ନୂଆଦିଲ୍ଲୀ: ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳକୁ ନେଇ ଏବେ ଦେଶର ବିରୋଧୀମାନେ ବିଜେପି ପ୍ରତି ଏକ ପ୍ରକାର ଆକ୍ରମଣାତ୍ମକ ମନୋଭାବ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳକୁ ନେଇ ଶିବସେନାର ସଦସ୍ୟ ସଞ୍ଜୟଙ୍କ ମନ୍ତବ୍ୟ ବିଜେପିକୁ କଟା ଘାରେ ଚୂନ ମାରିବା ସଦୃଶ ହୋଇଥିବା ବେଳେ ଏବେ କଂଗ୍ରେସର ବରିଷ୍ଠ ନେତା ପି। ଚିଦାମ୍ବରମ ବିଜେପିକୁ ବେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ବିଜେପିର କାହାଣୀ ରହିଥିଲା ଅତ୍ୟନ୍ତ ଦୁଃଖଦ। ଦୁଇଟି ବଡ଼ ବଡ଼ ରାଜ୍ୟରୁ ସତ୍ତା ହରାଇଛି ବିଜେପି। ମହାରାଷ୍ଟ୍ରରେ ବିଜେପିର ଦେବେନ୍ଦ୍ର ଫଡନାବିସ ବିଜୟ ହାସଲ କରିଥିବା ବେଳେ ଦଳ କିନ୍ତୁ ସତ୍ତା ହରାଇଛି। 


COMMERCIAL BREAK
SCROLL TO CONTINUE READING

ତେବେ ଆଜି ଝାଡ଼ଖଣ୍ଡ ନିର୍ବାଚନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ପି। ଚିଦାମ୍ବରମ। ଏନେଇ ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି କି, 2019 ବର୍ଷ ବିଜେପି ପାଇଁ ରହିଥିଲା। ଏହି ବର୍ଷ ବିଜେପିକୁ ଅନେକ ପରାଜୟର ସମ୍ମୁଖିନ ହେବାକୁ ପଡ଼ିଛି। ଦେଶରୁ ବିଜେପିର ଗଡ଼ କୁହାଯାଉଥିବା ରାଜ୍ୟ ଗୁଡ଼ିକରେ ହିଁ ଦଳକୁ ପରାଜୟର ସମ୍ମୁଖିନ ହେବାକୁ ପଡ଼ୁଛି ବୋଲି ସେ କହିଥିଲେ। ଏହା ସହିତ ସେ ଝାଡ଼ଖଣ୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। କଂଗ୍ରେସ ଓ ଆଞ୍ଚଳିକ ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। 



ସେହିଭଳି ହରିଆଣାରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ମହାରାଷ୍ଟ୍ରରେ ମଧ୍ୟ ଏକକ ବିଜୟ ହାସଲ କରିବାରେ ବିଫଳ ହୋଇଛି ଦଳ। ଶିବସେନା ସହ ମେଣ୍ଟ କରି ସରକାର ଗଢିବାକୁ ପ୍ରୟାସ କରୁଥିଲେ ମଧ୍ୟ ତାହା ବିଫଳ ହୋଇଛି। ସେହିପରି ଆଜି ଝାଡ଼ଖଣ୍ଡରେ ମଧ୍ୟ ବିଜେପିର ହାତ ଛାଡ଼ିଛନ୍ତି ରାଜ୍ୟବାସୀ। ଏଭଳି ସ୍ଥଳେ ଦେଶର ସମ୍ବିଧାନକୁ ବଞ୍ଚାଇବା ପାଇଁ ଅଣବିଜେପି ଦଳଗୁ଼ଡ଼ିକ କଂଗ୍ରେସ ସହିତ ଆଗକୁ ଆସିବା ଆବଶ୍ୟକ ବୋଲି ସେ ଟ୍ୱିଟ ମାଧ୍ୟମରେ କହିଛନ୍ତି। 


ବିଦ୍ଧିବଦ୍ଧ ଭାବେ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟରେ ଜେଏମଏମ ନେତୃତ୍ୱରେ କଂଗ୍ରେସ ଓ ଆରଜେଡ଼ି ମେଣ୍ଟ ସରକାର ଗଢିବାକୁ ଯାଉଛନ୍ତି। ଜେଏମଏମର ଦୁଇ ସହଯୋଗୀ କଂଗ୍ରେସ ଓ ଆରଜେଡ଼ିର ସମର୍ଥନରେ ହେମନ୍ତ ସୋରେନ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି।