Breastfeeding: ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁଙ୍କୁ ହୁଏ ନାହିଁ ଏହି ସବୁ ରୋଗ, ସୁସ୍ଥବାନ ରୁହେ ମାଆ !

Breastfeeding Benefits For Child And Mother: ପ୍ରଥମ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ପିଉଥିବା ଶିଶୁମାନେ ଅନ୍ୟ ଖାଦ୍ୟ ପାନୀୟ ଖାଉଥିବା ଶିଶୁମାନଙ୍କ ଅପେକ୍ଷା କମ୍ ରୋଗରେ ପଡନ୍ତି ଓ ଅଧିକ ସୁସ୍ଥ ସବଳ ରହିଥାନ୍ତି । ଯଦି ସମସ୍ତ ଶିଶୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ପିଅନ୍ତି ତେବେ ପ୍ରତିବର୍ଷ ପାଖାପାଖି ସହସ୍ର ଶିଶୁଙ୍କର ଜୀବନ ବଞ୍ଚିଯାଇପାରନ୍ତା ଏବଂ ଅନ୍ୟ ଲକ୍ଷ୍ୟାଧିକ ଶିଶୁଙ୍କର ଶିଶୁଙ୍କର ସ୍ୱାସ୍ଥ୍ୟ ଓ ବିକାଶକୁ ବହୁତ ଅଧିକ ଉନ୍ନତ କରାଯାଇପାରନ୍ତା । ମା’ କ୍ଷୀର ବଦଳରେ ଡବା କ୍ଷୀର ବା ପଶୁ କ୍ଷୀର ଦେଲେ ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି ହୋଇପାରେ ।

Sun, 15 Jan 2023-5:03 pm,
1/5

ପିଲାଙ୍କୁ ସ୍ତନ୍ୟପାନ କରାଇବା ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥାଏ। ବିଶେଷ ରୂପେ ଯେଉଁ ମହିଳାମାନେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ସେମାନଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜର ବିଷୟ। ମା’ କ୍ଷୀର ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତି ଲାଭକାରୀ ହେବା ସହ ସେଥିରେ ଅନେକ ପୋଷଣ ରହିଥାଏ। 

2/5

ଜନ୍ମରୁ ହିଁ ସ୍ତନ୍ୟପାନ କରାଯାଉଥିବା ଶିଶୁଙ୍କ ଶରୀରରେ ସଂକ୍ରମଣର ଆଶଙ୍କା ହ୍ରାସ କରିଥାଏ। ଯେଉଁ କାରଣରୁ କାନ ଏବଂ ଶ୍ୱାସ ରୋଗ ହୁଏ ନାହିଁ । ଏହା ବ୍ୟତୀତ ମଧୁମେହ, ଆଲର୍ଜି, ଆଜମା ଏବଂ ଏକଜେମାରୁ ମଧ୍ୟ ଶିଶୁଙ୍କୁ ସୁରକ୍ଷା ମିଳିଥାଏ । 

3/5

ସ୍ତନ୍ୟପାନ କରାଇବା ହେତୁ ନବଜାତ ଶିଶୁର ଶରୀରର ସାମଗ୍ରିକ ବିକାଶ ହୁଏ, ସାଧାରଣତଃ ଜନ୍ମ ସମୟରେ ଶିଶୁର ଓଜନ ବହୁତ କମ୍ ହୋଇଥାଏ। ଯଦି ଏହା ପରେ ସ୍ତନ୍ୟପାନ କରାଇବା ଅଭ୍ୟାସ ହୁଏ, ତେବେ ଓଜନ ମଧ୍ୟ ଶିଶୁର ବଢିଥାଏ । 

4/5

ଯଦି ଶିଶୁକୁ ନିୟମିତ ସ୍ତନ୍ୟପାନ କରାଯାଏ, ତା’ହେଲେ ତାଙ୍କର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୁଏ । ଅନେକ  ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ, ଯେଉଁ ଶିଶୁମାନେ ମାଆ କ୍ଷୀର (ସ୍ତନ୍ୟପାନ)ପିଇଛନ୍ତି ସେହି ଶିଶୁମାନଙ୍କର ମସ୍ତିଷ୍କ ମଧ୍ୟ ତୀକ୍ଷ୍ଣ ହୋଇଥାଏ ।

5/5

ପ୍ରତ୍ୟେକ ମହିଳା ମା ହେବା ପରେ ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ଆବଶ୍ୟକ,କାରଣ ଏହା ମା ପାଇଁ ଲାଭଦାୟକ ଅଟେ । ଏହି କାରଣରୁ,ମାଆ ମାନଙ୍କର ଗର୍ଭାଶୟ କର୍କଟ (Ovarian cancer) ହେବାର ଆଶଙ୍କା କମିଯିବା ସହିତ ସେମାନଙ୍କର ଓଜନ ମଧ୍ୟ ବଜାୟ ରହିଥାଏ ।

 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link