ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ
ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି।
ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକୁ ଅଭିଯୁକ୍ତ କେମିତି ଓ କାହିଁକି ମାରିଥିଲା, ତାହା ବର୍ଣ୍ଣନା କରିଛନ୍ତି।
ଅରୁଣ କହିଛନ୍ତି କି,
ପରୀର ପଡ଼ୋଶୀ ସରୋଜ ସେଠୀକୁ ଗିରଫ କରିଛି ଏସାଇଟି ।
ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ ।
ଅଧିକ ପ୍ରମାଣ ପାଇଁ ଯଦୁପୁର ଗାଁ ପୋଖରୀକୁ ଶୁଖାଯାଉଛି ।
ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତଦନ୍ତ କରାଯାଉଛି ।
ଏହି ଘଟଣାର କୌଣସି ପ୍ରତ୍ୟେକ୍ଷଦର୍ଶୀ ନାହାନ୍ତି ।
୨୨ ବର୍ଷ ଅଭିଜ୍ଞତା ମଧ୍ୟରେ ସବୁଠାରୁ ବିଭତ୍ସ ।
ପରୀର ଘରଠାରୁ ସରୋଜର ଘର ପାଖାପାଖି ୨ ଶହ ମିଟର ।
ସରୋଜର ସାନଭଉଣୀ ସହ ପରୀର ଭଲ ସମ୍ପର୍କ ଥିଲା ।
ସରୋଜ ଘରେ ଥିବା ଜମ୍ମୁକୋଳି ଗଛକୁ ପାଖପଡ଼ୋଶୀର ପିଲାମାନେ ଖାଇବାକୁ ଯାଇଥାନ୍ତି।
୧୪ ତାରିଖରେ ଦିନ ପରୀ ଏକା ଜାମୁକୋଳି ଖାଇବାକୁ ଯାଇଥିଲା ।
ସରୋଜର ବାପା ନାହିଁ । ମା ଓ ସାନଭଉଣୀ ଚାକିରି କରୁଛନ୍ତି । ବଡ଼ ଭଉଣୀ ବାହା ହୋଇଯାଇଛି ।
ସରୋଜ ପରୀକୁ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲା ।
ପରୀ ଏଥିରେ ବାଧା ଦେବାରୁ ତାକୁ ତଣ୍ଟି ଚିପି ହତ୍ୟା କରିଥିଲା ।
ଅଶ୍ଲୀଳ ଫିଲ୍ମ ଦେଖି ଏସବୁ କରିଥିବା କହିଛି ।
ମୃତଦେହ ସହ ଦୁଷ୍କର୍ମ କରିବା ପରେ ଏକ ଝୋଟ ବସ୍ତାରେ ଶବକୁ ପୁରାଇଥିଲା ।
ବସ୍ତାରେ ମୃତଦେହ ଓ ପିନ୍ଧା ବସ୍ତ୍ର ପୁରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା ।
ପରୀର ପିନ୍ଧାବସ୍ତ୍ର ମଧ୍ୟରୁ ଗୋଟିକୁ ନେବାକୁ ଭୁଲି ଯାଇଥିଲା ସରୋଜ ।
ସରୋଜ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ମୋବାଇଲରେ ପର୍ଣ୍ଣୋଗ୍ରାଫି ରଖି ଲକ ପକାଇଥିଲା ।
ଘଟଣା ପୂର୍ବଦିନ ରାତିରେ ପର୍ଣ୍ଣ ଫିଲ୍ମ ଦେଖିଛି ।
ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା କହିଛି ସରୋଜ ।
ରାତିସାରା ଫିଲ୍ମ ଦେଖିବାକ ପରେ ଝିଅଟି ଆସିବାରୁ ଏପରି କରିଥିବା କହିଛି ସରୋଜ ।
ପ୍ରତ୍ୟେକ୍ଷଦର୍ଶୀ ସମ୍ପର୍କରେ ସୂଚନା ନାହିଁ ।
ପ୍ରତ୍ୟେକ୍ଷଦର୍ଶୀ ନଥିବାରୁ ସାଇଣ୍ଟିଫିକ କାରଣକୁ ଏକାଠି କରୁଛୁ ।
ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGRକୁ ପଠାଯିବ ।
ତା ଖରୁ ବାହାରିଥିବା ଗଛଡାଳକୁ NIPGRକୁ ପଠାଯିବ ।
ପ୍ରଥମେ ପଲିଗ୍ରାଫ କରିବାକୁ ସରୋଜ ଅରାଜି ହେଉଥିଲା ।
ପଲିଗ୍ରାଫ ଟେଷ୍ଟରେ ତାର ଉତ୍ତର ମିଛ ଥିବା ଜଣାପଡ଼ିଥିଲା ।
ଘଟଣା ପରେ ୨ ଜଣଙ୍କୁ ଏକଥା ଜଣାଇଥିବା ସେ କହିଛି ।
ସେଥିରୁ ଜଣଙ୍କ ସହିତ କଥା ବେଳେ ଜଣଙ୍କ ଅଡ଼ିଓ ଓ ଭିଡ଼ିଓ ଅନ ଥିଲା ।
ଆମକୁ ସେହି ଭିଡ଼ିଓ ଓ ଅଡ଼ିଓ ବଡ଼ ପ୍ରମାଣ ଭାବେ ମିଳିପାରିବ ।
ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇନଥିବା ରିପୋର୍ଟରେ ଆସିଥିବା ଜଣାପଡ଼ିଛି ।