ମଦ ସହ ହଜମ ହେଲା ନାହିଁ ସାପ ଚାଖେଣୀ
ମଦ ଭୋଜିରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଜୟପୁର: ମଦ ଭୋଜିଭାତ ଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ କିମ୍ବା ବିବାଦ ସୃଷ୍ଟି ହେବା ଭଳି ଘଟଣା ବିଭିନ୍ନ ସମୟରେ ଘଟିଥାଏ। ହେଲେ ରାଜସ୍ଥାନର ଧୌଲପୁର ଜିଲ୍ଲାରେ ଏକ ଅଜବ ଧରଣର ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ମଦ୍ୟପ ବ୍ୟକ୍ତି କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇ ନିଜ ଜୀବନ ରକ୍ଷା କରିଛନ୍ତି।
ଜିଲ୍ଲାର କୌଲାରୀ ଥାନା ଅଧିନସ୍ଥ କାନସିଲ ଗ୍ରାମର ପିପ୍ରି ପୁରା କେନାଲ କୂଳରେ ଗତ ବୁଧବାର ବିଳମ୍ବିତ ରାତିରେ ଅତାର ସିଂହ କୁଶୱାୱା, ଯୋଗୀନ୍ଦର, ଶିବରାଜ ନାମକ ୩ ଜଣ ଲୋକ ଏକ ମଦ ଭୋଜି କରୁଥିଲେ। ଏହି ସମୟରେ ସେଠାରେ ଥିବା ଏକ ବୁଦାରୁ ଏକ ସାପ ବାହାରି ଆସୁଛି। ସେମାନେ ଏତେ ମଦ୍ୟପାନ କରିଲେ ଯେ ସେମାନେ ଏହି ସାପକୁ ଧରିବାକୁ ଚେଷ୍ଟା କରିଥଲେ। ଯେତେବେଳେ ଏହି ସାପ ସେହି ବୁଦାରେ ପଶିଯାଇଥିଲା ସେମାନେ ସେହି ବୁରେ ପ୍ରଚୁର ପାଣି ଢାଳିଥିଲେ। ଯେତେବେଳେ ସାପ ବାହାରକୁ ଆସିଲା ସେତେବେଳେ ଅତାର ସିଂହ ଏହାକୁ ଧରି ନେଇଥିଲେ। ସାପକୁ ଧରିବା ପରେ ଅତାର ସିଂହ ଏହାର ପାଟି ଓ ଲାଞ୍ଚକୁ କାଟି ଦେବା ପରେ ଏହାକୁ ନିଆଁରେ ପୋଡ଼ି ଦେଇଥିଲେ। ପରେ ଏହି ଭଜା ସାପକୁ ଭୋଜିରେ ମଦ ସାଙ୍ଗେ ଚାଖେଣୀ ଭାବେ ଖାଇଥିଲେ।
Also Read: ପଞ୍ଚମୀ ପୂର୍ବରୁ ଉଦ୍ଧାର ହେଲେ ପଣବନ୍ଦୀ ରହିଥିବା ନାଗରାଜ
ସାପ ଖାଇବା ପରେ ଅଟାର ସିଂ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଗୁରୁତର ଚିକିତ୍ସା ଆବଶ୍ୟକ କରିଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ତାଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। ଭଲ ଖବର ହେଉଛି ଶ୍ରୀ ଅଟାର ସିଂ ବର୍ତ୍ତମାନ ବିପଦରୁ ବାହାରିଛନ୍ତି।
ସବୁ କିଛି ଠିକ ଠାକ ଚାଲିଥିଲା ହେଲେ ସାପ ଖାଇବା ପରେ ଅତାର ସିଂହଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏବଂ ସେ ଚେତାଶୂନ୍ୟ ହୋଇଗଲେ। ପରିବାର ଲୋକେ ଏକଥା ଜାଣିବା ପରେ ସେମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଥିଲା। ପ୍ରାୟ ୧୨ ଘଣ୍ଟା ପରେ ତାଙ୍କର ଚେତ ଫେରିଥିଲୋ। ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି। ଭୋଜିରେ ମଦ ସହ ଭଜା ହୋଇଥିବା ସାପ ଖାଇବା ପୁରା ଗାଁରେ ଆଲୋଚନା ବିଷୟ ବସ୍ତୁ ପାଲଟିଥିଲା। ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସାପ ବିଷାକ୍ତ ପ୍ରାଣୀ। ଏହାର ବ୍ୟବହାରରେ ସାମାନ୍ୟ ଅବହେଳା ମଧ୍ୟ ଜୀବନ ନେଇପାରେ।