Celebrities Suicide: ଆତ୍ମହତ୍ୟା ଫାଶରେ ଏହି ସବୁ ସେଲିବ୍ରିଟି, ଦେଖନ୍ତୁ ଫଟୋ

Celebrities Suicide: ଦିନକୁ ଦିନ ଆମ ସମାଜରେ ଆତ୍ମହତ୍ୟା (Suicide) ବଢିବାରେ ଲାଗିଛି । ବିଶେଷକରି ଯୁବପିଢି (youth)ଏଥିରେ ଶିକାର ହେଉଛନ୍ତି । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ ଆସିଥିବା ଯୁବକ, ଯୁବତୀମାନେ ପ୍ରେମରେ ପଡୁଛନ୍ତି । ପରେ ସମ୍ପର୍କରେ ତିକ୍ତତାକୁ ନେଇ ପରିବାରକୁ ଭୁଲି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଆଉ ଏଥିରି ବାଦ୍ ପଡି ନାହାଁନ୍ତି ସେଲିବ୍ରିଟି (Celebrities) । ବଲିଉଡ଼ ହେଉକି ଓଲିଉଡ କି ଭୋଜପୁରୀ ଇଣ୍ତଷ୍ଟ୍ରି ପ୍ରତିଦିନ ନିଜକୁ ଶେଷ କରିବା ପାଇଁ ପଛଘୁଞ୍ଜା ଦେଉନାହାଁନ୍ତି କଳାକାର (Celebrities)। ଖାସ୍ କରି ପ୍ରେମ ଜନିତ ବ୍ୟାପାର ଓ ପାରିବାରିକ କଳହ ଓ କ୍ୟାରିୟରରେ ସମସ୍ୟା ଯୋଗୁଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତିକୁ ବାଛି ନେଇଛନ୍ତି । ଆଉ ଜୀବନ ହାରୁଛନ୍ତି ।

Tue, 28 Mar 2023-1:13 pm,
1/6

ଡିଜେ ଆଜେକ୍ସ(DJ Azex) ଓରଫ ଅକ୍ଷୟ କୁମାରଙ୍କ ଆତ୍ମହତ୍ୟା ଘଟଣା । ଡିଜେ ଆଜେକ୍ସ ଦିନେ ସମସ୍ତଙ୍କ ମନୋରଞ୍ଜନ କରୁଥିଲେ ହେଲେ ଆଜି ସେ ନାହାଁନ୍ତି । ପ୍ରେମିକା ଠାରୁ ଧୋକା ପାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ପ୍ରେମିକାର ,ଅନ୍ୟ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଥିବା ଜାଣିବା ପରେ ଆତ୍ମହତ୍ୟା କରିଥିଲେ ଜିଜେ ଆଜେକ୍ସ।  ସୂଚନାଯୋଗ୍ୟ ଯେ, ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ୍ ଛାନଭିନ୍ କରୁଛି।

2/6

ବଲାଙ୍ଗିର ସୁଦପଡ଼ାର ଯୁବ ପ୍ରତିଭା ରୁଚିସ୍ମିତା ଆଜି ଅତୀତ ।  ବଲାଙ୍ଗୀରର ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ଗତ ଦୁଇ ଦିନ ତଳେ ଆତ୍ମହତ୍ୟା କରିଥିବା ଜଣାପଡିଛି । ବଲାଙ୍ଗୀର ସୁଦପଡ଼ା ସ୍ଥିତ ତାଙ୍କ ମାମୁଁଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ରୁଚିସ୍ମିତା ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ।

 

3/6

ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା । ଗତବର୍ଷ ଜୁନ୍ ୨୪ ତାରିଖରେ ଭୁବନେଶ୍ବର ପ୍ରାଚୀ ବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ପାରିବାରିକ ଅସନ୍ତୋଷକୁ ନେଇ ସେ ଜୀବନ ହାରିଥିବା କୁହାଯାଉଛି। ଓଲିଉଡ ଓ ଯଲିଉଡର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ୧୯୮୬ ମସିହା ଫେବ୍ରୁଆରି ୧୦ ତାରିଖରେ ମୁକ୍ତିଲାଭ କରିଥିବା ରାଜେନ୍ଦ୍ର ସିଂହଙ୍କ ନିର୍ଦ୍ଦେଶିତ ‘ସାଗର’ରେ ପ୍ରଥମେ ନଜର ଆସିଥିଲେ। ତାପରେ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ରେ ଦେଖା ଦେଇଥିଲେ।

4/6

ସେହିପରି ଗତ ଦୁଇ ଦିନ ତଳେ , ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି। ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଆକାଂକ୍ଷା ଭଦୋହୀ ଜନପଥ ପରସୀପୁରରେ ବାସିନ୍ଦା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଥିଲେ ଆକାଂକ୍ଷା । ପ୍ରେମ ଜନିତ ବ୍ୟାପାର ଯୋଗୁଁ ସେ ଜୀବନ ହାରିଥିବା କୁହାଯାଉଛି । ସେ ‘ବୀରୋ କେ ବୀର’ ଓ ‘କସମ ପୈଦା କରନେ ୱାଲେ କି-୨’ ଫିଲ୍ମରେ ଅଭିନୟ କରିଥିଲେ । ଅଭିନେତ୍ରୀ ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଅସ୍ପଷ୍ଟ ରହିଚି । ଏହି ଖବର ପୂରା ଭୋଜପୁରୀ ଇଣ୍ଡଷ୍ଟ୍ରୀକୁ ସ୍ତବ୍ଧ କରିଦେଇଛି ।

 

5/6

ବଲିଉଡର ଲୋକପ୍ରିୟ ନାୟକ ସୁଶାନ୍ତ ସିଂ ରାଜପୁତ। ୨୦୨୦, ଜୁନ୍ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ବେକରେ ଫାଶୀ ଲଗାଇ ଅଭିନେତା ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ଗତ ୬ ମାସ ଧରି ଚାପଗ୍ରସ୍ତ ଥିଲେ ସେ । ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ଜଣାପଡିନଥିବା ବେଳେ ସୁଶାନ୍ତ ସିଂଙ୍କ ଘରୋଇ ସହାୟକ ଏ-ନେଇ ପୋଲିସକୁ ସୂଚନା ଦେଇଛି ।

6/6

ସେହିପରି, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ବିଶାଖାପାଟନମରେ ଥିବା ତାଙ୍କ ଘରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁ ସମଗ୍ର ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି। ସୁଧୀର ବର୍ମାଙ୍କ କୋ-ଷ୍ଟାର ଅଭିନେତା ସୁଧାକର ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ଚଳିତ ବର୍ଷ ଜାନୁଆରୀ ୨୪ରେ ସେ ଆତ୍ମହତ୍ୟା କରିଛନ୍ତି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link