Monday Remedies: ସୋମବାର ଦିନ ଦାନ କରନ୍ତୁ ଏହି ୫ ଜିନିଷ, ପାଖ ମାଡି଼ବନି ଦାରିଦ୍ରତା!

Monday Remedies: ଶିବ ହେଉଛନ୍ତି ସୃଷ୍ଟିର ସଂହାର କର୍ତ୍ତା (lord shiva) । ମହାଦେବ କେବେ ବି ସହଜରେ କାହା ଉପରେ ଅସନ୍ତୁଷ୍ଟ ହୁଅନ୍ତି ନାହିଁ। ତାଙ୍କୁ ସମସ୍ତେ ପ୍ରିୟରେ ଭୋଳାନାଥ(Lord Shiva) ବୋଲି ଡାକନ୍ତି। ଦେବଗଣଙ୍କ ଠାରୁ ଆରମ୍ଭ କରି ଭୂତ ପର୍ଯ୍ୟନ୍ତ କେବଳ ତାଙ୍କଠାରୁ ହିଁ ଶକ୍ତି ପାଇଥାନ୍ତି। ସନାତନ ଧର୍ମରେ ସୋମବାର ଭଗବାନ ଶିବଙ୍କ ଦୀନ ଭାବେ ବିବେଚନା କରାଯାଏ। କୁହାଯାଏ ଯେ ଏହି ଦିନ ମହାଦେବଙ୍କୁ ଯିଏ ଭକ୍ତିର ସହ ପୂଜା କରିଥାଏ ତାଙ୍କୁ ଆଶୀର୍ବାଦ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ଶିବଙ୍କୁ ଏହି ଦିନ ପୂଜା କଲେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ଜୀ ଓଡ଼ିଶା ଡେସ୍କ Mon, 11 Dec 2023-8:07 am,
1/5

ସୋମବାର ଦିନ ଦାନ କରନ୍ତୁ ଏହି ସବୁ ଜିନିଷ:

ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ଅସହାୟ ଲୋକଙ୍କୁ ଆପଣ କ୍ଷୀରରେ ପ୍ରସ୍ତୁତ ଖିରି, ଲସି ଓ ମିଠା ଦାନ କରିବା ଉଚିତ୍। ଏଭଳି ୧୬ ସୋମବାର କରିବା ଦ୍ବାରା ଆପଣଙ୍କୁ କୋଟି ପୁଣ୍ୟ ମିଳିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ।   

2/5

ଯଦି ଆପଣ ବାରମ୍ବାର ଇଣ୍ଟରଭ୍ୟୁ ଦେଲା ପରେ ବି ଚାକିରି ପାଇବାରେ ଅସଫଳ ହେଉଛନ୍ତି। ତେବେ, ଆପଣ ସୋମାବାର ଦିନ କୌଣସି ଶିବ ମନ୍ଦିରକୁ ରୁଦ୍ରାକ୍ଷ ମାଳ ଦାନ କରନ୍ତୁ । ଦେଖିବେ ଆପଣଙ୍କ ବିଫଳ ହେଉଥିବା କାମରେ ମଧ୍ୟ ସଫଳତା ପାଇବେ। 

 

3/5

ସେହିପରି, ଯଦି ଆପଣର ବିବାହରେ ବିଳମ୍ବ ହେଉଛି । ତେବେ, ୧୬ ସୋମବାର ଆପଣ ଶିବ ମନ୍ଦିରକୁ  ୧୦୮ ବେଲପତ୍ର ଦାନ କରନ୍ତୁ। ଦେଖିବେ ଏହି ସମସ୍ୟାରୁ ଆପଣ ମୁକ୍ତି ପାଇବେ । 

4/5

ଯଦି ଘରେ ଆପଣଙ୍କର କଳହ ଲାଗି ରହୁଛି । ଆଉ ବ୍ୟବସାୟରେ ଆପଣ କ୍ଷତି ସହୁଛନ୍ତି । ତେବେ, ସୋମବାର ଦିନ ଶିବ ମନ୍ଦିରେ ରୁଦ୍ରାଭିଷେକ କରନ୍ତୁ । ପୂଜାର ଭୋଗକୁ ଅସହାୟ ଲୋକଙ୍କୁ ଦାନ କରନ୍ତୁ । ଦେଖିବେ ଆପଣ ଘରେ ଓ ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଚୁଟକୀରେ ଦୂର ହେବ। 

 

5/5

ସୋମବାର ଦିନ ଶିବ ମନ୍ଦିରକୁ ଯାଇ ମହାଦେବଙ୍କୁ କ୍ଷୀର, ଫୁଲ, ଅର୍ପଣ କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ରାଜସୁଖ ପ୍ରାପ୍ତ ହୋଇଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link