Black Taj Mahal: ଦେଶରେ ରହିଛି କଳା ତାଜମହଲ; ଜାଣନ୍ତୁ କେଉଁଠି ଏବଂ କାହା ସ୍ମୃତିରେ ହୋଇଥିଲା ନିର୍ମାଣ?

Black Taj Mahal in India: ଉତ୍ତର ପ୍ରଦେଶ ଆଗ୍ରା ଠାରେ ଅବସ୍ଥିତ ଧଳା ତାଜମହଲ ବିଷୟରେ ଆପଣ ଅନେକ ଥର ଶୁଣିଥିବେ। ହେଲେ କ`ଣ ଆପଣ କଳା ତାଜମହଲ ବିଷୟରେ ଜାଣିଛନ୍ତି? ଆଜ୍ଞା ହିଁ ଦେଶରେ ଏକ କଳା ତାଜମହଲ ରହିଛି। ଆପଣ ଧଳା ତାଜମହଲ ବିଷୟରେ ଜାଣିଛନ୍ତି। ଏବେ ଆପଣ କଳା ତାଜମହଲ ବିଷୟରେ ଜାଣନ୍ତୁ।

Wed, 09 Aug 2023-5:50 pm,
1/5

ଆଗ୍ରା ଠାରେ ଅବସ୍ଥିତ ତାଜମହଲ ବିଷୟରେ ଆପଣ ଅନେକ କଥା ଶୁଣିଥିବେ କିମ୍ବା ଜାଣିଥିବେ। ଆପଣ ଭାରତ ବର୍ଷର ଇତିହାସ ପଢିବା ବେଳେ ତାଜମହଲ ବିଷୟରେ ପଢିଥିବେ। ମାର୍ବଲ ପଥରରେ ନିର୍ମିତ ତାଜମହଲ ସୌନ୍ଦର୍ଯ୍ୟକୁ ଅନେକ ଲୋକ ନିଶ୍ଚୟ ଉପଭୋଗ କରିଥିବେ। ହେଲେ କ'ଣ ଆପଣ କେବେ କଳା ତାଜମହଲ ବିଷୟରେ କୌଣସି କଥା ଶୁଣିବାକୁ ପାଇଛନ୍ତି?

2/5

ଆପଣ ହୁଏତ କଳା ତାଜମହଲ ବିଷୟରେ କେବେ ଶୁଣିନଥିବେ କିମ୍ବା ଆପଣ ଏହାର ଫଟୋ ଦେଖିନଥିବେ। ଏହି ତାଜମହଲ ଅଧା କଳା ପଥର, ଇଟା ଏବଂ ଚୂନ ବ୍ୟବହାର କରି ତିଆରି କରାଯାଇଛି। ଏବେ ଆମେ କଳା ତାଜମହଲ ବିଷୟରେ ଆପଣଙ୍କୁ କହୁଛୁ। 

 

3/5

କଳା ତାଜମହଲ ମଧ୍ୟ ପ୍ରଦେଶର ଐତିହାସିକ ସହର ବୁରହାନପୁର ଠାରେ ଅବସ୍ଥିତ। କୁହାଯାଏ ଯେ ମୋଗଲ ସମ୍ରାଟ ଶାହଜାହାଁନ କଳା ତାଜ ମହଲ ଦେଖିବା ପରେ ଆଗ୍ରା ଠାରେ ଧଳା ତାଜମହଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବୁରହାନପୁର ଠାରେ ଅବସ୍ଥିତ କଳା ତାଜମହଲ ବହୁ ଦଶନ୍ଧି ଧରି ମୋଗଲ ଶାସନ ଦେଖିଆସିଛି। ଏହା ବ୍ୟତୀତ ଏଠାରେ ଅନେକ ପୁରୁଣା ଅଟ୍ଟାଳିକା ମଧ୍ୟ ନିର୍ମାଣ କରାଯାଇଛି।

4/5

କଳା ତାଜମହଲ ଉତାବଳୀ ନଦୀ କୂଳରେ ଅବସ୍ଥିତ। ଏହି ତାଜମହଲ ଆଗ୍ରା ତାଜମହଲ ଠାରୁ ଛୋଟ। ମଧ୍ୟ ପ୍ରଦେଶରେ ଅବସ୍ଥିତ ଏହି ସୁନ୍ଦର ତାଜମହଲ ଶାହନୱାଜ ଖାନଙ୍କ ସମାଧି ଭାବରେ ଜଣାଶୁଣା। ଶାହନାୱାଜ ଖାନ ଅବଦୁଲ ରହୀମ ଖାନଖାନାଙ୍କ ବଡ଼ ପୁଅ ଥିଲେ। ଶାହନୱାଜ ଖାନଙ୍କ ମୃତ୍ୟୁ ପରେ ମାତ୍ର ୪୪ ବର୍ଷ ବୟସରେ ତାଙ୍କ ମୃତଦେହକୁ ବୁରହାନପୁର ସହର ସ୍ଥିତ ଉତାବଳୀ ନଦୀ କୂଳରେ ସମାଧି ଦିଆଯାଇଥିଲା।

5/5

କିଛି ସମୟ ପରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହେଲା। ସେଠାରେ ତାଙ୍କ ସହିତ ତାଙ୍କୁ କବର ଦିଆଯାଇଥିଲା। ଏହା ପରେ ୧୬୨୨-୧୬୨୩ ଖ୍ରୀଷ୍ଟାବ୍ଦରେ ବୁରହାନପୁର ସହରରରେ କଳା ତାଜମହଲ ନିର୍ମାଣ କରାଯାଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link