Amisha Patel: ଜାଣନ୍ତୁ କାହିଁକି କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ..

Amisha Patel: ଅନେକ ସମୟରେ ସେଲିବ୍ରେଟି ମାନେ ନିଜର ଭୁଲ ପଦକ୍ଷେପ ପାଇଁ ବାଦ ବିବାଦରେ ଫସିଥିଆନ୍ତି। ନିକଟରେ ଗଦର ଅଭିନେତ୍ରୀ ଅମୀଷା ପଟେଲ ବିବାଦ ଘେରକୁ ଆସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଶେଷରେ ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

Sat, 17 Jun 2023-5:01 pm,
1/5

ଅଭିନେତ୍ରୀଙ୍କ ବିରୋଧରେ ରାଞ୍ଚିର ଫିଲ୍ମ ପ୍ରଯୋଜକ ଅଜୟ କୁମାର ସିଂ ଠକେଇ ଓ ଧମକ ଅଭିଯୋଗ ଆଣିଥିଲେ । ଖାଲି ଏତିକି ନୁହେଁ, ଚେକ୍ ବାଉନ୍ସ ନେଇ ଥାନାରେ ମାମଲା ରୁଜୁ କରି ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

2/5

ପ୍ରଯୋଜକ ଏକ ସିନେମାର ପ୍ରଚାର ପ୍ରସାର ଓ ପବ୍ଲିସିଟି ନିମନ୍ତେ ଅମୀଷାଙ୍କୁ ୨.୫ କୋଟି ଟଙ୍କା ଦେଇଥିଲେ। ସିନେମା ସଂମ୍ପୂର୍ଣ୍ଣ ହେବା ପରେ ସୁଧ ସହ ଟଙ୍କା ଫେରାଇ ଦେବା ଲାଗି ସେ ଅଭିନେତ୍ରୀଙ୍କ ସହ ଚୁକ୍ତି କରିଥିଲେ।

3/5

୨୦୧୩ ମସିହାରୁ ଆରମ୍ଭ ହୋଇଥିବା ସିନେମା ଶେଷ ହେବାରେ ବିଳମ୍ବ ହେବାରୁ ଅଜୟ ଅମୀଷାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ସେ ଟଙ୍କା ନ ଫେରାଇ ଓଲଟି ତାଙ୍କୁ ଧମକ ଦେଇଥିଲେ ।

4/5

ପରେ ଏ ମାମଲାରେ ହାଜର ହେବା ଲାଗି ଅଭିନେତ୍ରୀଙ୍କ ନିକଟକୁ କୋର୍ଟ ବାରମ୍ବାର ନୋଟିସ୍  ଜାରି କରିଥିଲେ । କିନ୍ତୁ ଏହାକୁ ଖାତିର କରି ନଥିଲେ ଅମୀଷା ।

5/5

ଏହାପରେ କୋର୍ଟ ତାଙ୍କ ନିକଟକୁ ୱାରେଣ୍ଟ ଜାରି କରିଥିଲେ । ତେବେ ଆଜି ଏନେଇ ରାଞ୍ଚି କୋର୍ଟରେ ଆତ୍ମସର୍ମପଣ କରିଛନ୍ତି ଅଭିନେତ୍ରୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link