Sonu Sood Birthday: ମୁମ୍ବାଇ ଆସିବା ବେଳେ ପକେଟରେ ଥିଲା ଏତିକି ଟଙ୍କା, କହିଲେ ଅଭିନେତା ହୋଇନଥିଲେ...

Sonu Sood Birthday: ସଲମାନ ଖାନଙ୍କ ଅଭିନୀତ ‘ଦବଙ୍ଗ’ ଚଳଚ୍ଚିତ୍ରରେ ଛେଦି ସିଂ ଭୂମିକାରେ ନଜର ଆସି ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସୋନୁ ସୁଦଙ୍କ ଆଜି ହେଉଛି ଜନ୍ମଦିନ। ପ୍ରାୟତଃ ସିନେମାରେ ଭିଲେନ୍ ଭୂମିକାରେ ନଜର ଆସୁଥିବା ସୋନୁ ବାସ୍ତବରେ ଜୀବନରେ କିନ୍ତୁ ହିରୋ ଅଟନ୍ତି । କୋରୋନା କାଳରେ ବିନା କୌଣସି ସ୍ୱାର୍ଥରେ ଗରିବ ଓ ଅସହାୟ ଲୋକଙ୍କ ସହୟତା କରି ବେଶ ପ୍ରସଂଶା ସାଉଁଟି ଥିଲେ ଏହି ରିଅଲ ଲାଇଫ ହିରୋ । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଏହି ହିରୋଙ୍କୁ ନେଇ କିଛି ଅଜଣା କଥା ।

ଜୀ ଓଡ଼ିଶା ଡେସ୍କ Sun, 30 Jul 2023-1:33 pm,
1/7

୧୯୭୩ ମସିହା ଜୁଲାଇ ୩୦ ତାରିଖରେ ପଞ୍ଜାବ ମୋଗା ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ସୋନୁଙ୍କ ଜନ୍ମ । ଅଭିନେତାଙ୍କ ବାପା ଜଣେ ପୋଷାକ ବ୍ୟବସାୟ ଅଟନ୍ତି । ଅଭାବ ଅନଟନ ସତ୍ତ୍ବେ ସୋନଙ୍କ ପିତା ତାଙ୍କୁ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ । ଅଭିନେତା ନାଗପୁରରେ ଇଞ୍ଜିନିୟରିଂ କରିବା ପରେ ମୁମ୍ବାଇ ଚାଲିଯାଇଥିଲେ ।

2/7

ବର୍ତ୍ତମାନ ବି-ଟାଉନରେ ବେଶ ଜଣାଶୁଣା ସୋନୁ ସୁଦଙ୍କ ଜୀବନ ଯାତ୍ରା ଏତେ ସହଜ ନଥିଲା । ସଫଳତାର ଶୀର୍ଷରେ ପହଁଞ୍ଚିବା ଲାଗି ଅଭିନେତାଙ୍କୁ ଅନେକ କଠିନ୍ ସମୟ ଦେଇ ଗତି କରିବାକୁ ପଡ଼ିଥିଲା । ଆଖିରେ ଆଖିରେ ସ୍ୱପ୍ନ ନେଇ ୧୯୯୬ ମସିହାରେ ମାୟା ନଗରୀ ମୁମ୍ବାଇକୁ ଚାଲି ଆସିଥିଲେ ସୋନୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେତେବେଳେ ତାଙ୍କ ପକେଟରେ ମାତ୍ର ୫୫୦୦ ଟଙ୍କା ଥିଲା।

3/7

ଏକ ସାକ୍ଷାତକାରରେ ଅଭିନେତା ତାଙ୍କ ସଂଘର୍ଷର ଦିନ ବିଷୟରେ କହିଥିଲେ । ସେ କହିଥିଲେ , ମୁଁ ମାତ୍ର ୫୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲି । ଏଠାକୁ ଆସିବା ପରେ ମୁଁ ଫିଲ୍ମ ସିଟିରେ ପହଞ୍ଚିବା ପାଇଁ ୪୦୦ ଟଙ୍କା ଖର୍ଚ୍ଚ କରିଥିଲି । ଏହାପରେ ମୁଁ ଫିଲ୍ମ ସିଟିରେ ବୁଲିବା ସହ ଭାବୁଥିଲି ଯେ, ହୁଏତ କୌଣସି ନିର୍ଦ୍ଦେଶକ ବା ନିର୍ମାତାଙ୍କର ମୋ ଉପରେ ଆଖି ପଡ଼ନ୍ତା, ଯିଏ ମୋତେ ଫିଲ୍ମରେ କାମ କରିବା ଲାଗି ସୁଯୋଗ ଦିଅନ୍ତେ । କିନ୍ତୁ ବାସ୍ତବାରେ ଏପରି କିଛି ଘଟି ନଥିଲା ।

4/7

ଅଭିନେତା ଏହା ମଧ୍ୟ କହିଥିଲେ ଯେ, କ୍ୟାରିୟର ଆରମ୍ଭ ବେଳେ ସେ ଦାରିଦ୍ର ଜୀବନ ଅତିବାହିତ କରିଥିଲେ। ସେ କହିଥିଲେ, ମୁଁ ତିନି ଜଣଙ୍କ ସହିତ ଗୋଟିଏ କୋଠରୀରେ ରହୁଥିଲି । ଯେତେବେଳେ ବି ମୋତେ ଅଡିସନ୍ ପାଇଁ କଲ୍ ଆସି ସେତେବେଳେ ମୋ ସହ ୨୦୦ରୁ ଅଧିକ ଲୋକେ ଅଡିସନ୍ ଦିଅନ୍ତି । ଅଡିସନରେ ମୋତେ ବାରବାର ରିଜେକ୍ଟ କରାଯାଇଛି । 

5/7

ମୁମ୍ବାଇ ଆସିବା ଓ ବିବାହର ୩ ବର୍ଷ ପରେ ଅଭିନେତା ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ପାଇଥିଲେ । 'ଶହୀଦ-ଏ-ଆଜମ'ରୁ ବଲିଉଡ଼ ଡେବ୍ୟୁ କରିଥିବା ଅଭିନେତା ଏଥିରେ ଭଗତ ସିଂ ଭୂମିକାରେ ନଜର । କିନ୍ତୁ କ୍ୟାରିୟର ଆରମ୍ଭରୁ ବଲିଉଡ଼ରେ ସେମିତି କିଛି ସଫଳତା ପାଇନଥିଲେ ସୋନୁ ।

6/7

ପରେ ସାଉଥ ସିନେମାରେ ନିଜର ଦମଦାର ଅଭିନୟ ଫଳରେ ଫ୍ୟାନ୍ସଙ୍କୁ ପ୍ରଭାବିତ କରିଥିଲେ । ଯଦି ଅଭିନୟ ଦୁନିଆକୁ ଆସିନଥାନ୍ତେ ଆଜି ସେ କୌଣସି ବଡ଼ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥାନ୍ତେ ବୋଲି ସୋନୁ କହିଥିଲେ ।

7/7

ଅଭିନେତା ସୋନାଲିଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। ସୋନୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link