Ruchk Rajyog 2024: ମେ ମାସ ଆରମ୍ଭରୁ ଚମକିବ ଏହି ୫ ରାଶିଙ୍କ ଭାଗ୍ୟ, ଆକସ୍ମିକ ଧନଲାଭର ରହିଛି ଯୋଗ

Ruchk Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ମାସରେ ମଙ୍ଗଳ ,ଶନି ଓ ଶୁକ୍ର ଏକତ୍ର ହୋଇ ରୁଚକ୍ ରାଜଯୋଗ (Ruchak Rajyog 2024) ଗଠନ କରିବେ। ଜ୍ୟୋତିଷ ଅନୁଯାୟୀ, ଏହି ରାଜଯୋଗ ୧୨ ଟି ରାଶି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କୁହାଯାଏ ଯେ, ରାଜଯୋଗ କେତେକ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ବେଳେ ଆଉ କେତେକ ରାଶି ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତା ମାସ (ମେ ୩) ସକାଳ ୭ଟା ୪୫ ମିନିଟ୍ ସମୟରେ ମଙ୍ଗଳ ଓ ଶନିଦେବ ମୀନ ରାଶିକୁ ଚଳନ କରିବେ । ଯେଉଁ ରାଶିରେ ଶୁକ୍ର ପୂର୍ବରୁ ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ତିନି ରାଶିଙ୍କ ମିଳନ ରୁଚକ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ ଦିର୍ଘ ୨୦୦ ବର୍ଷ ପରେ ପଡିଛି। ଯାହା କିଛି ରାଶି ପାଇଁ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ଅଟେ। ଏହି ରୁଚକ ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Mon, 29 Apr 2024-4:19 pm,
1/5

ମେଷ: ଏହି ରୁଚକ ରାଜଯୋଗ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଏହି ସମୟ ମଧ୍ଯରେ ବିଗିଡ଼ି ଯାଇଥିବା କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଲାଭ ମିଳିବ । ବ୍ୟବସାୟରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ନିବେଶରୁ ଲାଭ ମିଳିବ । କୋର୍ଟ କେଚେରୀରେ ଚାଲିଥିବା ମାମଲା ଆପଣଙ୍କ ସପକ୍ଷରେ ଯିବ। 

2/5

ମକର:  ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ ଏହି ରୁଚକ ରାଜଯୋଗ।  ଜୀବନରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହେବ । ଚାକିରିରେ ପଦୋନ୍ନତି ହେବ। ବ୍ୟବସାୟରୁ ଅଧିକ ଲାଭ ମିଳିବ । ନୂତନ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଚାକିରି ନେଇ ଅଫର ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ମାଆଙ୍କ ସହ ସମ୍ପର୍କ ଆହୁରି ମଧୁର ହେବ ।

 

3/5

ତୁଳା:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିବ ରୁଚକ ରାଜଯୋଗ। ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବା ସହ ଧାର୍ମିକ ଯାତ୍ରା କରିପାରନ୍ତି।  ଏହି ଅବଧି ମଧ୍ୟରେ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବା ସହ ଦାରିଦ୍ରତା ପାଖ ମାଡିବ ନାହିଁ। ଯଦି ଏହି ସମୟରେ ଆପଣ କୌଣସି ନୂତନ ଯୋଜନା ବା ପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ ।  ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ କରିବ।

 

4/5

କର୍କଟ:  ସେହିପରି ଏହି ରାଶିଙ୍କ ଭାଗ୍ୟ ମଧ୍ୟ ସୁନାପରି ଚମକିବ।  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଭଲ ରେଜଲ୍ଟ ମିଳିବ। କଠିନ ପରିଶ୍ରମର ଫଳ ପାଇବେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି।

 

5/5

ମୀନ:  ମୀନ ରାଶିର ଲୋକଙ୍କ ଭାଗ୍ୟରେ ହାତୀ ସୁନା କଳସ ଢାଳିବ। କ୍ୟାରିୟରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ସହ ଲାଭ ମିଳିବ । ଆୟ ବଢିବ । ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ । କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ପୁରୁଣା ମନୋମାଳିନ୍ୟ ଦୂର ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବେଶ ଖାସ୍ ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link