Bollywood: ନିର୍ବନ୍ଧ ପରେ ଭାଙ୍ଗିଥିଲା ଏହି ସବୁ ସେଲିବ୍ରେଟିଙ୍କ ବିବାହ, ଏହି ଅଭିନେତାଙ୍କର ବଣ୍ଟା ସରିଥିଲା କାର୍ଡ଼!

Stars Who Broke Relationship After Engagement: କେତେକ ବଲିଉଡ଼ ସେଲିବ୍ରେଟ୍ ନିଜର ଲଭ ଲାଇଫ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ତ ଆଉ କେତେ ଜଣ ସେଲିବ୍ରେଟ୍ ସେମାନଙ୍କର ବ୍ରେକଅଫ ଲାଗି ଲାଇମ ଲାଇଟରେ ରହିଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏମତି କିଛି ସେଲିବ୍ରେଟ୍ ଅଛନ୍ତି ଯେଉଁ ମାନଙ୍କର ନିର୍ବନ୍ଧ ପରେ ମଧ୍ଯ ବିବାହ ଭାଙ୍ଗି ଯାଇଥିଲା ।

Sat, 08 Apr 2023-3:02 pm,
1/5

୯୦ ଦଶକରେ ଅଭିନେତ୍ରୀ ରବିନା ଟଣ୍ତନ ଓ ଅକ୍ଷୟ କୁମାରଙ୍କ ସଂପର୍କକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ସୁଚନା ଅନୁଯାୟୀ, ରବିନା ଓ ଅକ୍ଷୟ କୁମାର ନିର୍ବନ୍ଧ କରିଥିଲେ କିନ୍ତୁ ପରେ ସେମାନଙ୍କର ବ୍ରେକଅପ୍ ହୋଇଥିଲା ।

2/5

ଏହି ଲିଷ୍ଟରେ କରିସ୍ମା କପୁରଙ୍କ ନାମ ମଧ୍ଯ ରହିଛି । କରିସ୍ମା କପୁର ଓ ଅଭିଷେକ ବଚ୍ଚନଙ୍କର ମଧ୍ୟ ନିର୍ବନ୍ଧ ସରିଥିଲା । କିନ୍ତୁ ପରେ ଉଭୟଙ୍କ ପରିବାର ଭିତରେ ମତଭେଦ ଯୋଗୁଁ ଉଭୟ ଅଲଗା ହୋଇଯାଇଥିଲେ ।

3/5

ବଲିଉଡ଼ର ଭାଇଜାନ ସଲମାନ ଖାଁ କରଣ ଜୋହରଙ୍କ ଶୋ’ରେ ଥରେ କହିଥିଲେ ଯେ,  ସେ ସଙ୍ଗୀତାଙ୍କୁ ବହୁତ ଭଲ ପାଉଥିଲେ । ଏତିକି ଉଭୟଙ୍କ ବିବାହ ଲାଗି କାର୍ଡ଼ ମଧ୍ଯ ବଣ୍ଟା ସରିଥିଲା । କିନ୍ତୁ ପରେ କିଛି ଘଟିଥିଲା ଯାହା ଫଳରେ ଏହି ବିବାହ ଭାଙ୍ଗି ଯାଇଥିଲା ।

4/5

ଗୋହର ଖାଁ ଓ ସାଜିଦ ଖାଁହଙ୍କ ସଂପର୍କ କଥା ତ ପ୍ରାୟଃ ସମସ୍ତଙ୍କୁ ଜଣାଥିବ। ସୁଚନା ମୁତାବିକ ଉଭୟର ମଧ୍ୟ ନିର୍ବନ୍ଧ ସରିଥିଲା କିନ୍ତୁ ବିବାହ ବେଳେକୁ ଉଭୟଙ୍କ ରାସ୍ତା ଅଲଗା ହୋଇଯାଇଥିଲା ।

5/5

ବିପାଶା ବସୁଙ୍କ ସ୍ବାମୀ କରଣ ସିଂହ ଗ୍ରୋଭର ୩ ଥର ବିବାହ କରିଛନ୍ତି । କରଣ ଅଭିନେତ୍ରୀ ବରଖା ବିଶ୍ୱଙ୍କ ସହ ରିଲେସନସିପରେ ଥିଲେ । ଖବର ଅନୁଯାୟୀ, ଦୁହେଁ ୨୦୦୪ ମସିହାରେ ଉଭୟ ନିର୍ବନ୍ଧ କରିଥିଲେ। କିନ୍ତୁ ଏହାପରେ ସେମାନଙ୍କ ମଧ୍ଯରେ ତିକ୍ତତା ଦେଖାଦେଇଥିଲା ଫଳରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link