କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଚଳିତ ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

7th Pay Commission, Central Government Employees, DA Hike: ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ସେମାନଙ୍କୁ ରିହାତି ମିଳିବ ବୋଲି ଆଶା କରାଯାଉଛି । ସରକାର ଜୁଲାଇ ୧ରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି । ମେ` ମାସରେ ଆସିଥିବା AICPI ସୂଚକାଙ୍କ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥର ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଆପଣଙ୍କ ଦିଲ୍ ଖୁସ୍ କରିଦେବ ।

ଜୀ ଓଡ଼ିଶା ଡେସ୍କ Sat, 02 Jul 2022-12:56 pm,
1/8

ନୂଆଦିଲ୍ଲୀ: 7th Pay Commission, Central Government Employees, DA Hike: ଯଦି ଆପଣ କିମ୍ବା ଆପଣଙ୍କ ଘରର କୌଣସି ସଦସ୍ୟ କେନ୍ଦ୍ର ସରକାରଙ୍କ କର୍ମଚାରୀ, ତେବେ ଏହି ଖବର ଆପଣଙ୍କୁ ଖୁସି ପ୍ରଦାନ କରିବାକୁ ଯାଉଛି । ଆଜ୍ଞା ହଁ, କେନ୍ଦ୍ରର ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ (Central Government Employees) ଓ ୬୫ ଲକ୍ଷ ପେନସନଭୋଗୀ (Central Government Pensioners) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି ।

2/8

ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିରୁ ସେମାନଙ୍କୁ ରିହାତି ମିଳିବ ବୋଲି ଆଶା କରାଯାଉଛି । ସରକାର ଜୁଲାଇ ୧ରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି । ମେ' ମାସରେ ଆସିଥିବା AICPI ସୂଚକାଙ୍କ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥର ମହଙ୍ଗା ଭତ୍ତା ବୃଦ୍ଧି (DA Hike) ଆପଣଙ୍କ ଦିଲ୍ ଖୁସ୍ କରିଦେବ ।

3/8

ଫେବୃଆରୀ ପରେ ଦ୍ରୁତ ଗତିରେ ବଢୁଥିବା AICPI ସୂଚକା (AICP Index) ଙ୍କ ତଥ୍ୟରୁ ଏହି ଆଶା କରାଯାଉଛି ଯେ ଜୁଲାଇରେ DA ରେ ଅତି କମରେ ୬ ପ୍ରତିଶତ ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଏପ୍ରିଲ ପରେ ମେ’ର AICPI ସୂଚକାଙ୍କ ସଂଖ୍ୟାରେ ଏକ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି । ଏଥର ଏଥିରେ ୧.୩ ପଏଣ୍ଟ ବୃଦ୍ଧି ପାଇ ୧୨୯ ପଏଣ୍ଟକୁ ପହଞ୍ଚିଛି । ବର୍ତ୍ତମାନ କେବଳ ଜୁନର ଆକଳନ ଆସିବା ବାକି ରହିଛି । ଯଦି ଜୁନ୍ ମାସରେ AICPI ସୂଚକାଙ୍କ ସ୍ତରରେ ପହଞ୍ଚେ, ତେବେ DA ରେ ୬ ପ୍ରତିଶତ ବୃଦ୍ଧି ଘଟିବା ନିଶ୍ଚିୟ । ଯଦି ଏପରି ହୁଏ ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତକୁ ପହଞ୍ଚିବ ।

4/8

ଚଳିତ ବର୍ଷ ଜାନୁୟାରୀରେ  AICPI ସୂଚକାଙ୍କ ସଂଖ୍ୟା ୧୨୫.୧ରେ ଥିଲା । ଫେବୃଆରୀରେ ଏହା ଆହୁରି ହ୍ରାସ ପାଇଥିଲା ଓ ଏହା ୧୨୫କୁ ଖସି ଆସିଥିଲା । ଏହାକୁ ଆଧାର କରି ମାର୍ଚ୍ଚରେ ମଧ୍ୟ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏଥିରେ ଗୋଟିଏ ପଏଣ୍ଟ ବୃଦ୍ଧି ହୋଇ ଏହା ୧୨୬କୁ ପହଞ୍ଚିଥିଲା । ଏହା ପରେ, ଏପ୍ରିଲରେ ଏଥିରେ ୧.୭ ପଏଣ୍ଟ ବୃଦ୍ଧି ପାଇ ୧୨୭.୫କୁ ବୃଦ୍ଧି ପାଇଥିଲା । ସେହିପରି ମେ'ରେ AICPI ସୂଚକାଙ୍କରେ  ୧.୩ ପଏଣ୍ଟ ବୃଦ୍ଧି ପାଇ ୧୨୯ରେ ପହଞ୍ଚିଛି  । ଯାହା ପରେ ସରକାର ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି ଏପରି ହୁଏ ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ି ୪୦ ପ୍ରତିଶତକୁ ପହଞ୍ଚିବ ।

5/8

ବର୍ତ୍ତମାନ ସମୟରେ ଦେଶରେ ମୁଦ୍ରାସ୍ଫୀତି ଯୋଗୁଁ ଖରାପ ଅବସ୍ଥାରେ ଅଛି । ମୁଦ୍ରାସ୍ଫୀତିର ଏହି ହାର ଗତ ୮ ବର୍ଷର ଉଚ୍ଚ ସ୍ତରରେ ଅଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ଜୁନ୍ ୨୦୧୭ରୁ ସପ୍ତମ ବେତନ ଆୟୋଗର ଲାଭ ପାଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ମହଙ୍ଗା ଭତ୍ତା ୪୦ ପ୍ରତିଶତକୁ ବୃଦ୍ଧି ହୁଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବା ନିଶ୍ଚିତ ।

6/8

ଏକ ଆକଳନ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ବେସିକ ଦରମା ୧୮,୦୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୬,୧୨୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୪୦ ପ୍ରତିଶତ ହେବ, ତେବେ କର୍ମଚାରୀ ୭,୨୦୦ ଟଙ୍କା ଡିଏ ପାଇବେ । 

7/8

ସେହିପରି ଯଦି ଜଣେ କର୍ମଚାରୀଙ୍କ ସର୍ବାଧିକ ବେସିକ ଦରମା ୫୬,୯୦୦ ଟଙ୍କା, ତେବେ ୩୪ ପ୍ରତିଶତ ହାରରେ ତାଙ୍କର ମହଙ୍ଗା ଭତ୍ତା ୧୯,୩୪୦ ଟଙ୍କା ହୋଇଥାଏ । ବର୍ତ୍ତମାନ ଯଦି ଏହା ୪୦ ପ୍ରତିଶତ ହେବ, ତେବେ କର୍ମଚାରୀ ୨୨,୭୬୦ ଟଙ୍କା ଡିଏ ପାଇବେ । 

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ନେଇ ଶିବସେନା ଦେଲା ବଡ଼ ବୟାନ, କହିଲା-କ୍ଷମତା ମିଳିଯାଇଛି, କିନ୍ତୁ..

ଏହା ବି ପଢ଼ନ୍ତୁ:-ଦେବେନ୍ଦ୍ର ଫଡନାଭିସଙ୍କୁ କାହିଁକି କରାଗଲା ଉପମୁଖ୍ୟମନ୍ତ୍ରୀ? କାରଣ କହିଲେ ଅମିତ ଶାହ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ପ୍ରାର୍ଥୀ କରିଥିଲେ ନାମାଙ୍କନ ପତ୍ର ଦାଖଲ, କେବଳ ୨ ଜଣ ହିଁ ହେଲେ ଯୋଗ୍ୟ; ଜାଣନ୍ତୁ ଏହାର କାରଣ

8/8

ସୂଚନାଯୋଗ୍ୟ, କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link