Drishyam 3: ଏକାଠି ହିନ୍ଦୀ ଓ ମାଲାୟାଲମ୍ ଭାଷାରେ ରିଲିଜ ହେବ ‘ଦୃଶ୍ୟମ’-୩, ଜାଣନ୍ତୁ କେବେ...

Drishyam-3: ୨୦୧୩ ମସିହାରେ ରିଲିଜ ହୋଇଥିବା ସୁପରଷ୍ଟାର ମୋହନଲାଲ ଓ ନର୍ଦ୍ଦେଶକ ଜିତୁ ଜୋସେଫଙ୍କ କ୍ରାଇମ-ଥ୍ରୀଲର ଫିଲ୍ମ ‘ଦୃଶ୍ୟମ’ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା । ମାଲାୟାଲମ୍ ଭାଷାରେ ଫିଲ୍ମଟି ହିଟ୍ ହେବା ପରେ ଅଜୟ ଦେବଗନ ଏହି ସିନେମାର ହିନ୍ଦୀ ରିମେକ୍ କରିବା ନେଇ ଚିନ୍ତା କରିଥିଲେ। ହିନ୍ଦୀ ଭାଷାରେ ଏହି ଫିଲ୍ମ ରିଲିଜ ହେବା ପରେ ଏହାର ଉଭୟ ପାର୍ଟକୁ ବେଶ ପସନ୍ଦ କରିଥିଲେ ଦର୍ଶକ। ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ନିର୍ମାଣ ହୋଇସାରିଥିବା ଏହି ଫିଲ୍ମର ପାର୍ଟ-୩ ରିଲିଜ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

Thu, 15 Jun 2023-2:03 pm,
1/5

ଗତ ୨୦୨୧ ଫେବୃୟାରୀ ୧୯ ତାରିଖରେ ରିଲିଜ ହୋଇଥିବା ‘ଦୃଶ୍ୟମ’-୨ ବକ୍ସ ଅଫିସରେ ୩୫୦ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

2/5

ହିନ୍ଦୀ ଭାଷାରେ ନିର୍ମିତ ‘ଦୃଶ୍ୟମ’-୨ର ନିର୍ଦ୍ଦେଶନା ଦେଇଥିଲେ ଅଭିଷେକ ପାଠକ। ‘ଦୃଶ୍ୟମ’-୧ ଓ ‘ଦୃଶ୍ୟମ’-୨ର ସଫଳତା ପରେ ଅଜୟ ଦେବଗନ ‘ଦୃଶ୍ୟମ’-୩ ସୁଟିଂକୁ ମାଲାୟାଲମ୍ ପାର୍ଟ-୩ ସହ କରିବା ନେଇ ଚିନ୍ତା କରୁଛନ୍ତି ।

3/5

ମାଲାୟାଲମ୍ ଭାଷାରେ ଫିଲ୍ମଟି ପ୍ରଥମେ ରିଲିଜ ହେଲେ ହିନ୍ଦୀ ଦର୍ଶକଙ୍କ ଲାଗି ଏହି କାହାଣୀ ନୂଆ ରହିବ ନାହିଁ ଯାହା ଫଳରେ ଏହାର ପ୍ରଭାବ ଫିଲ୍ମର ବକ୍ସ ଅଫିସ କଲେକ୍ସନ୍ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଥିବାରୁ ଅଜୟ ଦେବଗନ ଏପରି ଚିନ୍ତା କରୁଥିବା କୁହାଯାଉଛି ।

4/5

ଅଭିନେତା ଅଜୟ ଦେବଗନ ଏହି ଫ୍ରାଞ୍ଚାଇଜକୁ ନେଇ ବେଶ ଖୁସି ଅଛନ୍ତି । ସୂଚନା ଅନୁଯାୟୀ, ୨୦୨୪ ମସିହାରେ ଉଭୟ ମାଲାୟାଲମ୍ ଓ ହିନ୍ଦୀ ଭାଷାରେ ‘ଦୃଶ୍ୟମ’-୩ର ସୁଟିଂ ଆରମ୍ଭ ହେବ।

5/5

ଏହି କ୍ରାଇମ୍ ଥ୍ରୀଲର ଚଳଚ୍ଚିତ୍ରଟି ଏକା ସାଙ୍ଗରେ ମାଲାୟାଲମ୍ ଓ ହିନ୍ଦୀ ଭାଷାରେ ରିଲିଜ ହେବା ନେଇ ଜଣାପଡ଼ିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link