WTC Final 2023: ଡବ୍ଲ୍ୟୁଟିସି ଫାଇନାଲ ଖେଳିବେ ନାହିଁ ବିରାଟ କୋହଲିଙ୍କ ବନ୍ଧୁ, ଟିମ୍ ଇଣ୍ଡିଆ ପାଇଁ ସହଜ ହେଲା ରାସ୍ତା

Australia Cricket Team: ଭାରତ ବିରୋଧରେ ଖେଳାଯିବାକୁ ଫାଇନାଲ ମୁକାବିଲା ଲାଗି ଦଳରେ ପରିବର୍ତ୍ତନ କରିଛି ଟିମ ଅଷ୍ଟ୍ରେଲିଆ।

Mon, 05 Jun 2023-12:38 am,
1/5

ଜୋସ୍ ହାଜଲେଉଡ୍ ୧୬ ତମ ଆଇପିଏଲ୍ ସଂସ୍କରଣରୁ ଏହି ଆଘାତ ସହ ସଂଘର୍ଷ କରୁଛନ୍ତି। ଯିଏ ଆଇପିଏଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଏକ ଅଂଶ ଥିଲେ। ଯେଉଁ ଦଳର ଅଧିନାୟକ ଦାୟିତ୍ୱରେ ବିରାଟ କୋହଲି ରହି ସାରିଛନ୍ତି। ଆଇପିଏଲ ମ୍ୟାଚ ଚାଲିଥିବା ବେଳେ ଜୋସ୍ ହାଜଲେଉଡ୍ ଅଷ୍ଟ୍ରେଲିଆ ଫେରି ଆସିଥିଲେ। ଉଭୟ ବିରାଟ କୋହଲି ଏବଂ ଜୋସ ହାଜଲେଉଡ୍ ହେଉଛନ୍ତି ପରସ୍ପରର ଭଲ ବନ୍ଧୁ। କୋହଲିଙ୍କ ସହ ହାଜଲେଉଡଙ୍କ ଫଟୋ ଲଣ୍ଡନ ଠାରେ ପହଞ୍ଚିବା ପରେ ଭାଇରାଲ ହୋଇଥିଲା।

 

2/5

ଜୋଶ ହାଜଲେଉଡଙ୍କ ସ୍ଥାନରେ ଇନ-ଫର୍ମ ଅଲରାଉଣ୍ଡର ମାଇକେଲ ନେସର ଅଷ୍ଟ୍ରେଲିଆର ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ଟିମ ଚୟନକର୍ତ୍ତା ସ୍କଟ ବୋଲାଣ୍ଡଙ୍କୁ ବାହାରେ ରଖିବାକୁ ନିଷ୍ପତ୍ତି ନେଲେ। ଅନ୍ୟପଟେ ମାଇକେଲ ନେସର ଭାରତ ବିପକ୍ଷ ମୁକାବିଲାରେ ଚୂଡାନ୍ତ ଏକାଦଶରେ ସାମିଲ ହେବାକୁ ଦାବି କରିପାରନ୍ତି। ଅଷ୍ଟ୍ରେଲିଆ ଦଳରେ ଯୋଗ ଦେବା ପାଇଁ ଆଇସିସି ବୈଷୟିକ କମିଟି ଦ୍ୱାରା ମାଇକେଲ ନେସରଙ୍କୁ ଅନୁମତି ଦିଆଯାଇଛି।

3/5

ନିକଟରେ ଇଂଲଣ୍ଡ ଠାରେ ଚାଲିଥିବା କାଉଣ୍ଟି ଚାମ୍ପିଅନସିପ ମୁକାବିଲାରେ ମାଇକେଲ୍ ନେସର ଚମତ୍କାର ପ୍ରଦର୍ଶନ କରିଥିଲେ। ୩୩ ବର୍ଷୀୟ ନେସର ୫ ମ୍ୟାଚ ଖେଳି ୧୯ ୱିକେଟ୍ ନେଇଥିଲେ। ସେ ସସେକ୍ସ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଅଷ୍ଟ୍ରେଲୀୟ ସାଥୀ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ମଧ୍ୟ ତାଙ୍କର ଶିକାର କରିଥିଲେ।

 

4/5

ଡାହାଣହାତୀ ଦ୍ରୁତ ବୋଲର ମାଇକେଲ ନେସର ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ହେଲେ ଅଧିନାୟକ ପାଟ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କ ସହ ଡବ୍ଲୁଟିଏସି ଫାଇନାଲ ମ୍ୟାଚ ପାଇଁ ଦଳର ଚୂଡାନ୍ତ ଏକାଦଶରେ ନିଜର ସ୍ଥାନ ପକ୍କା କରିପାରିବେ।

 

5/5

ଅନ୍ୟପକ୍ଷରେ ୩୪ ବର୍ଷୀୟ ସ୍କଟ୍ ବୋଲାଣ୍ଡ ୭ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ଚମତ୍କାର ବୋଲିଂ କରି ଅନେକ ପ୍ରଶଂସା ଲାଭ କରିଛନ୍ତି। ଫେବୃଆରୀରେ ସେ ଭାରତ ବିପକ୍ଷରେ ଭଲ ବୋଲିଂ କରି ୨୮ ୱିକେଟ୍ ନେଇଥିଲେ। ଆସେସ୍ ସିରିଜ୍ ଅଧୀନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଯ୍ୟନ୍ତ ଜୋସ୍ ହାଜଲେଉଡ୍ ଫିଟ୍ ହେବେ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆସସ୍ ସିରିଜ ଅଧିନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୬ ଜୁନ୍ ଠାରୁ ବର୍ମିଂହାମ ଠାରେ ଖେଳାଯିବ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link