ପାଠ ପଢିବା ଉପରେ ଗୁରୁତ୍ୱ ଦିଅନ୍ତୁ ତେଜସ୍ୱୀ ଯାଦବ: ନୀରଜ କୁମାର
ତେଜସ୍ୱୀ ଯାଦବଙ୍କୁ ପାଠ ପଢିବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ବିହାର ସରକାରଙ୍କ ମନ୍ତ୍ରୀ ନୀରଜ କୁମାର |
ପାଟନା: କୋରୋନା ପାଇଁ ଦେଶରେ ଲାଗୁ ହୋଇଥିବା ଲକ ଡାଉନ ବେଳେ ଅନେକ ସମସ୍ୟାର ସମାଧାନ କରିଥିଲେ ପ୍ରବାସୀ ଶ୍ରମିକ | ଯାହାକୁ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧି | ଏପରିକି ଏହି ପ୍ରସଙ୍ଗକୁ ନେଇ ଜୋର ଧରିଥିଲା ରାଜନୀତି | ଆଉ ନେତାଙ୍କ ମଧ୍ୟରେ ଚାଲିଥିଲା ରାଜନୈତିକ ଆରୋପ-ପ୍ରତ୍ୟାରୋପ | ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା ବିହାରରେ |
ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ କେନ୍ଦ୍ର କରି ବିହାର କ୍ଷମତାସୀନ ନୀତିଶ ସରକାରଙ୍କୁ ଟାର୍ଗେଟ କରିଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ | ଏପରିକି ଲକ ଡାଉନ ସମୟରେ ସେମାନେ ସାମ୍ନା କରିଥିବା ଅସୁବିଧା ନେଇ ରାଜ୍ୟ ପ୍ରଶାସନକୁ ଘେରିଥିଲେ ସେ | ଯାହାର ଜବାବ ରଖିଛନ୍ତି ବିହାର ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ନୀରଜ କୁମାର |
ବିରୋଧି ଆରଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି ଲାଲୁ-ରାବ୍ରିଙ୍କ ସରକାର ଥିବା ବେଳେ ଅବସ୍ଥା କିପରି ଥିଲା ତାହା ତେଜସ୍ୱୀ ଯାଦବ କୁହନ୍ତୁ | ଭ୍ରଷ୍ଟାଚାରର ରାଜକୁମାର ବିହାରରୁ ଗାଏବ ଥିଲେ | ଶ୍ରମିକ କାହା ଦୟାର ପାତ୍ର ନୁହଁନ୍ତି | ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚିନ୍ତିତ ଥିଲେ | ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ସହଯୋଗ କରିଛନ୍ତି | ତାଙ୍କର ମାତାପିତା ଶାସନଗାଦିରେ ଥିବା ସମୟରେ ହୋଇଥିବା ନରସଂହାର ଏବଂ ଲୁଟପାଟ ଘଟଣା ବାବଦରେ ଖବର ରଖିବା ଦରକାର |
ସେମାନଙ୍କ ଶାସନ କାଳ ବେଳେ ଶ୍ରମିକ ରାଜ୍ୟରୁ ଘର ଦ୍ୱାର ଛାଡି ବାହାରକୁ ଯାଉଥିଲେ, ହେଲେ ଏବେ ନୀତିଶ ସରକାରଙ୍କ ଉପରେ ବିଶ୍ୱାସ ଆସିବା ପରେ ସେମାନେ ଗାଁକୁ ଫେରୁଛନ୍ତି | ପାଠ ପଢିବା ପାଇଁ ତେଜସ୍ୱୀ ଯାଦବଙ୍କୁ ପରାମର୍ଶ ଦେଇଛନ୍ତି ନୀତିଶ ସରକାରଙ୍କ ମନ୍ତ୍ରୀ ନୀରଜ କୁମାର | ତାଙ୍କ ପାଖରେ ଜ୍ଞାନର ଅଭାବ ରହିଛି | ଦେଶରେ କୋରୋନା ପ୍ରକୋପ ଜାରି ରହିଥିବା ବେଳେ ବିହାର ସରକାରଙ୍କ ପକ୍ଷରୁ ଲୋକଙ୍କ ସହାୟତା ପାଇଁ ୮୦୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଥିଲା |
ନୀରଜ କୁମାର ଏହା ମଧ୍ୟ କହିଛନ୍ତି ଯେ ତେଜସ୍ୱୀ ଯାଦବଙ୍କ ଅପେକ୍ଷା ଅଧିକ ମିଛ କହୁଥିବା କେହି ନାହାଁନ୍ତି | ସେ ଯେଉଁ କ୍ୱାରେଣ୍ଟାଇନ କେନ୍ଦ୍ର ବିଷୟରେ ଯାହା କହୁଛନ୍ତି ସେଠାକୁ ତାଙ୍କର ପାର୍ଟି କାର୍ଯ୍ୟକର୍ତ୍ତା କ'ଣ ପାଇଁ ଯାଇନଥିଲେ | ସେ ଅଷ୍ଟମ ପାସ୍ କିନ୍ତୁ ଲେଖିବାକୁ ଭୟ କରୁଛନ୍ତି । ଯଦି ତାଙ୍କର କୌଣସି ପରାମର୍ଶ ଅଛି, ହିନ୍ଦୀରେ ଲେଖି ଏହାକୁ ସରକାରଙ୍କ ପାଖକୁ ପଠାନ୍ତୁ |