ହିମାଂଶୁ ଶେଖର ସାହୁ,ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦରମହକୁମା ସ୍ଥିତ ଷ୍ଟାଡିୟମ ପରିସରରେ ଥିବା ଇନଡୋର ଷ୍ଟାଡିୟମରେ ସ୍ଥାନୀୟ ତାଇକୋଣ୍ଡ ଏକାଡେମି ପକ୍ଷରୁ ଏକ ବେଲ୍ଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଓଡିଶା ତାଇକୋଣ୍ଡ ଆସୋସିଏସନ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । 


COMMERCIAL BREAK
SCROLL TO CONTINUE READING

ବୌଦ୍ଧ ଜିଲ୍ଲାର ବିଭିନ୍ନ ଛାତ୍ରଛାତ୍ରୀ ମାନେ ତାଇକୋଣ୍ଡ ଶିକ୍ଷା ଲାଭ କରି ଜାତୀୟ ସ୍ତରରେ ତଥା ବିହାର, ରାଞ୍ଚିର ବିର୍ସାମୁଣ୍ଡା ଷ୍ଟାଡିୟମରେ ଛାତ୍ର ନରସିଂହ ପାଲ ଓ ସମିତ ଦେହୁରୀ  ଅଂଶ ଗ୍ରହଣ କରିଥିବାବେଳେ  ରାଜ୍ୟରେ କଟକ ଠାରେ ହୋଇଥିବା ପ୍ରତିଯୋଗିତାରେ ଶ୍ରୀରାମ ସେଠୀ ଅଂଶ ଗ୍ରହଣ କରି  ସେମାନଙ୍କ ଉତ୍ତମ  ପାରଦର୍ଶୀତା ଦେଖାଇଥିବା ତାଇକୋଣ୍ଡ ପଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା  ଦିଆଯାଇଥିଲା । ଏହି ଅବସରରେ ଅମନ କୁମାର ସାହୁ ଙ୍କ ବ୍ଲ୍ୟୁ ଓାନ ବେଲ୍ଟ ପ୍ରଦାନ କରାଯାଇଥିବାବେଳେ ୨୧ ଜଣ ଙ୍କୁ  ବ୍ଲ୍ୟୂ ବେଲ୍ଟ, ୧୧ ଜଣଙ୍କୁ ଗ୍ରୀନ ବ୍ଲ୍ୟୂ ବେଲ୍ଟ, ୪ ଜଣ ଙ୍କୁ ଗ୍ରୀନ  ବେଲ୍ଟ ଏବଂ ୧୨ ଜଣ ଛାତ୍ରଛାତ୍ରୀ ଙ୍କୁ ୟେଲୋ ବେଲ୍ଟ ପ୍ରଦାନ କରାଯାଇଥିବା ଆୟୋଜକ ପକ୍ଷରୁ ସୁଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବହୁ ଖେଳପ୍ରେମୀ  ଓ ଆଥଲେଟିକ ପ୍ରେମୀ  ମାନେ ଯୋଗଦେଇଥିଲେ ।