ଆବେଦନ ଖାରଜ ହୋଇଥିବା ମହିଳା ଅସନ୍ତୋଷ ପ୍ରକାଶ କରିବା ପରେ ସରକାରୀ ସ୍ତରରେ ଏନେଇ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Trending Photos
ଭୁବନେଶ୍ୱର: ଡିସେମ୍ବର ୨୫ରେ ବଡ଼ ଦିନରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୨ଲକ୍ଷ ୬୭ ହଜାର ଆବେଦନକୁ ପୂର୍ବରୁ ଖାରଜ କରାଯାଇଥିଲା । ଏବେ ସୁଦ୍ଧା ୧ କୋଟି ୮ ଲକ୍ଷ ଆବେଦନକାରୀ ରହିଛନ୍ତି। ଡିସେମ୍ବର ୬ରେ ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବେ ସରକାର।
ଆପଣଙ୍କୁ କହିରଖୁଛୁ ଯେ, ପ୍ରଥମ କିସ୍ତି ସେପ୍ଟେମ୍ବର ୧୭ରେ ପ୍ରଦାନ କରାଯାଇଥିଲା । ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଆବେଦନକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖାତାକୁ ପଠା ସାରିଛି । କିନ୍ତୁ ଆବେଦନ ଖାରଜ ହୋଇଥିବା ମହିଳା ଅସନ୍ତୋଷ ପ୍ରକାଶ କରିବା ପରେ ସରକାରୀ ସ୍ତରରେ ଏନେଇ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Also Read- Terror Attack: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ସର୍ଚ୍ଚ ଅପରେସନ ଆରମ୍ଭ
Also Read- BSNL Recharge Plan: ବର୍ଷେ ପାଇଁ ଟେନସନ ଫ୍ରି ପ୍ଲାନ, ମିଳିବ 600GB Data