ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଭାବରେ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିଲେ ହିଁ ପୂରଣ ହେବ କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ । ୨୦୧୭ ଶେଷ ଆଡକୁ ଯେତେବେଳେ ଅର୍ଦ୍ଧାଧିକ ରାଜ୍ୟରେ ପଦ୍ମ ଫୁଟି ସାରିଥିଲା, ଏଭଳି କିଛି କହିଥିଲା ବିଜେପି । ଆଉ ପାଦେ ଆଗକୁ ଯାଇ ପୂର୍ବ ଭାରତ ଆଡ଼କୁ ନଜର ପକାଇଥିଲେ ବିଜେପି ଚାଣକ୍ୟ।। । ଏପରିକି ୨୦୧୪ରେ ଦଳ ଯେଉଁ ନାରା ଦେଇ ନିର୍ବାଚନ ଲଢ଼ିଥିଲା, ତାହା ସତରେ ପରିଣତ ହେବ ବୋଲି ବିଶ୍ୱାସଟିଏ ସୃଷ୍ଟି ହୋଇଥିଲା । ହେଲେ ବର୍ତ୍ତମାନର ସ୍ଥିତି ଦେଖି ଲାଗୁଛି, ଏହି ସ୍ୱପ୍ନ କେବଳ ଆକାଶ କଇଁଆ ଚିଲିକା ମାଛ ।


COMMERCIAL BREAK
SCROLL TO CONTINUE READING

ସ୍ୱପ୍ନ ଥିଲା କଂଗ୍ରେସ ମୁକ୍ତ ଭାରତ । ହେଲେ ପ୍ରବଳ ସଫଳତା ଦେଖି ବୋଧହୁଏ ଅଧିକ ଖୁସି ହୋଇ ପଡ଼ିଥିଲା ଗେରୁଆ ଦଳ । ସେଥିପାଇଁ ସମଗ୍ର ଭାରତକୁ ଗେରୁଆ ରଙ୍ଗରେ ରଙ୍ଗିନ କରିବାକୁ ଦଳ ଅଣ୍ଟା ଭିଡିଥିଲା । କିନ୍ତୁ ହାର୍ଟଲ୍ୟାଣ୍ଡ ନିର୍ବାଚନ ବେଳେ ତାହା ନୋହିଲା । କିନ୍ତୁ ଏତେ ସଫଳତା ଭିତରେ ଏ ବିଫଳତାକୁ ଏତେ ଗୁରୁତ୍ୱ ନ ଦେଇ ଆଗକୁ ବଢିଥିଲା ବିଜେପି । ୨୦୧୯ ସାଧାରଣ ନିର୍ବାଚନ ବେଳେ ମୋଦି ସରକାରଙ୍କୁ ପୁଣିଥରେ ବହୁମତ ମିଳିବାରୁ କଂଗ୍ରେସକୁ ଆଉ ବିରୋଧୀ ଭାବେ ଗଣି ନ ଥିଲେ ବିଜେପି ନେତାଏ । ହେଲେ ଶହେ ବର୍ଷର ପରିପକ୍ୱ ଦଳ କଂଗ୍ରେସ ଯେ ରାଜନୀତିରେ ବେଶ୍ ପୋଖଦ୍, ଏବେ ଏପରି କିଛି ହିଁ ମନେ ହେଉଛି ।



ସେହିପରି ସଂଖ୍ୟା ନ ଥାଇ ସରକାର ଗଢିବା ଓ ଭାଙ୍ଗିବାରେ ଓସ୍ତାଦ ଥିବା ଅମିତ ଶାହଙ୍କୁ ବି ଏବେ ଭାରତୀୟ ଜନତା ଆଉ ଚାଣକ୍ୟ ବୋଲି ମାନୁନାହାନ୍ତି।।କାରଣ ଦୀର୍ଧ ଦେଢ଼ ମାସର ରାଜନୈତିକ କସରତ ପରେ କିଭଳି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହେଲା ଏବଂ ବିଜେପିକୁ ହାଇ ଭୋଲଟେଜ୍ ଝଟକା ଲାଗିଲା, ତାହା ଏକ ବଡ଼ ଉଦାହରଣ ।ଝାଡ଼ଖଣ୍ଡରେ ମଧ୍ୟ ନିଭି ଆସୁଥିବା ବିଜେପିର ଏହି ଘା' ଆଉ ଟିକେ ସତେଜ ହୋଇଯାଇଛି ।।ଯେଉଁ ଦଳକୁ ବିଜେପି ହେୟ ଜ୍ଞାନ କରୁଥିଲା, ସେହି କଂଗ୍ରେସର ରଣନୀତି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହୋଇଛି । କୁହାଯାଇପାରେ ଯେ ଅଶୀ ଦଶକର କଂଗ୍ରେସ ଏବେ ପୁଣି ଥରେ ମୈଦାନକୁ ଫେରି ଆସୁଥିବା ଚର୍ଚ୍ଚା ହେଉଛି ।ସେପଟେ ଝାଡ଼ଖଣ୍ଡବାସୀ ମଧ୍ୟ ବିଜେପିକୁ ସତ୍ତାରୁ ବାହାରେ ରଖି ବିଜେପିର ଷ୍ଟାର୍ କ୍ୟାମ୍ପେନରମାନଙ୍କ ମୁହଁ ଲାଲ୍ କରି ଦେଇଛନ୍ତି ।



କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ, ରାମ ମନ୍ଦିର, ଏୟାର ଷ୍ଟ୍ରାଇକ, ଏନଆରସି ଆଦି ମୁଦ୍ଦାକୁ ନେଇ ଦଳ ବିଧାନସଭା ନିର୍ବାଚନ ବୈତରଣୀ ପାର ହେବାକୁ ଯେଉଁ ଲକ୍ଷ୍ୟ ରଖିଥିଲା ।ତାହା ବି ସଫଳ ନୋହିଲା ।ଗୋଟେପଟେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ଉବୁଟୁବୁ ହେଉଥିବାବେଳେ ପାଣି ଫୋଟକା ପରି ମୋଦି ମ୍ୟାଜିକ୍ ବି ବିବାଦର ସୂର୍ଯ୍ୟ କିରଣରେ ଧୀରେଧୀରେ ଲିଭିବାକୁ ବସିଲାଣି ।ସିଏଏକୁ ନେଇ ସାରା ଦେଶରେ ଅସନ୍ତୋଷର ବହ୍ନି ଜଳୁଥିବାବେଳେ ଝାଡ଼ଖଣ୍ଡବାସୀ ମଧ୍ୟ ଏହାର ଉଚିତ୍ ଜବାବ ଦେଇଛନ୍ତି ।ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ସେତେଟା ଏହି ନିଆଁର ତେଜ ନ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟ ଗୁଡ଼ିକରେ ଏହି ନିଆଁର ପ୍ରଖରତା ଆହୁରି ବଢ଼ିଲା ।ତେଣୁ ଏଠାରେ ଗେରୁଆ ଦଳକୁ ଏହାର ମୂଲ ଚୁକାଇବାକୁ ପଡ଼ିଲା ।


ଆହୁରି ପଢନ୍ତୁ; ସୋରେନ ହେବେ ସିଏମ ! ମେଣ୍ଟ ସହଯୋଗୀ ଦେଲେ ସୂଚନା