ନୂଆଦିଲ୍ଲୀ: ଖାରଜ ହେଲା ରାଜକ୍ଷମା। ଖୁବଶୀଘ୍ର ହେବ ଫାଶୀ। ଏଥିପାଇଁ ନୂଆ ତାରିଖକୁ ଅପେକ୍ଷା। ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା। ମାତ୍ର ତାଙ୍କର ଆବେଦନକ ଖାରଜ କରି ଦିଆଯାଇଥିବା ଜଣାପଡ଼ିଛି।  


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଆଜି ଆସିପାରେ ଫାଶୀ ପାଇଁ ନୂଆ ତାରିଖ


ଆଜି ସକାଳୁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ମୁକେଶ ଆବେଦନ କରିଥିବା ରାଜକ୍ଷମା ଫାଇଲକୁ ନିକଟକୁ ପଠାଇଥିଲା। ଏହା ପୂ୍ର୍ବରୁ ଯାଚିକାକୁ ଗତକାଲି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଗୃହମନ୍ତ୍ରଣାଳୟ ନିକଟକୁ ପଠାଇ ଦେଇଥିଲେ। ମାତ୍ର ତାହା ଆଜି ଖାରଜ ହୋଇଯାଇଛି। ଏହା ସହିତ ଅଭିଯୁକ୍ତମାନଙ୍କ ଫାଶୀ ପକ୍କା ହୋଇ ଯାଇଛି।  


ପୂର୍ବରୁ ପଟିଆଲା ହାଉସ କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ମୁକେଶ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲା। ମାତ୍ର ତାହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ବିଚାରପତି ମନମୋହନ ଏବଂ ସଙ୍ଗିତା ଢିଗରା ସେହଗାଲଙ୍କୁ ନେଇ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ତାହାକୁ ଖାରଜ କରି ଦେଇଥିଲେ। ଏହା ସହିତ ତଳ କୋର୍ଟକୁ ଯିବା ପାଇଁ ସୂଚନା ଦେଇଥିଲେ। ସେପଟେ ମୁକେଶଙ୍କ ଓକିଲ ରେବେକା ଜନ ଏବଂ ବୃନ୍ଦା ଗ୍ରୋଭର କହିଥିଲେ କି ଆମେମାନେ ଖୁବ ଶୀଘ୍ର ପଟିଆଲା ହାଉସ କୋର୍ଟକୁ ପୁଣି ଥରେ ଯିବ।