Chanakya Niti: ଜୀବନରେ ସଫଳତା ଚାହୁଁଥିଲେ, ଅନ୍ୟକୁ ଜଣାନ୍ତୁ ନାହିଁ ଏହି କଥା
Chanakya Niti: ଚାଣକ୍ୟଙ୍କ ସଫଳତା ମନ୍ତ୍ର, ଆଚାର୍ଯ୍ୟ ଚାଣକ୍ୟ ଜଣେ ନୈତିକ କୂଟନୀତିଜ୍ଞ ଭାବରେ ଜଣାଶୁଣା। କୁହାଯାଏ ଯେ ତାଙ୍କ କଥା ଅନୁସରଣ କରି ଜୀବନରେ ଅନେକ କିଛି ହାସଲ କରାଯାଇପାରେ।
ଚାଣକ୍ୟ ନୀତି ଅନୁଯାୟୀ, ଦାମ୍ପତ୍ୟ ଜୀବନରେ ଘଟୁଥିବା କଥାକୁ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ। ତେଣୁ ଭୁଲ୍ ରେ ମଧ୍ୟ ଏପରି କରନ୍ତୁ ନାହିଁ।
ଆଚାର୍ଯ୍ୟ ଚାଣ୍ୟକଙ୍କ ଅନୁଯାୟୀ, ନିଜ ଆର୍ଥିକ ସ୍ଥିତି ବିଷୟରେ ମଧ୍ୟ ଅନ୍ୟ ଜଣାନ୍ତୁ ନାହିଁ। ଏଥିରେ ଧନ ଲାଭରେ ବାଧା ସୃଷ୍ଟି ହେବା ସହ ସମ୍ପର୍କ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।
ଆଚାର୍ଯ୍ୟଙ୍କ କହିବାନୁଯାୟୀ, କେହି ଯଦି ଆପଣଙ୍କୁ ଧୋକ୍କା ଦେଇଥାଏ ,ଠକି ଥାଏ ଏହା ମଧ୍ୟ ସଭିଁଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହା ଦ୍ୱାରା ଅନ୍ୟ ମାନେ ସଠିକ ସମ୍ମାନ ପ୍ରଦାନ କରନ୍ତି ନାହିଁ।
ପରିବାରରେ କୌଣସି ପ୍ରକାରର କଳହ କିମ୍ବା ତିକ୍ତତା ଥିଲେ, ଏହା ମଧ୍ୟ ସଭିଁଙ୍କୁ ଜଣାନ୍ତୁ ନାହିଁ। ଏହାଦ୍ୱାରା ଅନ୍ୟମାନେ ଆପଣଙ୍କୁ ଅପମାନିତ କରିପାରନ୍ତି। ସମ୍ପର୍କରେ ଏହାର କୁପ୍ରଭାବ ପଡିପାରେ।
ଆଚାର୍ଯ୍ୟ ଚାଣ୍ୟକଙ୍କ ଅନୁଯାୟୀ, ନିଜ କର୍ମ କ୍ଷେତ୍ରରେ ଘଟୁଥିବା କୌଣସି ସମସ୍ୟାକୁ ନେଇ ମଧ୍ୟ କୌଣସି ସମ୍ପର୍କୀୟ ସହ ଚର୍ଚ୍ଚା କରନ୍ତୁ ନାହିଁ ।