ହିମାଂଶୁ କୁମାର ସାହୁ, ବୌଦ୍ଧ: ବୌଦ୍ଧ ଜିଲ୍ଲା କଂଟାମାଳ ରେଞ୍ଜ ଅଧିନସ୍ଥ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ବଣୁଆ ହାତୀପଲଙ୍କ ଉପଦ୍ରବ । ଧାନବିଲରେ ପଶି ହାତୀପଲ ବ୍ୟାପକ ପରିମାଣରେ ଧାନ ଫସଲ ଖାଇବା ସହିତ ଦଳିମକଚି ନଷ୍ଟ କରିଥିବା ଦେଖିବାକୁ ମିଳିଛି । 
ସୁଚନା ମୁତାବକ, କଂଟାମାଳ ରେଞ୍ଜର ବରଗାଁ, ମଲିକଦ, ନାରାୟଣ ପ୍ରସାଦ, ଘୁଚାଙ୍ଗି ଆଦି ଗାଁ ନିକଟସ୍ଥ ଜଙ୍ଗଲ ମାନଙ୍କରେ ଆଜିକୁ ୫ ଦିନ ହେବ ଜଙ୍ଗଲୀ ହାତୀ ପଲ ଡେରା ପକାଇଛନ୍ତି । ଦିନ ତମାମ ଜଙ୍ଗଲରେ ରହୁଥିବାବେଳେ ସନ୍ଧ୍ୟା ହେଲେ ଧାନ ବିଲକୁ ଆସି ଧାନ ଫସଲ ଖାଉଛନ୍ତି । ବର୍ତ୍ତମାନ ଧାନ ପାଚି ଥିବା ବେଳେ ଚାଷି ମାନେ ଧାନ ଅମଳ କରୁଛନ୍ତି । ଏହି ସମୟରେ ହାତୀ ଭୟ ସାଙ୍ଗକୁ ଧାନ ନଷ୍ଟ କାରଣରୁ ଚିନ୍ତାରେ ଚାଷି ରହିଥିବାବେଳେ ହାତୀ ଘଉଡାଇବେ ନା ଧାନ କୁ କିପରି ଜଗିବେ ତାକୁ ନେଇ ଚିନ୍ତା କରୁଥିବା ବେଳେ ହାତୀ ସବୁତକ ଧାନ ଫସଲ ଖାଇଦେଇଥିବା କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଏସବୁ ଗାଁ ମାନଙ୍କର ୨୦ରୁ ଉର୍ଦ୍ଧ ଚାଷୀଙ୍କ ୧୦ ହେକ୍ଟରରୁ ଉର୍ଦ୍ଧ ପରିମାଣର ଧାନ ଫସଲ ଖାଇଥିବା କହିଛନ୍ତି ଚାଷୀ । ତେବେ ହାତୀ ଘଉଡାଇବାକୁ ବନ ବିଭାଗ ପକ୍ଷରୁ କର୍ମଚାରୀ ସହିତ ବାଣ, ଲାଇଟ ଏସବୁ ବ୍ୟବସ୍ଥା କରାଇଯିବାର ନିୟମ ରହିଥିଲେ ସୁଧା ତାହା କଂଟାମାଳ ରେଞ୍ଜ କତୃର୍ପକ୍ଷ ଏହାକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ତୁରନ୍ତ ଚାଷୀ ମାନଙ୍କୁ କ୍ଷତିପୁରଣ ଯୋଗାଇଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।