ହିନ୍ଦୁଙ୍କୁ ଖାଦ୍ୟ ଦେଲାନି ପାକିସ୍ତାନ, ସମଗ୍ର ବିଶ୍ୱ କରୁଛି ନିନ୍ଦା...
କୋରୋନା ସଂକଟ ସମୟରେ ପାକିସ୍ତାନକ କଡ଼ା ନିନ୍ଦା କରିଛି ଆମେରିକା। ଏହାର କାରଣ ମଧ୍ୟ ବେଶ ଅଜବ। ପାକିସ୍ତାନ କୋରୋନା ସଂକଟ ସମୟରେ ହିନ୍ଦୁ ଓ ଇସାଇ ସମ୍ପ୍ରଦାୟର ଲୋକମାନଙ୍କୁ ଖାଦ୍ୟ ନଦେବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଆମେରିକା ପାକିସ୍ତାନକୁ କଡ଼ା ଭାଷାରେ ନିନ୍ଦା କରିଛି। ଏହା ସହିତ ଆମେରିକାର ଏକ ସଂଗଠନ ଘଟଣା ସମ୍ପର୍କରେ ଅଧିକ ତଥ୍
ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ପାକିସ୍ତାନକ କଡ଼ା ନିନ୍ଦା କରିଛି ଆମେରିକା। ଏହାର କାରଣ ମଧ୍ୟ ବେଶ ଅଜବ। ପାକିସ୍ତାନ କୋରୋନା ସଂକଟ ସମୟରେ ହିନ୍ଦୁ ଓ ଇସାଇ ସମ୍ପ୍ରଦାୟର ଲୋକମାନଙ୍କୁ ଖାଦ୍ୟ ନଦେବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଆମେରିକା ପାକିସ୍ତାନକୁ କଡ଼ା ଭାଷାରେ ନିନ୍ଦା କରିଛି।
ଏହା ସହିତ ଆମେରିକାର ଏକ ସଂଗଠନ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମଧ୍ୟ ହାସଲ କରିବାକୁ ପ୍ରୟାସ କରୁଥିବା ଜଣାପାଡ଼ିଛି। ଆମେରିକା ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ସମ୍ବନ୍ଧୀୟ ଆମେରିକା ଆୟୋଗର ଆୟୁକ୍ତ ଅରୁଣିମା ଭାର୍ଗବ କହିଛନ୍ତି କି, ସମଗ୍ର ବିଶ୍ୱରେ କୋଭିଡ଼ ୧୯ର ପ୍ରକୋପ ଜାରି ରହିଛି। ଏହାରି ମଧ୍ୟରେ ପାକିସ୍ତାର ସମ୍ବେଦନଶୀଲ ତଥା ଦୁର୍ବଳ ଶ୍ରେଣୀର ଲୋକମାନେ ବର୍ତ୍ତମାନ ରାସ୍ତାରେ। ପ୍ରତିଦିନ ବଞ୍ଚିବା ପାଇଁ ସେମାନେ ସଂଘର୍ଷ ଜାରି ରଖିଛନ୍ତି। ସେମାନଙ୍କୁ ଓ ସେମାନଙ୍କ ପରିବାରର ସଦସ୍ୟଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଇ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଖାଦ୍ୟ ଦେବାକୁ ମନା କରିବା ଗୁରୁତର ଅପରାଧ ବୋଲି ସେ କହିଛନ୍ତି।
ହିନ୍ଦୁ ଓ ଇସାଇ ସମ୍ପ୍ରଦାୟର ଲୋକମାନଙ୍କୁ ଖାଦ୍ୟ ନ ଦିଆଯିବା ଘଟଣାକୁ ନେଇ ସେ ଅତ୍ୟନ୍ତ ବ୍ୟଥିତ ରହିଥିବା ବେଳେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବୋଲି ସେ କହିଛନ୍ତି। ଏଭଳି ଘଟଣାକୁ ସମଗ୍ର ବିଶ୍ୱ ସ୍ତରରେ ମଧ୍ୟ ନିନ୍ଦା କରିଛି। ସୂଚନା ଯୋଗ୍ୟ କୋରୋନା ସଂକଟ ସମୟରେ କେବଳ ମୁସଲମାନ ମାନଙ୍କୁ ସହାୟତା କରିବାକୁ ପାକିସ୍ତାନ ଆଗେଇ ଆସିଛି। କିନ୍ତୁ ହିନ୍ଦୁ ଓ ଇସାଇ ସମ୍ପ୍ରଦାୟର ଲୋକମାନଙ୍କୁ ଖାଦ୍ୟ ଦେବାକୁ ମନା କରିଦେଇଥିବା ଘଟଣା ବର୍ତ୍ତମାନ ସମଗ୍ର ବିଶ୍ୱରେ ନିନ୍ଦା କରାଯାଇଛି।