ପ୍ରବଳ ଗରମ ହେତୁ ଚୋରି କରିବାକୁ ଯାଇ ACରେ ଶୋଇଲା ଚୋର: ସକାଳୁ ଗିରଫ କଲା ପୋଲିସ
Advertisement
Article Detail0/zeeodisha/odisha2276789

ପ୍ରବଳ ଗରମ ହେତୁ ଚୋରି କରିବାକୁ ଯାଇ ACରେ ଶୋଇଲା ଚୋର: ସକାଳୁ ଗିରଫ କଲା ପୋଲିସ

ଉତ୍ତର ପ୍ରଦେଶ କ୍ୟାପିଟାଲ ସିଟି ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି ଚୋରି ଘଟଣା । ଯେଉଁଥିରେ ଚୋର ଚୋରି କରିବାକୁ ଯାଇ ନିଆରା ଅନ୍ଦାଜରେ ଧରା ପଡିଥିଲା

ପ୍ରବଳ ଗରମ ହେତୁ ଚୋରି କରିବାକୁ ଯାଇ ACରେ ଶୋଇଲା ଚୋର: ସକାଳୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ସୁନା ଗହଣା, ନଗଦ ଟଙ୍କା ଭଳି ମୂଲ୍ୟବାନ ଜିନିଷ ପଦାର୍ଥ ଚୋରି ପାଇଁ ସ୍ବପ୍ନ ଦେଖିଥିଲା । ଏହି ଲକ୍ଷ୍ୟରେ ଦୁର୍ବୃତ୍ତ ଜଣକ ଡାକ୍ତରଙ୍କ ଘରେ ପଶିଥିଲା । ପ୍ରଥମେ ଘରେ ଲାଗିଥିବା ଗିଜର, ଇନଭର୍ଟର ଓ ମୋଟର ଆଦିର ବ୍ୟାଟେରୀ ଖୋଲିଥିଲା । ଭୀଷଣ ଗରମ ଯୋଗୁଁ ଚୋର ଜଣକ ଏସି ଅନ୍‌ କରି କିଛି ସମୟ ବିଶ୍ରାମ ନେବା ପାଇଁ ଚିନ୍ତା କରିଥିଲା । ଆଉ ବିଶ୍ରାମ ନେଉ ନେଉ ଗଭୀର ନିଦ୍ରାରେ ଶୋଇବା ପରେ ଆଖି ଖୋଲିଲା ବେଳକୁ ସ୍ବାଗତ ପାଇଁ ଥିଲା ପୋଲିସ । ଉତ୍ତର ପ୍ରଦେଶ କ୍ୟାପିଟାଲ ସିଟି ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି ଏକ  ଚୋରି ଘଟଣା ।

ଲକ୍ଷ୍ନୌ ଗାଜିପୁର ଥାନା ଅନ୍ତର୍ଗତ ଇନ୍ଦିରାନଗରର ସେକ୍ଟର 20ରେ ଡକ୍ଟର ସୁନୀଲ ପାଣ୍ଡେ ରୁହନ୍ତି । ତାଙ୍କ ଘର ଅଧିକାଂଶ ସମୟ ବନ୍ଦ ରହିଥାଏ । ରବିବାର ସକାଳେ ଡାକ୍ତର ସୁନୀଲଙ୍କ ନିକଟକୁ ପଡ଼ୋଶୀଙ୍କ ଫୋନକଲ୍‌ ଆସିଥିଲା । ତାଙ୍କ ଘର ଖୋଲା ଥିବା ନେଇ ପଡ଼ୋଶୀ ଜଣକ ଡାକ୍ତରବାବୁଙ୍କୁ ସୂଚିତ କରିଥିଲେ । ଏହାପରେ ଡାକ୍ତର ଜଣକ ସଙ୍ଗେ ସଙ୍ଗେ ଘରେ ପହଞ୍ଚିଥିଲେ ଏବଂ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘର ଡ୍ରଇଙ୍ଗ ରୁମରେ ଶୋଇଥିବା ଦେଖିବାକୁ ପାଇଥିଲେ । ଘରେ ଲାଗିଥିବା ମୋଟର, ଗିଜର, ଇନଭର୍ଟର ବ୍ୟାଟେରୀ ଖୋଲା ପଡିଥିବା ବେଳେ ଘରେ ଏଣେତେଣେ ଜିନିଷ ପଡ଼ିଥିଲା ।

ଏହାପରେ ଡାକ୍ତର ଚୋରି ହୋଇଥିବା ଜାଣି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଡ୍ରଇଙ୍ଗରୁମରେ ଶୋଇଥିବା ଚୋରକୁ ନିଦରୁ ଉଠାଇଥିଲେ । ଏହି ଚୋର ଜଣକ ଗାଜିପୁର ସମୌଧିପୁର ଅଞ୍ଚଳର କପିଲ ବୋଲି ଜଣାପଡ଼ିଛି । ଶନିବାର ବିଳମ୍ବିତ ରାତିରେ ଚୋର ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଡାକ୍ତରଙ୍କ ଘରେ ପଶିଥିଲା । ଚୋରି କରିବା ପାଇଁ ଆସିଥିବା ବେଳେ ଚୋର ମଦ ପିଇଥିଲା । ଏହାପରେ କିଛି ବ୍ୟାଟେରୀ ଖୋଲିବା ପରେ ସେ ଡ୍ରଇଙ୍ଗରୁମରେ ପହଞ୍ଚିଥିଲା । ଏହାପରେ ଭୀଷଣ ଗରମ ଯୋଗୁଁ ଏସି ଚଲାଇ ସେ ଶୋଇପଡ଼ିଥିଲା ।

ଏନେଇ ଗାଜିପୁର ଇନ୍ସପେକ୍ଟର ବିକାଶ ରାୟ କହିଛନ୍ତି ଯେ ଅଭିଯୁକ୍ତ କପିଲ ଏକ ଚୋର ଗ୍ୟାଙ୍ଗର ସଦସ୍ୟ । ଏହି ଅଞ୍ଚଳରେ ହୋଇଥିବା ଅନେକ ଚୋରି ଘଟଣାରେ ସେ ସାମିଲ ଅଛି । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲକୁ ପଠାଯାଇଛି।

Writing By- Tapasa gyanadarsini samal

Also Read- ଫନିକୁ ପୂରିଲା ୫ ବର୍ଷ: ଆଜି ବି ସତେଜ ରହିଛି ପ୍ରକୃତିର ସେହି ତାଣ୍ଡବ