HBD Abhishek Bachchan: ଫଟୋରେ ଖବର, ଅଭିନେତା ହେବା ପୂର୍ବରୁ ବୀମା ଏଜେଣ୍ଟ ଥିଲେ ଅଭିଷେକ

HBD Abhishek Bachchan: ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ତଥା ଲୋକପ୍ରିୟ ଅଭିନେତା ଅଭିଷେକ ବଚ୍ଚନଙ୍କ ଜନ୍ମଦିନ। ଜେଜେ ହରିବଂଶ ରାଜ ବଚ୍ଚନ ଜଣେ ମହାନ କବି ଥିଲେ ଏବଂ ଉଭୟ ମାତା ଏବଂ ପିତା ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ କଳାକାର । ସମସ୍ତେ ବିଶ୍ବାସ କରନ୍ତି ଯେ, ଅଭିଷେକ ବଚ୍ଚନଙ୍କୁ ଜୀବନରେ କେବେବି ସଂଘର୍ଷ କରିବାକୁ ପଡ଼ି ନାହିଁ । ଫିଲ୍ମ ଲାଇନକୁ ଆସିବା ଅଭିଷେକଙ୍କ ପାଇଁ ଏତେ ସହଜ ନ ଥିଲା । ଏକ ସାକ୍ଷାତକାରରେ ଅଭିଷେକ ଏନେଇ ନିଜେ ଖୁଲାସା କରିଛନ୍ତି । ଦୁଇ ବର୍ଷର ସଂଘର୍ଷ ପରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର `ରେଫ୍ୟୁଜି`(Refugee)ପାଇଥିଲେ । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

Sun, 05 Feb 2023-2:03 pm,
1/5

୨୦୦୦ ମସିହାରେ ଅଭିଷେକ ଫିଲ୍ମ 'ରିଫ୍ୟୁଜି'ରେ ଡେବ୍ୟୁ କରିଥିଲେ।  ଯଦିଓ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇ ନ ଥିଲା। ଏହି ଚଳଚ୍ଚିତ୍ରରେ କରୀନା କପୁର ଅଭିଷେକଙ୍କ ସହ ମଧ୍ୟ ଥିଲେ। ଏହା ଉଭୟଙ୍କ ଡେବ୍ୟୁ ଫିଲ୍ମ ଥିଲା ।

 

2/5

କୁହାଯାଏ ଯେ ଅଭିଷେକ ବଚ୍ଚନଙ୍କୁ 'ରିଫ୍ୟୁଜି'ରେ ଅଫର ମିଳିବା ପାଇଁ ୨ ବର୍ଷ ସମୟ ଲାଗିଥିଲା ।

3/5

ଏକ ସାକ୍ଷାତକାରରେ ଅଭିଷେକ ବଚ୍ଚନ କହିଥିଲେ, 'ଅନେକ ଲୋକ ବିଶ୍ୱାସ କରନ୍ତି ଯେ ମୁଁ ଅମିତାଭ ବଚ୍ଚନଙ୍କ ପୁଅ, ତେଣୁ ମୋ ଜୀବନରେ କୌଣସି ସଂଘର୍ସକୁ ମୁଁ ସାମ୍ନା କରିନାହିଁ । ଡେବ୍ୟୁ କରିବା ପୂର୍ବରୁ ମୁଁ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ନିକଟକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା କରୁଥିଲି । ତଥାପି ସେ ମୋ ସହ କାମ କରିବାକୁ ମନା କରିଦେଇଥିଲେ। ତେବ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅଭିଷେକଙ୍କ ଡେବ୍ୟୁ ଫିଲ୍ମ ମଧ୍ୟ ଫ୍ଲପ୍ ହୋଇଥିଲା।  ଫ୍ଲପ ଯୋଗୁଁ ସେ କିଛି ଦିନ କାମ ପାଇନ ଥିଲେ । 

4/5

ଦୀର୍ଘ ୪  ଚାରି ବର୍ଷ ମଧ୍ୟରେ ସେ ୧୭ ଟି ଫ୍ଲପ୍ ଫିଲ୍ମ ବି ଦେଇଥିଲେ। ୨୦୦୪ ମସିହାରେ ଅଭିଷେକ ବଚ୍ଚନ 'ଧୁମ୍' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଏକ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । ପରେ ସେ 'ବଣ୍ଟି ଅର ବାବଲି', 'ୟୁଭା', 'ବ୍ଲଫମାଷ୍ଟର', 'ଗୁରୁ' ଏବଂ 'ଦୋସ୍ତାନା' ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । 

 

5/5

ଅଭିଷେକ ବଚ୍ଚନଙ୍କ କ୍ୟାରିୟରରେ ଏ-ପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଘଟିଛି। ଶେଷରେ ସେ ନିଜର ଏକ ସ୍ୱତସ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ପିତା ବିଗ୍ ବିଙ୍କ ପରି ନାଁ କରି ପାରିନ ଥିଲେ ମଧ୍ୟ ବର୍ତ୍ତମାନ ବଲିଉଡର ସେ ଜଣେ ଆଗଧାଡିର ଅଭିନେତା । ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିବା ତେବେ, ସେ ୨୦୦୭ରେ ବଲିଉଡ୍ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link