ସିଏଏ ସମର୍ଥନରେ ସଭା କରିବାକୁ ବିଜେପି ବିଧାୟକଙ୍କୁ ମନା କଲା ପୋଲିସ
Advertisement

ସିଏଏ ସମର୍ଥନରେ ସଭା କରିବାକୁ ବିଜେପି ବିଧାୟକଙ୍କୁ ମନା କଲା ପୋଲିସ

CAA ସମର୍ଥନରେ ସଭାକୁ ପୋଲିସର ନା !

ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ସଭା କରିବାକୁ ବିଧାୟକଙ୍କୁ ମନା । ତେଲେଙ୍ଗାନାର ଜଣେ ବିଜେପି ବିଧାୟକଙ୍କୁ ଏପରି ମନା କରିଛି ହାଇଦ୍ରାବାଦ ପୋଲିସ । ସିଏଏ ଏବଂ ଏନଆରସି ସମର୍ଥନରେ ଏକ ସଭା କରିବାକୁ ଚାହୁଁଥିଲେ ଗୋଶାମହଲ ବିଧାୟକ ରାଜା ସିଂହ । ତେବେ ତାଙ୍କୁ ଏଥିରୁ ପୋଲିସ ବାରଣ କରିଛି । 

ବର୍ତ୍ତମାନ ସମଗ୍ର ଦେଶରେ ସିଏଏ ଓ ଏନଆରସିକୁ ନେଇ ଉଦବେଗ ପ୍ରକାଶ ପାଇଛି । ସିଏଏକୁ ନେଇ ବିରୋଧୀ ଅପପ୍ରଚାର କରୁଥିବା ଅଭିଯୋଗ କରୁଛି ବିଜେପି । ଯେଉଁଥିପାଇଁ ଦଳ ପକ୍ଷରୁ ଦେଶବ୍ୟାପି ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଆଉ ଏହାରି ଭିତରେ ତେଲେଙ୍ଗାନାର ଏକମାତ୍ର ବିଜେପି ବିଧାୟକ ରାଜା ସିଂହ ସିଏଏ ଏବଂ ଏନଆରସି ସପକ୍ଷରେ ଆଜି ସଭା କରିବାକୁ ଚାହୁଁଥିଲେ । ତେବେ ହାଇଦ୍ରାବାଦ ପୋଲିସ ଏଥିପାଇଁ ବିଧାୟକଙ୍କୁ ବାରଣ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ପୋଲିସ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । 

fallback

ଗୋଟିଏ ପଟେ ହାଇଦ୍ରାବାଦରେ ଏଆଇଏମଆଇଏମ ନେତା ତଥା ସାଂସଦ ଓୱେସୀ ସିଏଏ ବିରୋଧରେ ବିଷୋଦଗାର କରୁଛନ୍ତି । ତେବେ ସିଏଏ ସମର୍ଥନରେ ବିଜେପି ବିଧାୟକ ରାଲି କଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି ।  

ଆହୁରି ପଢନ୍ତୁ; କାଜାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା, ୯ ମୃତ