ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୧୫ ଆସନରେ ମତଦାନ ହେଉଛି । ମଇଦାନରେ ଅଛନ୍ତି ମୋଟ ୨୨୧ ପ୍ରାର୍ଥୀ । ସେହିପରି ୪୭, ୮୫, ୦୦୯ ଭୋଟର ରହିଛନ୍ତି । ଭୋଟଦାନରେ ସମସ୍ତେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । 



COMMERCIAL BREAK
SCROLL TO CONTINUE READING

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୨୨ ମହିଳା ଏବଂ ଜଣେ ତୃତୀୟଲିଙ୍ଗୀ ପ୍ରାର୍ଥୀ ବି ରହିଛନ୍ତି । ଭୋଟରଙ୍କ ମଧ୍ୟରେ ୨୨,୪୪,୧୩୪ ଜଣ ମହିଳା ଅଛନ୍ତି । ଅନ୍ୟପଟେ ୮୧ ତୃତୀୟଲିଙ୍ଗୀ ଭୋଟର ମଧ୍ୟ ରହିଛନ୍ତି । ୬ ହଜାର ୧୦୧ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ୧୫ ଆସନରୁ ୩ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । 




ଆହୁରି ପଢନ୍ତୁ; କେନ୍ଦ୍ରମନ୍ତ୍ରୀଙ୍କ ଭବିଷ୍ୟବାଣୀ: ମହାରାଷ୍ଟ୍ରରେ ହେବ 'ଭୂକମ୍ପ'