ନୂଆଦିଲ୍ଲୀ: ପଛକୁ ଚାଲିଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତେଲଗୁ ଦେଶମ ପାର୍ଟି(ଟିଡିପି)ର ନିଆରା ପ୍ରତିବାଦ । ୱାଇଏସଆରସିପି ସରକାର ରାଜ୍ୟର ବିକାଶକୁ ପଛକୁ ନେଇ ଯାଇଥିବା ଅଭିଯୋଗ କରିଛି ଦଳ । ଆଉ ପ୍ରତିବାଦ ସ୍ୱରୂପ ପଛକୁ ଚାଲିଛନ୍ତି ଟିଡିପି ନେତା ଓ କର୍ମୀ । 


COMMERCIAL BREAK
SCROLL TO CONTINUE READING

ରାଜରାସ୍ତାରେ ଆନ୍ଧ୍ରର ପୂର୍ବଚନ ମୁଖ୍ୟମନ୍ତ୍ରୀ । ଅମରାବତୀରେ ପଛକୁ ଗୋଟିଏ ପରେ ଗୋଟିଏ ପାଦ ପକାଇଲେ ଚନ୍ଦ୍ରବାବୁ ନାଇଡୁ । ଟିଡିପିର ବହୁ ନେତା ଓ କର୍ମୀ ମଧ୍ୟ ପଛକୁ ଚାଲିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି କିଛି ଢଙ୍ଗରେ ଆଜି ପ୍ରତିବାଦ କରିଛି ଟିଡିପି । ଦଳ ଅଭିଯୋଗ କରିଛି, ଆନ୍ଧ୍ରପ୍ରଦେଶରେ ଜଗନ ସରକାର ଆସିବା ପରେ ବିକାଶ ପଛକୁ ଚାଲିଯାଇଛି । ଏ ସରକାର ରାଜ୍ୟର ବିକାଶକୁ ପଛକୁ ଠେଲି ଦେଇଥିବା କହିଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । 



ଆହୁରି ପଢନ୍ତୁ; କେନ୍ଦ୍ରମନ୍ତ୍ରୀଙ୍କ ଭବିଷ୍ୟବାଣୀ: ମହାରାଷ୍ଟ୍ରରେ ହେବ 'ଭୂକମ୍ପ'