Ajay Devgn 5 Flop Movies: `ଭୋଲା` ନୁହେଁ, ଅଜୟଙ୍କ ଏହି ୫ଟି ଫିଲ୍ମ ବକ୍ସ ଅଫିସରେ ଖାଇଛି ମାଡ଼

Ajay Devgn 5 Flop Movies: ବଲିଉଡ଼ ଅଭିନେତା ଅଜୟ ଦେବଗନ(Ajay Devgn )। ଅଜୟଙ୍କ ଫିଲ୍ମ `ଭୋଲା` (bholaa)ନିକଟରେ ରିଲିଜ୍ ହୋଇଛି । ଫିଲ୍ମ `ଭୋଲା` ବକ୍ସ ଅଫିସରେ ଜବରଦସ୍ତ ସଫଳତା ଲାଭ କରିବେ ବୋଲି ଆଶା ରଖିଥିଲେ ଅଭିନେତା । କିନ୍ତୁ ତାଙ୍କର ଏହି ଆଶା ଏବେ ମଉଳି ଯାଉଛି । ମାର୍ଚ୍ଚ ୩୦ରେ ଏହି ଫିଲ୍ମଟି ପରଦାକୁ ଆସିଛି । ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ(bholaa box office collection), ଫିଲ୍ମଟି ପ୍ରଥମ ସପ୍ତାହାନ୍ତରେ ମୋଟ ୪୪.୪୫ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ‘ଭୋଲା’ ପ୍ରଥମ ଦିନରେ (bholaa earnings) ବକ୍ସ ଅଫିସରେ ୧୧.୨୦କୋଟି ଟଙ୍କା ଆୟ କରିଛି।

Tue, 04 Apr 2023-7:14 pm,
1/5

ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ(Raju Chacha)  'ରାଜୁ ଚାଚା ' । ଯାହା  ୨୦୦୦ ମସିହାରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ କାଜୋଲ ମୁଖ୍ୟ ଭୂମିକାରେ ଥିଲେ।  'ରାଜୁ ଚାଚା  ' ଫିଲ୍ମଟି ସେହି ସମୟରେ ସୁପର ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା।

 

2/5

ଫିଲ୍ମ 'ଆଗ୍', ଏହା ହିନ୍ଦୀ ସିନେମାର ଶାସ୍ତ୍ରୀୟ ଚଳଚ୍ଚିତ୍ର ଶୋଲେ ର ରିମେକ୍ ଥିଲା । 'ଆଗ୍'(Aag film)ଫିଲ୍ମରେ ଅଜୟ ଦେବଗାନଙ୍କ ସହ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ମୋହନ ଲାଲଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ମଧ୍ୟ ସୁପର ଫ୍ଲପ୍ ହୋଇଥିଲା।

3/5

ସେହିପରି ଅଜୟଙ୍କ ଆଉ ଏକ ଫିଲ୍ମ ହେଉଛି (U Me Aur Hum)  'ୟୁ ମି ଅୌର ହାମ୍  '। ଏହି ଫିଲ୍ମରେ ଅଜୟ ପତ୍ନୀ କାଜଲଙ୍କ ସହ ନଜର ଆସିଥିଲେ । ତାଙ୍କର ଏହି ଚଳଚ୍ଚିତ୍ର ମଧ୍ୟ ଏକ ସୁପରଫ୍ଲପ୍ ଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ନିଜେ ଅଜୟ ଦେବଗନ୍ ହିଁ ନେଇଥିଲେ। 

4/5

ଅଜୟ ଦେବଗାନଙ୍କ ସୁପର ଫ୍ଲପ୍ ଫିଲ୍ମ ମଧ୍ୟରୁ (Himmatwala) ହିମତଓ୍ବାଲା ମଧ୍ୟ ଅନ୍ୟତମ । ଫିଲ୍ମ ହିମାତ୍ୱାଲା ୨୦୧୩ ରେ ରିଲିଜ୍ ହୋଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ଥିଲେ।

5/5

ଅଜୟ ଦେବଗାନଙ୍କ ଆଉ ଏକ ଫ୍ଲପ୍ ଫିଲ୍ମ ହେଉଛି 'ଆକ୍ସନ୍ ଜ୍ୟାକ୍ସନ୍ '(action jackson) । ଏହି ଫିଲ୍ମଟି ୨୦୧୪ ମସିହାରେ ରିଲିଜ୍ ହୋଇଥିଲା । ଏହି  ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମ ଆକ୍ସନ୍ ଜ୍ୟାକ୍ସନ୍ ଅଜୟ ଦେବଗାନଙ୍କ ଏକ ଫ୍ଲପ୍ ଫିଲ୍ମ ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link