Bollywood Actresses: ବିବାହ ପରେ ସଫଳତା ସାଉଁଟିଛନ୍ତି ବି-ଟାଉନର ଏହି ସବୁ ଅଭିନେତ୍ରୀ

Bollywood: ବି-ଟାଉନର (B-Town) ଅଭିନେତ୍ରୀମାନେ କୌଣସି ନା କୌଣସି କାରଣକୁ ନେଇ ଲାଇମ୍ ଲାଇଟରେ ରୁହନ୍ତି। ଖାସ୍ କରି ଅଭିନେତ୍ରୀମାନେ ନିଜର ଲାଇଫ୍ ଷ୍ଟାଇଲକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ତେବେ ବଲିଉଡରେ (Bollywood) ଏଭଳି କିଛି ଅଭିନେତ୍ରୀ ଅଛନ୍ତି । ଯେଉଁମାନେ ବିବାହ ପରେ, ବଲିଉଡରେ ଅଧିକ ସଫଳତା ପାଇଛନ୍ତି। ଆସନ୍ତୁ ଜାଣିବ ସେହି ଅଭିନେତ୍ରୀଙ୍କ ମାନଙ୍କ ବିଷୟରେ....

Fri, 14 Jul 2023-11:21 am,
1/6

କରିନା କପୁର ଖାନ୍, କରିନା ଆଜିକା ଦିନରେ ଜଣେ ଜଣାଶୁଣା ଅଭିନେତ୍ରୀ। ଫିଲ୍ମ 'ରିଫ୍ୟୁଜି' ଜରିଆରେ ସେ ଡେବ୍ୟୁ କରିଥିଲେ। ପରେ ମୁଝେ କୁଛ୍ କେହେନା ହେ, କଭି ଖୁସି କଭି ଗମ୍, ଜବ୍ ଉଇ ମେଟ୍,ଥ୍ରୀ ଇଡିଅଟ୍ । ପରେ ସେ ସେଫ୍ ଅଲ୍ଲୀ ଖାନ୍ ଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ଇଣ୍ତଷ୍ଟ୍ରିକୁ ଫେରିଥିଲେ। ଦବଙ୍ଗ -୨ରେ ନଜର ଆସିଥିଲେ କରିନା । ପରେ ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇଥିଲେ କରିନା। ଗୋରୀ ତେଲେ ପ୍ୟାର୍ ମଁରେ ତାଙ୍କୁ ପୁଣି ଦେଖିବାକୁ ମିଳିବ ।

2/6

ବିଦ୍ୟାବାଲନ୍,  ଫିଲ୍ମ 'ପରିନିତା' ( Parineeta)ରେ ସେ ଡେବ୍ୟୁ କରିଥିଲେ। ପରେ ତାଙ୍କୁ 'ପା' , ଇସ୍କିୟା, ନୋ ଓ୍ବାନ୍ କିଲ୍ଡ ଜେସିକା , ଦ ଡାର୍ଟି ପିକ୍ଟଚ (୨୦୧୧)ଓ କାହାନି ରେ ତାଙ୍କ ଅଭିନୟର ଜଲଓ୍ବା ଦେଖିବାକୁ ମିଳିଥିଲା। ପରେ ୨୦୧୨, ୧୪ ଡିସେମ୍ବରରେ ସେ ନିର୍ମାତା ସିର୍ଦ୍ଧାର୍ଥ ରାୟ କପୁରଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏହା ବ୍ୟତିତ ତାଙ୍କ ହାତରେ ବର୍ତ୍ତମାନ ଏକାଧିକ ବଡ ବଜେଟ୍ ର ଫିଲ୍ମ ରହିଛି। 

3/6

ଆଉ ଜଣେ ଆଗଧାଢିର ଅଭିନେତ୍ରୀ ହେଉଛନ୍ତି କାଜଲ୍ । ଫିଲ୍ମ ବେଖୁଦି(୧୯୯୨)ରେ ସେ ଡେବ୍ୟୁ କରିଥିଲେ। ପରେ  କୁଚ୍ କୁଚ୍ ହୋତା ହେ, ଦିଲ୍ ଓ୍ବାଲେ ଦୁଲହନିୟା ଲେଜାଙ୍ଗେ,ବାଜିଗର ପରି ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ପରେ ସେ ଅଜୟ ଦେବଗନଙ୍କୁ ବିବାହ କରିଥିଲେ। ଅଜୟଙ୍କୁ ବିବାହ ପରେ ମଧ୍ୟ ତାଙ୍କର ଏହି ସିନେ ଯାତ୍ରା ଆହୁରି ସହଜ ହୋଇଥିଲା । 

4/6

ଆଉ ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଚିନ୍ଦ୍ରାଗନ୍ଧା ସିଂ(Chitrangda Singh) । ଫିଲ୍ମ (Hazaaron Khwaishein Aisi) ରେ ସେ ଡେବ୍ୟୁ କରିଥିଲେ। ପରେ ୨୦୦୧ରେ ସେ ଜ୍ୟୋତି ରାନ୍ଧ୍ବାଙ୍କୁ ବିବାହ କରିଥିଲେ।

5/6

୯୦ ଦଶକର ସଫଳ ଅଭିନେତ୍ରୀ ଶ୍ରୀଦେବି। ଆଜି ସେ ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କ ଅଭିନୟକୁ ଆଜିବି ଲୋକେ ଭୁଲି ପାରୁ ନାହାଁନ୍ତି। ଶିଶୁ କଳାକାର ଭାବେ ସେ ଅଭିନୟ ଆରମ୍ଭ କରିଥିଲେ। (Solva Sawan) ଶୋଲା ଶ୍ରାବଣରେ ସେ ଡେବ୍ୟୁ କରିଥିଲେ। ମେରୀ ବିବି କି ଜଓ୍ବାବ ନାହିଁ(Meri Biwi Ka Jawab Nahin), ଇଙ୍ଗଲିସ୍ ଫିଙ୍ଗଲିସ୍ ଭଳି ଫିଲ୍ମରେ ସେ ଦମଦାର ଅଭିନୟ କରିଥିଲ। ସେ ନିର୍ମାତା ବୋନି କପୁରଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ବଲିଉଡରେ ଅଧିକ ସଫଳତା ପାଇଥିଲେ।

6/6

ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ୍ । ୧୯୮୪ ମସିହାରେ ଫିଲ୍ମ ଅବୋଧରେ ସେ ଡେବ୍ୟୁ କରିଥିଲେ । ଦିଲ୍ ତୋ ପାଗଲ୍ ହେ, ହାମ୍ ଆପକି ହେ କୈନ୍, ଦେବଦାସ୍, ଅଞ୍ଜାମ୍, ତେଜାବ୍ ,ପୁକାର ଭଳି ଏକାଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ସେ ପ୍ରସିଦ୍ଧ ଡାକ୍ତର ଶ୍ରୀରାମ୍ ନେନେଙ୍କୁ ବିବାହ କରିଛନ୍ତି। ବିବାହ ପରେ ମଧ୍ୟ ମାଧୁରୀ ଅଭିନୟ ଜଗତରେ ଏବେବି ନିଜର ଅଭିନୟ ଜାରି ରଖିଛନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link