Bhitarkanika Close: ଜାନୁଆରୀରେ ଭିତରକନିକା ବୁଲିବାକୁ ଯାଉଛନ୍ତି କି? ଜାଣିରଖନ୍ତୁ ଜରୁରୀ ସୂଚନା
Bhitarkanika Close: ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ । ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବା ରୁ ଦେଶ ବିଦେଶ ର ପର୍ଯ୍ୟଟକ ମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀ ର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ ।
ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ କୁମ୍ଭୀର ଗଣନା ରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଏ । ଭିତରକନିକା ରେ ଥିବା ନଦୀ ନାଳ ସହ ଭିତରକନିକା କୁ ସଂଲଗ୍ନ ଥିବା ନଦୀ ନାଳ ମାନଙ୍କରେ ବଉଳା କୁମ୍ଭୀର ମାନଙ୍କ ର ଗଣନା କରାଯିବ।
Also Read: Sradha Panigrahi: ମା' ହେଲେ ସିରିଏଲ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ଭାଇରାଲ ହେଲା ଏହିସବୁ ଫଟୋ
କୁମ୍ଭୀର ବିଶାରଦ ଡ଼ା ସୁଧାକର କର ଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ କୁମ୍ଭୀର ଗଣନା କରିବେ । ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯାଇଥାଏ।
ଗତବର୍ଷ ଭିତରକନିକା ରେ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ସେହିପରି ଜାତୀୟ ଉଦ୍ୟାନର ଶୋଭାକୁ ଦ୍ବିଗୁଣିତ କରୁଛନ୍ତି ବିରଳ 'ଧଳା କୁମ୍ଭୀର' ବା 'Albanian Crocodile'। ଭିତରକନିକା ଜାତୀୟ ଉଦ୍ୟାନ ଲୁଣା ପାଣି କୁମ୍ଭୀର ବା 'Salt Water Crocodile'ପାଇଁ ବିଶ୍ୱ ପ୍ରସିଦ୍ଧ ।
ସେପଟେ ଲୁଣା ଜଙ୍ଗଲ ପୂର୍ଣ୍ଣ ନଦୀ ନାଳରେ ଧଳା କୁମ୍ଭୀର ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ତେବେ କୁମ୍ଭୀର ଗଣନା ପାଇଁ ଆସନ୍ତାବର୍ଷ ଅର୍ଥାତ୍ ୨୦୨୫ ଜାନୁଆରୀ ୧୪ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।