ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ଆଜିକାଲି ଆଉ ଫିଚର ନୁହେଁ, ଫୋନ୍ କିଣିବା ସମୟରେ ସେଲଫି କ୍ୟାମେରାର କ୍ୱାଲିଟି ଉପରେ ଅଧିକ ଧ୍ୟାନ ଦେଉଛନ୍ତି ୟୁଜର୍ସ । କାରଣ ଏବେ ସେଲଫିର ଟ୍ରେଣ୍ଡ୍ ଚାଲିଛି । ସେଲ୍ଫିର କ୍ରେଜ ଦେଖି ମୋବାଇଲ ଫୋନ୍ କଂପାନୀ ମଧ୍ୟ, ନୂଆ ନୂଆ ଫୋନ୍ ଲଞ୍ଚ କରିବା ସମୟରେ ସେଲଫି ଉପରେ ଧ୍ୟାନ ଦେଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଯଦି ଆପଣ ସେଲଫି  ପାଇଁ ପାଗଳ, ତେବେ ଆପଣ ହୋଇଯାଆନ୍ତୁ ସାବଧାନ୍ ! ଅଧିକ ସେଲଫି ନେଉଥିବା ଲୋକଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଆସିଥିବା ରିପୋର୍ଟ ଆପଣଙ୍କ ହୋସ୍ ଉଡ଼ାଇଦେବ । ଆବଶ୍ୟକତା ଠାରୁ ଅଧିକ ସେଲ୍ଫି ନେଉଥିବା ଲୋକଙ୍କୁ ରିସର୍ଚ୍ଚରେ ମାନସିକ ବିକାରଗ୍ରସ୍ତ 'ସେଲଫାଇଟିସ୍' କୁହାଯାଇଛି ।


ଦି -ସନ୍ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରେ କୁହାଯାଇଛି ଯେ, ସେଲଫି ନେବା ଏକ ମାନସିକତା । କିନ୍ତୁ ଦିନରେ ବାରମ୍ବାର ସେଲଫି ନେବା ମାନସିକ ଅନଗ୍ରସରତା । ଏହାରି କାରଣରୁ 'ସେଲଫାଇଟିସ୍' ସୋସିଆଲ ମିଡିଆରେ ବାରମ୍ବାର ପୋଷ୍ଟ କରିବାକୁ ଇଚ୍ଛା ହୋଇଥାଏ ।

ଯଦି ଦିନ ସାରା ୩-୪ଟି ସେଲଫି ନେବା ପରେ ମଧ୍ୟ ଆଗ୍ରହ କମିନଥାଏ । ତେବେ ନିଶ୍ଚିତରେ ଆପଣ 'ସେଲଫାଇଟିସ୍' ରୋଗରେ ପୀଡ଼ିତ ବୋଲି କୁହାଯାଇପାରିବ । ଆମେରିକାର ନଟିଂହାମ୍ ଟ୍ରେଣ୍ଟ୍ ୟୁନିଭର୍ସିଟି ଓ ତାମିଲନାଡ଼ୁର ତ୍ୟାଗରାଜାର ସ୍କୁଲ୍ ଅଫ୍ ମ୍ୟାନଜମେଣ୍ଟ୍ ନିଜର ଅଧ୍ୟୟନରେ ଏହା କହିଛନ୍ତି ।ଗବେଷଣାକାରୀ ରିସର୍ଚ୍ଚ ପରେ ସେଲଫି ସହ ଜଡିତ ଏଭଳି ଡ଼ିସଅର୍ଡର ର ନାମ 'ସେଲଫାଇଟିସ୍' ରଖିଛନ୍ତି ।


ନଟିଂହାମ୍ ୟୁନିଭର୍ସିଟିର ବୈଜ୍ଞାନିକ ମାର୍କ ଗ୍ରେଫିଥ୍ କହିଛନ୍ତି ଯେ, ଏଭଳି ଏକ ରୋଗ ବିଷୟରେ ସବିଶେଷ ଅନୁସନ୍ଧାନ ପାଇଁ ‘ସେଲ୍ଫାଇଟିସ୍ ବିହେଭିୟର ସ୍କେଲ୍’ ପ୍ରସ୍ତୁତ କରାଯାଇଛି ।