Bollywood: ଫଟୋରେ ଖବର, ଏହି ୫ ଅଭିନେତ୍ରୀ ନିଜ ମାଆଙ୍କର ହେଉଛନ୍ତି କାର୍ବୋନ କପି

Bollywood: ବଲିଉଡ଼ରେ (Bollywood) ବର୍ତ୍ତମାନ ଷ୍ଟାରକିଡଙ୍କ ଦବଦବା ଚାଲିଛି । ସେମାନେ ହିଁ ବି- ଟାଉନରେ ଏବେ ରାଜ୍ କରୁଛନ୍ତି । ସେ ଆଲିଆ ଭଟ୍ଟ ହୁଅନ୍ତୁ କି ସାରା ଅଲ୍ଲୀ ଖାନ୍ । ତେବେ, ଆଜି ଆମେ ଏଭଳି କିଛି ଷ୍ଟାର କିଡଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ସୌନ୍ଦର୍ଯ୍ୟରେ କିଛି କାହା ଠାରୁ କମ୍ ନୁହେଁ କିନ୍ତୁ । ସେହି ଅଭିନେତ୍ରୀମାନେ (5 Bollywood Actress)ନିଜ ମାଆଙ୍କର(Mother) କାର୍ବନ୍ କପି ବୋଲି କୁହାଯାଇପାରିବ(Look Like Their Mother) ।

Sun, 12 Mar 2023-1:40 pm,
1/5

ଆଲିଆ ଭଟ୍ଟ ଓ ସୋନି ରଜଦାନ। ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟଙ୍କୁ ବିବେଚନା କରାଯାଏ । ଲକ୍ଷ ଲକ୍ଷ ଲୋକେ ତାଙ୍କର ସୁନ୍ଦରତାରେ ପାଗଳ।  ଆମେ ଆପଣଙ୍କୁ କହିବୁ କି ଆଲିଆ ଭଟ୍ଟଙ୍କ ମା ସୋନି ରଜଦାନ ମଧ୍ୟ ସୁନ୍ଦରତାରେ ଆଲିଆଙ୍କ ଠାରୁ କିଛି କମ ନୁହନ୍ତି । ସୋନି ରଜଦାନ ୬୪ ବର୍ଷ ବୟସରେ ପହଞ୍ଚିଛନ୍ତି କିନ୍ତୁ ତାଙ୍କ ସୁନ୍ଦରତା ଏହି ବୟସରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ତେବେ ଆଲିଆ ଏକଦମ ନିଜ ମାଆଙ୍କ ଭଳି ଦେଖିବାକୁ।

2/5

 ଅଭିନେତ୍ରୀ ଇଶା ଦେଓଲ ଓ ହେମା ମାଲିନି। ବଲିଉଡ ଇଣ୍ଡଷ୍ଟ୍ରିର ଡ୍ରିମ୍ ଗାର୍ଲ ଭାବରେ ଜଣାଶୁଣା ଅଭିନେତ୍ରୀ ହେମା ମଲିନିଙ୍କ ଝିଅ ଇଶା ଦେଓଲ ମଧ୍ୟ ତାଙ୍କ ମା ’ ଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ କିନ୍ତୁ ସେ ତାଙ୍କ ମା ଙ୍କ ପରି ସଫଳ ହୋଇନଥିଲେ। ଯଦି ଆମେ ଇଶା ଦେଓଲଙ୍କ ସୁନ୍ଦରତା ବିଷୟରେ କହିବା, ତେବେ ସେ ଅବିକଳ ଦେଖିବାକୁ ହେମାଙ୍କ ପରି । 

3/5

ସୃତି ହାସନ୍ ଏବଂ ସାରିକା। ତେବେ, ସୃତି ହାସନ୍ ଙ୍କ ମାଆ ହେଉଛନ୍ତି ସାରିକା । ସାରିକା ବଲିଉଡ ରେ ଅନେକ୍ ସିନେମା ରେ ଅଭିନୟ କରିଛନ୍ତି। ତେବେ ତାଙ୍କ ଝିଅ ସୃତି ମଧ୍ୟ ଏକଦମ ଦେଖିବାକୁ ତାଙ୍କ ଭଳି ଆଖି,ନାକ ଏବଂ ହସ ସବୁକିଛି ସାରିକା ଙ୍କ ଭଳି।

4/5

ଟ୍ୱିଙ୍କଲ୍ ଖାନ୍ନା ଓ ଡିମ୍ପଲ୍ କପାଡିଆ। ଟ୍ୱିଙ୍କଲ ଖାନ୍ନା ବଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାଜେଶ ଖାନ୍ନା ଏବଂ ଡିମ୍ପଲ କାପାଡିଆଙ୍କ ଝିଅ । ଟ୍ୱିଙ୍କଲ ଖାନ୍ନା ୪୭ ବର୍ଷ ବୟସ ରେ ପହଞ୍ଚିଛନ୍ତି  କିନ୍ତୁ ଏହି ବୟସରେ ମଧ୍ୟ ତାଙ୍କ ସୁନ୍ଦରତା ମଳିନ ପଡି ନାହିଁ । ଟ୍ୱିଙ୍କଲ ଖାନ୍ନାଙ୍କ ମା’ ମଧ୍ୟ ଏବେ ବହୁତ ସୁନ୍ଦର ଲାଗନ୍ତି । ଏହି ଦୁଇ ମା- ଝିଅ ର ଯୋଡି ବହୁତ ଷ୍ଟାଇଲିସ୍ ଏବଂ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର।

5/5

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ ଅମୃତା ସିଂହ। ତେବେ ସୈଫ ଙ୍କ ପାଖରୁ ଛାଡ଼ପତ୍ର ନେବା ପରେ ଅମୃତା ନିଜ ପୁଅ ଝିଅ ଙ୍କ ସହ ଅଲଗା ରହୁଛନ୍ତି। ତେବେ ଅମୃତା ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ। ତେବେ ତାଙ୍କ ଝିଅ ସାରା ମଧ୍ୟ ତାଙ୍କ ଭଳି ଦେଖିବାକୁ ଏବଂ ବର୍ତ୍ତମାନ ସେ ମଧ୍ୟ ବହୁତ ଫିଲ୍ମ ରେ କାମ କରୁଛନ୍ତି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link