ନୂଆଦିଲ୍ଲୀ: କେବଳ ରାଜନୀତିରେ ନୁହେଁ, ଫଟୋଗ୍ରାଫିରେ ବି ନମ୍ବର ୱାନ ଉଦ୍ଧବ ଠାକରେ । ଉଦ୍ଧବଙ୍କ ଆଇଫୋନରେ ଅତି ଚମତ୍କାର ଫଟୋଗ୍ରାଫି । ନିଜ ଇଷ୍ଟାଗ୍ରାମରେ ଅତି ସୁନ୍ଦର ସୁନ୍ଦର ଫଟୋ ଅପଲୋଡ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବେଶ ପ୍ରଭାବିତ ତାଙ୍କ ପ୍ରଂଶସକ । କିଏ କହୁଛି, ଆମ ମୁଖ୍ୟମନ୍ତ୍ରୀ ବହୁତ ଟ୍ୟାଲେଣ୍ଟେଡ । ଆଉ କିଏ କହୁଛି, ଶାନଦାର ଫ୍ରେମ । 


COMMERCIAL BREAK
SCROLL TO CONTINUE READING

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଆରମ୍ଭରୁ ହିଁ ଫଟୋଗ୍ରାଫି ପ୍ରତି ଦୁର୍ବଳତା ରହିଛି । ୫୯ ବର୍ଷୀୟ ଉଦ୍ଧବ ଫଟୋଗ୍ରାଫି କରିବାକୁ ବହୁତ ଭଲ ପାଆନ୍ତି । ତେବେ ସେ ନିଜ ଇଷ୍ଟାଗ୍ରାମ ଫିଡରେ ସେ କିଛି ଫଟୋ ଅପଲୋଡ କରିଛନ୍ତି । ଶ୍ରୀଲଙ୍କାର ମତ୍ସଜୀବୀ ଓ କାନାଡାର ପୋଲର ବିୟର ତାଙ୍କ ଫଟୋଗ୍ରାଫିରେ ସ୍ଥାନ ପାଇଛି । ଏ ସମସ୍ତ ଫଟୋକୁ ଇଷ୍ଟାଗ୍ରାମରେ ଅପଲୋଡ କରି ଉଦ୍ଧବ ଠାକରେ ଲେଖିଛନ୍ତି, ଆଇଫୋନ ସର୍ଟ । ଯାହାକୁ ତାଙ୍କ ଫଲୋୟର୍ସ ବହୁତ ପସନ୍ଦ କରୁଛନ୍ତି । 





 

 

 

 

 

 

 

 

 

iPhone shot


A post shared by @ uddhavthackeray on