ବେଙ୍ଗାଲୁରୁ: ମଣିଷ ମନରେ ଯେବେ ପ୍ରତିଶୋଧର ଭାବନା ଜନ୍ମ ନେଇଥାଏ ସେତେବେଳେ ସେ ଏପରି କିଛି କରି ବସେ, ଯାହାର ପଶ୍ଚାତାପ ସାରା ଜୀବନ କରିବାକୁ ପଡ଼ିଥାଏ । ଏହାସହ ଏଥିପାଇଁ ତାଙ୍କୁ ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ । ଏପରି ଏକ ଘଟଣା କର୍ଣ୍ଣାଟକର ଏକ ଇଞ୍ଜିନିୟର ସହ ଘଟିଛି । ଏହି ଇଞ୍ଜିନିୟରଙ୍କୁ ଗାର୍ଡର ଚାକିରି ହରାଇବାକୁ ପଡିଥିଲା । ଫଳରେ ସେ ସୁରକ୍ଷା ଏଜେନ୍ସିକୁ ଉଚିତ ଶିକ୍ଷା ଦେବା ପାଇଁ ସ୍ଥିର କରିଥିଲା । ସେ କର୍ଣ୍ଣାଟକର ମାଙ୍ଗାଲର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ରଖିଥିଲା ।


COMMERCIAL BREAK
SCROLL TO CONTINUE READING

ଏହି ବୋମା ରଖିଥିବା ବ୍ୟକ୍ତି ଜଣକ ଜଣେ ଇଞ୍ଜିନିୟର ସହ ଜଣେ ଏମବିଏ ଛାତ୍ର । ପୋଲିସ ଏହି ବୋମା ରଖିବା ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହାର ଖୁଲାସା ହୋଇଛି । 


ଆପଣଙ୍କୁ ଜଣା ରଖୁଛୁ ଯେ ସୋମବାର ସକାଳ ୮.୪୫ ମିନିଟରେ ବିମାନ ବନ୍ଦରରେ ସିଆଇଏସଏଫ ଟିମକୁ ଏକ ପରିତ୍ୟକ୍ତ ବ୍ୟାଗ ମିଳିଥିଲା । ଏହି ବ୍ୟାଗରୁ କମ ତିବ୍ରତାର ଆଇଇଡି ବୋମା ଉଦ୍ଧାର କରାଯାଇଥିଲା । ଯାହା ପରେ ସେଠାରେ ଭୟର ବାତାବରଣ ଦେଖା ଦେଇଥିଲା । ତୁରନ୍ତ ବିମାନ ବନ୍ଦରର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଥିଲା । ଏହାସହ ସନ୍ଧିଗ୍ଧ ବ୍ୟକ୍ତିର ତଲାସୀ ଅଭିଯାନ ଜୋରଦାର କରି ଦିଆଯାଇଥିଲା । 



ବୁଧବାର ହଠାତ ଜଣେ ବ୍ୟକ୍ତି ପୋଲିସ ପାଖରେ ପହଞ୍ଚିଥିଲା । ସେ ବିମାନ ବନ୍ଦରରେ ବୋମା ରଖିବାର କଥା ସ୍ୱୀକାର କରିଥିଲା । ତାଙ୍କ ନାଁ ହେଉଛି ଆଦିତ୍ୟ ରାଓ । ଏହା ପୂର୍ବରୁ ସେ ଏପରି ଏକ ମାମଲାରେ ୬ ମାସ ପାଇଁ ଜେଲ ଦଣ୍ଡ ଭୋଗି ସାରିଛି । ପୋଲିସ ଆଗରେ ଆତ୍ମସମର୍ପଣ କରିବା ପରେ ଆଦିତ୍ୟ କହିଛି ଯେ ସେ ପ୍ରତିଶୋଧ ନେବା ପାଇଁ ସେ ଏପରି କରିଛି । କାରଣ ଯେଉଠି ସେ ସୁରକ୍ଷା ଗାର୍ଡର ଚାକିରି କରୁଥିଲା ସେଠାରୁ ତାଙ୍କୁ ହଟାଇ ଦିଆଯାଇଥିଲା । ବର୍ତ୍ତମାନ ପୋଲିସ ବ୍ୟତୀତ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମଧ୍ୟ ତାଙ୍କୁ ଜେରା କରୁଛି ।