BJP Tribal CM: ଦଳର ସେହି ଆଦିବାସୀ ଚେହେରା; ଯାହାକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ବିଜେପି

BJP Tribal Chief Minister List: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଦୌଡ଼ ଡିସେମ୍ବର ୧୦ ତାରିଖ ରବିବାର ଶେଷ ହେବାକୁ ଯାଉଛି। ଦଳର ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁ ଦେବ ସାୟଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ନେତତ୍ୱ। ହେଲେ କ`ଣ ଆପଣ ଜାଣିଛନ୍ତି ବିଷ୍ଣୁ ଦେବ ସାୟଙ୍କ ପୂର୍ବରୁ ବିଜେପି ସେହି ୪ ଜଣ ଦଳୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ଯେଉଁମାନେ ଦଳର ପ୍ରମୁଖ ଆଦିବାସୀ ଚେହେରା ଭାବେ ନିଜ ରାଜ୍ୟର ରାଜନୀତିରେ ବେଶ ଜଣାଶୁଣା।

Fri, 19 Jan 2024-6:56 pm,
1/5

୧. ବାବୁଲାଲ ମାର୍ଣ୍ଡି: ଝାଡ଼ଖଣ୍ଡ ବିଜେପି ରାଜ୍ୟ ଶାଖା ସଭାପତି ଭାବେ କାର୍ଯ୍ୟ କରୁଥିବା ବାବୁଲାଲ ମାର୍ଣ୍ଡି ହେଉଛନ୍ତି ପ୍ରଥମ ବିଜେପି ଆଦିବାସୀ ମୁଖ୍ୟମନ୍ତ୍ରୀ। ଯିଏ ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦଳର ଆଦିବାସୀ ଚେହେରା ବାବୁଲାଲ ମାର୍ଣ୍ଡି ୧୯୯୯ ମସିହାରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ରରେ ବିଜେପି ସରକାର କ୍ଷମତାସୀନ ରହିଥିବା ବିଭିନ୍ନ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 

କାର୍ଯ୍ୟକାଳ: ୧୫ ନଭେମ୍ବର ୨୦୦୦- ୧୮ ମାର୍ଚ୍ଚ ୨୦୦୩

2/5

୨. ଅର୍ଜୁନ ମୁଣ୍ଡା: ବର୍ତ୍ତମାନର କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ହେଉଛନ୍ତି ଝାଡ଼ଖଣ୍ଡର ଦ୍ୱିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ। ଅର୍ଜୁନ ମୁଣ୍ଡା ୩ ଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ଅର୍ଜୁନ ମୁଣ୍ଡା କୃଷି ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। 

କାର୍ଯ୍ୟକାଳ

୧୮ ମାର୍ଚ୍ଚ ୨୦୦୩-୨ ମାର୍ଚ୍ଚ ୨୦୦୫ (ପ୍ରଥମ) ୧୨ ମାର୍ଚ୍ଚ ୨୦୦୫-୧୯ ସେପ୍ଟମ୍ବର ୨୦୦୬ (ଦ୍ୱିତୀୟ) ୧୧ ସେପ୍ଟମ୍ବର ୨୦୧୦-୧୮ ଜାନୁଆରୀ ୨୦୧୩ (ତୃତୀୟ)

3/5

୩. ପେମା ଖାଣ୍ଡୁ: ଗତ ୨୦୧୬ ଜୁଲାଇ ୧୭ ତାରିଖରୁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ପେମା ଖାଣ୍ଡୁ। ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବାରେ ହ୍ୟାଟ୍ରିକ ମାରି ସାରିଛନ୍ତି ପେମା ଖାଣ୍ଡୁ। ଅର୍ଥାତ ୩ ଥର ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣସ କରି ସାରିଛନ୍ତି ପେମା ଖାଣ୍ଡୁ। ବର୍ତ୍ତମାନ ତାଙ୍କର ଚତୁର୍ଥ ପାଳି କାର୍ଯ୍ୟକାଳ ଚାଲିଛି।

କାର୍ଯ୍ୟକାଳ

୧୭ ଜୁଲାଇ ୨୦୧୬-୧୬ ସେପ୍ଟମ୍ବର ୨୦୧୬ (ପ୍ରଥମ) ୧୬ ସେପ୍ଟମ୍ବର ୨୦୧୬-୩୧ ଡିସେମ୍ବର ୨୦୧୬ (ଦ୍ୱିତୀୟ) ୩୧ ଡିସେମ୍ବର ୨୦୧୬-୨୯ ମେ ୨୦୧୯ (ତୃତୀୟ) ୨୯ ମେ ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ (ଚତୁର୍ଥ)

4/5

୪.ସର୍ବାନନ୍ଦ ସୋନେୱାଲ: ଆସାମର ଦ୍ୱିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସର୍ବାନନ୍ଦ ସୋନେୱାଲ। ଯିଏ ଏବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଜାହାଜ ଚଳାଚଳ, ବନ୍ଦର ଏବଂ ଜଳପଥ ମନ୍ତ୍ରଣାଳୟ ଦାୟିତ୍ୱରେ ଅଛନ୍ତି। କାର୍ଯ୍ୟକାଳ: ୨୪ ମେ ୨୦୧୬-୧୦ ମେ ୨୦୨୧

5/5

୫. ବିଷ୍ଣୁ ଦେବ ସାୟ: ଦଳର ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁ ଦେବ ସାୟଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ନେତତ୍ୱ। ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ନେତା ବିଷ୍ଣୁ ଦେବ ସାୟ ରାଜ୍ୟର କୁନକୁରି ଆସନରୁ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପୂର୍ବରୁ ରାଜ୍ୟର ରାୟଗଡ଼ ଆସନରୁ ନିର୍ବାଚିତ ହୋଇ ବିଷ୍ଣୁ ଦେବ ସାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ଯିଏ ୨୦୧୩ ଡିସେମ୍ବର ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।   

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link