Hockey World Cup 2023: ଫଟୋରେ ଖବର, ଉଦଘାଟନୀ ଉତ୍ସବରେ ଝୁମିବ ସାରା ଓଡ଼ିଶା

Hockey World Cup 2023 Opening Ceremony: ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ବକପ୍‌ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାଠାରେ ଖେଳାଯିବ। ଏନେଇ ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି। ଆଜି ବାରବାଟୀ ଷ୍ଟାଡିୟମ ସହ ଦୁଲୁକିବ ସାରା ଓଡ଼ିଶା।

Wed, 11 Jan 2023-5:09 pm,
1/7

ନବୀନଙ୍କୁ ଭେଟି ଖୁସିରେ ଗଦଗଦ ରଣବୀର

Hockey World Cup 2023 : ସେପଟେ ଉଦଘାଟନୀ ଉତ୍ସବରେ ଧମାଲ କରିବେ ବଲିଉଡ୍ ଷ୍ଟାର ରଣବୀର ସିଂହ । ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଉପହାର ଗ୍ରହଣ କରିଛନ୍ତି । ସେହିପରି ନବୀନଙ୍କୁ ଭେଟି ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ରଣବୀର କହିଛନ୍ତି । 

2/7

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତ୍ରୀ ଦିଶା

Hockey World Cup 2023 : ସେହିଭଳି ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଶ ଖୁସି ନଜର ଆସିଥିଲେ ବଲିଉଡ ଅଭିନେତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଶାଢୀ ସହ ହକି ଜର୍ସି ମଧ୍ୟ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି।

3/7

ପ୍ରୀତମଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ

Hockey World Cup 2023 : ବାରବାଟୀରେ ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଦର୍ଶକ । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିବେ । ଏଥିପାଇଁ ରାଜ୍ୟରେ ସରକାରୀ, ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି । 

4/7

କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ଛୁଟି

FIH Hockey World Cup 2023 : କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।

5/7

ପ୍ରସ୍ତୁତିର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ

Hockey World Cup 2023 : ସେହିପରି ଗତକାଲି କଟକ ଯାଇ ଉଦଘାଟନୀ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ବାରବାଟୀ ଷ୍ଟାଡିୟମ ଯାଇ ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି । 5T ସଚିବଙ୍କ ସହ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ବାରବାଟୀ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

 

6/7

କାର୍ଯ୍ୟକ୍ରମରେ ଯୋଗଦେବେ ଏକ ହଜାର VVIP

Hockey World Cup 2023 : କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଏହି ଗ୍ରାଣ୍ଡ କାର୍ଯ୍ୟକ୍ରମରେ ଯୋଗଦେବେ । ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

7/7

ଟ୍ରାଫିକ ପରିଚାଳନା ପୋଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ

Hockey World Cup 2023 : କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ । ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ଜଣ ଅଧିକାରୀ ଓ ତିନି ଜଣ ଡିସିପି ମୁତୟନ ହେବେ । ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link