Pakistan currency:


COMMERCIAL BREAK
SCROLL TO CONTINUE READING

ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ନୂଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଛି। ଏହା କାହାରିକି ଲୁଚାଛପା ନୁହେଁ ଯେ ପାକିସ୍ତାନ ଅର୍ଥିକ ସଂକଟ ଦେଇ ଗତି କରୁଛି। ଏବଂ ଆଇଏମଏଫ ଭଳି ଅନୁଷ୍ଠାନର ଦୟାରେ ଦେଶର ଅର୍ଥନୈତିକ ଚକ ଚାଲିଛି । ଏଭଳି ସ୍ଥିତିରେ ପାକିସ୍ତାନ ସରକାର କାହିଁକି ନୂଆ ନୋଟ୍ ଛାପିବା ଭଳି  ପଦକ୍ଷେପ ନେଉଛନ୍ତି, ଏହା ପଛରେ କ'ଣ ରହିଛି ଚିନ୍ତାଧାରା? ଆସନ୍ତୁ ଜାଣିବା।


ପାକିସ୍ତାନର ଅର୍ଥନୀତି  ଭୟଙ୍କର ସଙ୍କଟ ଦେଇ ଗତି କରୁଛି। ନିକଟରେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ୍ କାକର ଚୀନଠାରୁ ପାଖାପାଖି ୨ ବିଲିୟନ ଡଲାର ଋଣ ମାଗିଥିଲେ । ପାକିସ୍ତାନ ଆଗରୁଲ  ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଠାକୁ ଋଣ ନେଇ ସାରିଛି। ଏହା ପରେ ମଧ୍ୟ ପାକିସ୍ତାନର ଆର୍ଥିକ ସ୍ଥିତି ଠିକ ହୋଇ ପାରୁନାହିଁ। ଏବେ ନିରାଶ ପାକିସ୍ତାନ  ନୂଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଛି।


ସବୁଠାରୁ ମଜାଦାର କଥା ହେଉଛି ଭାରତକୁ ନକଲି ନୋଟ୍ ସପ୍ଲାଇ କରୁଥିବା ପାକିସ୍ତାନ ଏବେ ନିଜେ ନକଲି ନୋଟର ଶିକାର ହୋଇଛି। କାଙ୍ଗାଳ ପାକିସ୍ତାନ ଭିତରକୁ କିଏ ନକଲି ନୋଟ୍ ପଠାଉଛି ଜଣା ନାହିଁ କିନ୍ତୁ ସତ ହେଉଛି ପାକିସ୍ତାନରେ ନକଲି ନୋଟ୍ କ୍ୟାନସର ପାଲଟି ସାରିଛି। ଏହି  ସମସ୍ୟାରୁ ମୁକ୍ତି ପାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ନୂଆ ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ କହିଛି ଯେ ନୂଆ ସିରିଜ୍ ନୋଟ୍ କୁ ସୁରକ୍ଷା ଦୃଷ୍ଟିକୋଣରୁ  ଏମିତି କରାଯାଇଛି ଯେ,ଏହା ଏହା  ଦ୍ୱାରା ଅସଲି ନୋଟ୍ ଏବଂ ନକଲି ନୋଟ୍ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଭାବରେ ଚିହ୍ନଟ ହୋଇପାରିବ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ବର୍ତ୍ତମାନର ଗଭର୍ଣ୍ଣର ହେଉଛନ୍ତି ଜାମିଲ ଅହମ୍ମଦ। ସେ  କହିଛନ୍ତି ଯେ ନୂଆ ନୋଟର ଡିଜାଇନ୍ ଅପଡେଟ୍ କରାଯିବ।


ନୂଆ ନୋଟ୍ ଛପା ଯିବାର  କାରଣ


ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ଏହି ନିଷ୍ପତ୍ତି ପଛରେ ଆଉ ଏକ କାରଣ ମଧ୍ୟ ଦେଖିବାକୁ ମିଳୁଛି। କୁହାଯାଉଛି ଯେ ପାକିସ୍ତାନର ମୁଦ୍ରାନୀତି ଉପରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା କରାଯାଉଛି। ତେବେ ଏସବୁ ଗୋଟିଏ ଝଟକାରେ ହେବ ନାହିଁ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଧୀରେ ଧୀରେ ପ୍ରଚଳନରେ ଥିବା ପୁରୁଣା ନୋଟ୍ ଗୁଡ଼ିକୁ ପ୍ରତ୍ୟାହାର କରି ତା' ବଦଳରେ ନୂଆ ନୋଟ୍ ଆଣିବ।


ବର୍ତ୍ତମାନ ପାକିସ୍ତାନରେ ପ୍ରଚଳନରେ ଥିବା ନୋଟ୍ ଗୁଡ଼ିକ ୨୦୦୫ ମସିହାରୁ ଜାରି ହୋଇଥିଲା। ଏହି ସିରିଜ୍ ରେ ଏବେ ୨୦, ୫୦, ୧୦୦, ୫୦୦, ୧୦୦୦ ଓ ୫୦୦୦ ଟଙ୍କିଆ ନୋଟ୍ ଛପାଯାଉଛି। କିନ୍ତୁ ଏବେ ପାକିସ୍ତାନ ସରକାର ନୂଆ ସିରିଜ୍ ନୋଟ୍ ଆଣିବେ। ନୂଆ ଫିଚର ଥିବା ନୋଟ୍ କୁ ସ୍କାନିଂ କିମ୍ବା ଫଟୋକପି କରି ଯେପରି ନକଲି ନୋଟ୍ ଛପା ଯାଇ ପାରିବ ନାହିଁ ସେଥିପାଇଁ ପାକିସ୍ତାନ ଏପରି କରୁଛି। ସୂଚନାଯୋଗ୍ୟ ଯେ,ନକଲି ନୋଟ୍  ଯୋଗୁ  ପାକିସ୍ତାନୀ ଅର୍ଥନୀତି ବହୁତ ଦୁର୍ବଳ ହୋଇ ପଡ଼ିଛି।


ବିମୁଦ୍ରୀକରଣ କାହିଁକି କରାଗଲା ନାହିଁ?


ଜାଲ୍ ନୋଟ୍ ଦେଶର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ଚାଉଛି ଏବଂ ଏହି କାରଣରୁ ଏକ ଅଣ୍ଡରଗ୍ରାଉଣ୍ଡ୍ ଅର୍ଥୀନୀତି ଉଭା ହୋଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ବିଶ୍ୱାସ କରୁଛି। ନୂଆ ମୁଦ୍ରା ଛାପି ପାକିସ୍ତାନ ଏହି ଦ୍ୱନ୍ଦ୍ୱରୁ ମୁକୁଳିବାକୁ ଚାହୁଁଛି। ଏହି ପୂରା ପ୍ରକ୍ରିୟା ଅତି ସହଜରେ ହେବା ଦରକାର, ନୋଟ୍ ବିନିମୟ ଯୋଗୁଁ ଲୋକମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଓ କୌଣସି ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୁଏ ନାହିଁ, ତାକୁ  ଦୃଷ୍ଟିରେ ରଖି ହଠାତ୍ ବିମୁଦ୍ରାକରଣ କରାଯାଇନାହିଁ। ବିମୁଦ୍ରୀକରଣ ପୂର୍ବରୁ ଖରାପ ହେଉଥିବା ଅର୍ଥନୀତିକୁ ଆହୁରି ଖରାପ କରିବ ବୋଲି ଆଶଙ୍କା କରାଯାଉଥିଲା, ତେଣୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ବିମୁଦ୍ରୀକରଣ ବଦଳରେ ନୂଆ ନୋଟ୍ ଛାପିବା ଦିଗରେ ପଦକ୍ଷେପ ନେଇଛି।


ଏପରି କରି ନକଲି ନୋଟ୍ ଜରିଆରେ ହେଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକିବାକୁ ଚାହୁଁଛି ପାକିସ୍ତାନ । ଯେଉଁମାନେ ପାକିସ୍ତାନର ଅର୍ଥନୀତିକୁ ଜାଣନ୍ତି ଏବଂ ବୁଝନ୍ତି ସେମାନେ କହନ୍ତି ଯେ ପାକିସ୍ତାନର ଅର୍ଥନୀତି କଳାଧନ ଠୁଳ  ସଂଘର୍ଷ କରୁଛି। । ଏଭଳି ପରିସ୍ଥିତିରେ ନୂଆ ନିଷ୍ପତ୍ତି ପରେ ପାକିସ୍ତାନୀ ମୁଦ୍ରା ବ୍ୟବସ୍ଥା ଉପରେ ବିଶ୍ୱର ବିଶ୍ୱାସ ବଢିବ ବୋଲି ଆଶା କରାଯାଇପାରେ । ତେବେ ଏହି ଗୋଟିଏ ପଦକ୍ଷେପ ଯଥେଷ୍ଟ ହେବ ନାହିଁ, ସେମାନଙ୍କୁ ଅନ୍ୟ ାନ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ।