ନୂଆଦିଲ୍ଲୀ: ରଣଜୀ ଟ୍ରଫିର ଗ୍ରୁପ-ଏ ମ୍ୟାଚ ବିଜୟୱାଡାରେ ଖେଳାଯାଉଛି । ଆନ୍ଧ୍ରପ୍ରଦେଶ ଏବଂ ବିଦର୍ଭ ମଧ୍ୟରେ ଏହି ମ୍ୟାଚ ଚାଲିଛି । ତେବେ ମ୍ୟାଚ ବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ପଡିଆ ଭିତରକୁ ଏକ ସାପ ପଶି ଆସିଥିଲା । ଯାହାକୁ ନେଇ ହଡବଡେଇ ଯାଇଥିଲେ ଖେଳାଳି । ସୋସିଆଲ ମିଡିଆରେ ଭାଇରଲ ହୋଇଛି ଏହି ଭିଡିଓ । 


COMMERCIAL BREAK
SCROLL TO CONTINUE READING

ଆନ୍ଧ୍ର ବିପକ୍ଷରେ ଟସ ଜିତି ବୋଲିଂ କରୁଥାଏ ବିଦର୍ଭ । ହେଲେ ଏତିକି ବେଳେ ପଡିଆ ଭିତରେ ସାପ । ପ୍ରଥମେ ଖେଳାଳି ମଧ୍ୟ ସାପକୁ ଦେଖି ଡରି ଯାଇଥିଲେ । କିଛି ସମୟ ପାଇଁ ମ୍ୟାଚ ଅଟକି ଯାଇଥିଲା । ତୁରନ୍ତ ଷ୍ଟାଡିୟମ କର୍ମଚାରୀ ଆସିଥିଲେ । ସାପକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । 



ଭିଡିଓରେ ଦେଖିବାକୁ ମିଳିଛି, ସାପକୁ ଘଉଡାଇବା ପାଇଁ ତାଳି ମାରିଥିଲେ ଖେଳାଳି ଓ ଷ୍ଟାଡିୟମ କର୍ମଚାରୀ । କିଛି ସମୟ ପରେ ସାପଟି ପଡିଆ ବାହାରକୁ ଯାଇଥିଲା । ପରେ ପୁଣି ଖେଳ ଚାଲିଥିଲା । BCCI Domestic ନିଜ ଅଫିସିଆଲ ସାଇଟରେ ଏହାକୁ ସେୟାର କରିଛି । 


ଆହୁରି ପଢନ୍ତୁ; Ayodhya Case: ହିନ୍ଦୁ ମହାସଭା ମଧ୍ୟ ଆବେଦନ କରିବ ରିଭ୍ୟୁ ପିଟିସନ