମାନେ ଅଙ୍ଗଦାନ କରିବାକୁ ରାଜି ହୁଅନ୍ତି, ତେବେ ଏହା ମାଧ୍ୟମରେ ସେମାନଙ୍କ ପରିବାରକୁ ଅନେକ ସାହାଯ୍ୟ ମିଳିପାରିବ। ଏପରିକି ସେମାନଙ୍କୁ ଏହି ଜଘନ୍ୟ ଅପରାଧରୁ ମିଳିଥିବା ଲଜ୍ଜ୍ୟାରୁ ସାମାନ୍ୟ ମୁକ୍ତି ମିଳିବି। କିଛି ପରିମାଣରେ ଆଜିର ସମାଜରେ ସେମାନଙ୍କୁ ସମ୍ମାନ ମିଳିବାରେ ଅଙ୍ଗଦାନ କରିବା ଦ୍ୱାରା ମିଳିପାରିବ ବୋଲି ଜଣାପଡ଼ିଛି। 


ଉକ୍ତ ଯାଚିକାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦୋଷୀମାନଙ୍କୁ କେବଳ ମୃତ୍ୟୁ ହିଁ ମିଳିବ ନାହିଁ, ବରଂ ଏହି ଅଙ୍ଗଦାନ ଦ୍ୱାରା ଅନ୍ୟ କେହି ମଧ୍ୟ ଜୀବନ ପାଇ ପାରିବ। ଏହା ସହିତ ଜଣେ ଦୋଷୀ ଅଙ୍ଗଦାନ କରିବା ଦ୍ୱାରା ସମାଜକୁ ଏକ ଭଲ ବାର୍ତ୍ତା ଯିବ ବୋଲି ଉକ୍ତ ଯାଚିକାରେ ଲେଖାଯାଇଛି।