Radhika Merchant: ଶାଶୂ ନୀତା ଅମ୍ବାନୀଙ୍କୁ ପଛରେ ପକାଇଦେବ ରାଧିକା ମରଚାଣ୍ଟଙ୍କ ପୋଷାକ ଦାମ୍ !

Radhika Merchant Outfit: ଗତକିଛି ଦିନ ତଳେ ରାଧିକା ଏବଂ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଶେଷ ହୋଇଛି। ଏହି ଉତ୍ସବରେ ବହୁ ବଡ଼ ବଡ଼ ଶିଳ୍ପପତି ଏବଂ ବଲିଉଡ ତାରକାମାନଙ୍କ ଅମ୍ବାନୀଙ୍କ ଘରେ ପହଞ୍ଚିବା ସହ ସେଲିବ୍ରେସନ କରିଥିଲେ। ସେମାନଙ୍କର ନିର୍ବନ୍ଧରେ ଅମ୍ବାନୀ ପରିବାର ସୁନା ଓ ହୀରା ରେ ସଜେଇ ହୋଇଥିଲେ । ତେବେ ମୁକେଶ ଅମ୍ବାନୀଙ୍କ ଭାବି ସାନ ବୋହୂ ରାଧିକା ମରଚାଣ୍ଟ ଏକ ଜବରଦସ୍ତ ଲେହେଙ୍ଗା ପିନ୍ଧିଥିଲେ। ଏଥିରେ ସେ ବହୁତ ସୁନ୍ଦର ଦିଶୁଥିଲେ । ତେବେ କୁହାଯାଉଛି ଏହି ଲେହେଙ୍ଗା ଖୁବ କଷ୍ଟଲି ଓ ଏଥିରେ ସୁନା ହୀରା ଖଚିତ କରାଯାଇଥିଲା । ଏବେ ଆସନ୍ତୁ ଜାଣିବା ରାଧିକା ପିନ୍ଧିଥିବା କିଛି ଦାମୀ ପୋଷାକ ବିଷୟରେ...

Tue, 24 Jan 2023-7:21 pm,
1/5

ନିକଟରେ ତାଙ୍କର ପ୍ରି-ଏନଗେଜମେଣ୍ଟର ମେହେନ୍ଦି ସେରିମୋନିରେ ରାଧିକା ମରଚାଣ୍ଟଙ୍କ ପୋଷାକର ଡିଜାଇନର୍ ଥିଲେ ସନ୍ଦୀପ ଖୋସଲା। ଏକ ବ୍ଲୁ ମିକ୍ସ ଗୋଲାପୀ ଲେହେଙ୍ଗା ପିନ୍ଧିଥିଲେ, ଯେଉଁଥିରେ ସେ ପିନ୍ଧିଥିଲେ ଏକ ଲଙ୍ଗ ନେକ୍ ପିସ୍। ଗୋଲାପୀ ଲେହେଙ୍ଗାର ମୂଲ୍ୟ ପ୍ରାୟ ଚାରି ଲକ୍ଷ ଟଙ୍କା ଥିଲା।

2/5

ରାଧିକା ମରଚାଣ୍ଟ ତାଙ୍କ ସାଙ୍ଗମାନଙ୍କ ସହିତ ଏକ ପାର୍ଟିରେ ଡଲସେ ଏବଂ ଗାବାନାଙ୍କ ଦ୍ୱାରା କାଜୁଆଲ୍ ଧଳା ଫ୍ଲୋରା ଡିଜାଇନ ଡ୍ରେସ ପିନ୍ଧିଥିଲେ, ସେହି ବ୍ରାଣ୍ଡ ଦ୍ୱାରା ବେଡାଜ୍ ପ୍ଲାଟଫର୍ମ ହିଲ୍ ସହିତ ସେ ନଜର ଆସିଥିଲେ। ପୁରା ଲୁକର ମୂଲ୍ୟ ପ୍ରାୟ ୩.୩ ଲକ୍ଷ ଟଙ୍କା ରହିଥିଲା।

3/5

ସେହିପରି ରାଧିକା ମରଚାଣ୍ଟ ରଣଭୀର ସିଂ ଏବଂ ଦୀପିକା ପାଦୁକୋଣଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଏକ ଚମତ୍କାର ଛୋଟ ଜୁଡିଥ ଲାଇବର ୱାଟରମେଲନ ପପ୍ସିକଲ କ୍ଲଚ୍ ବ୍ୟାଗ ନେଇଥିଲେ, ଯାହାର ଆବରଣ ଦାମୀ କ୍ରାଏଷ୍ଟାଲ ଓ ଲେଦର ର ହୋଇଥିଲା । ଏହାର ଦାମ୍ ଥିଲା ୩.୪ ଲକ୍ଷ ଟଙ୍କା।

4/5

୨୦୧୯ ରେ ଅରମାନ ଜୈନ ଏବଂ ଅନିସା ମଲହୋତ୍ରାଙ୍କ ବିବାହରେ ଯୋଗ ଦେଇ ରାଧିକା ମରଚାଣ୍ଟ ରାହୁଲ ମିଶ୍ରଙ୍କ ଦ୍ୱାରା ବନାଯାଇଥିବା ଏକ ଚମତ୍କାର ଲେହେଙ୍ଗା ପିନ୍ଧିଥିଲେ ଯାହାର ମୂଲ୍ୟ ପ୍ରାୟ ୪.୧ ଲକ୍ଷ ଟଙ୍କା ଥିଲା।

5/5

ଅନନ୍ତ ଅମ୍ବାନୀଙ୍କ ସହ ଏକ ପାର୍ଟିରେ ଯୋଗଦେବାବେଳେ ରାଧିକା ମରଚାଣ୍ଡ ସୁନା ଖଚିତ ଏକ ଗାଉନ ପିନ୍ଧିଥିଲେ । ଯାହାର ଦାମ ଥିଲା ୩.୫ ଲକ୍ଷ ଟଙ୍କା । 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link