National Space Day: ଆଜିର ଦିନରେ ଇତିହାସ ରଚିଥିଲା ଇସ୍ରୋ, ଜାଣନ୍ତୁ ବର୍ଷେ ମଧ୍ୟରେ ମୁନ ମିସନ ବିଷୟରେ ସବୁକିଛି
National Space Day: ଅଗଷ୍ଟ ୨୩ ହେଉଛି ସେହି ଦିନ ଯେତେବେଳେ ଇସ୍ରୋର ମହାକାଶ ଅଭିଯାନ ସେହି ସ୍ତର ଅତିକ୍ରମ କରିଥିଲା ଯାହା ବୈଜ୍ଞାନିକମାନେ ଅନେକ ବର୍ଷ ଧରି ସ୍ୱପ୍ନ ଦେଖୁଥିଲେ । ସନ୍ଧ୍ୟା ୬ଟା ୪ମିନିଟରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠ ଛୁଇଁବା ପରେ ୧୪୦ କୋଟି ଦେଶବାସୀଙ୍କ ମନ କୁଣ୍ଢେ ମୋଟ ହୋଇଯାଇଥିଲା। କିଶି ସମୟ ପରେ ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ପାଲଟିଗଲୁ ଏବଂ ଚନ୍ଦ୍ରକୁ ସ୍ପର୍ଶ କରିବାରେ ବିଶ୍ୱର ଚତୁର୍ଥ ଦେଶ ହୋଇଥିଲୁ । ଚନ୍ଦ୍ରଯାନ-୩ ଯୋଗୁଁ ଭାରତ ଆଜି ନିଜର ପ୍ରଥମ ମହାକାଶ ଦିବସ ଅର୍ଥାତ୍ ଜାତୀୟ ମହାକାଶ ଦିବସ ପାଳନ କରୁଛି।
ଭାରତର ଏହି ମହତ୍ୱାକାଂକ୍ଷୀ ମିଶନକୁ ଆଜି ଏକ ବର୍ଷ ପୂରିଛି । ଗତ ଏକ ବର୍ଷ ମଧ୍ୟରେ ଏହି ଚନ୍ଦ୍ର ଅଭିଯାନ ଯୋଗୁଁ ଭାରତ ଏଭଳି ଅନେକ ଆବିଷ୍କାର କରିଛି, ଯାହା ବାକି ବିଶ୍ୱ କରିପାରିନଥିଲା । ମହାକାଶ ଅଭିଯାନରେ ଭାରତର ସଫଳତାର ଏହି କ୍ରମ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଚନ୍ଦ୍ରଯାନ-୩ ପରେ ଭାରତ ମଧ୍ୟ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନିଜେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ଏହି ସୂଚନା ଦେଇଛନ୍ତି।
ଭାରତ ୨୦୧୯ରେ ଚନ୍ଦ୍ରଯାନ-୨ରୁ ଏହି ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଚନ୍ଦ୍ର ପୃଷ୍ଠଠାରୁ କିଛି ଦୂରରେ ଲ୍ୟାଣ୍ଡର ବିକ୍ରମ ଅବତରଣ ସ୍ଥଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ମିଶନ ଅସମ୍ପୂର୍ଣ୍ଣ ରହିଥିଲା । ଦୀର୍ଘ ୪ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ୨୦୨୩ ଜୁଲାଇ ୧୪ରେ ଭାରତ ତୃତୀୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ପାଇଁ ଅଗଷ୍ଟ ୨୩ ତାରିଖ ଚୟନ କରାଯାଇଥିଲା। ଶେଷରେ ଏହି ସ୍ୱପ୍ନ ସାକାର ହେଲା ଏବଂ ସାରା ବିଶ୍ୱର ମହାକାଶ ଏଜେନ୍ସି ଇସ୍ରୋର ନାଁ ଉଚ୍ଚାରେ ରହିଥିଲା।
ଏହା ଥିଲା ଭାରତର ତୃତୀୟ ଚନ୍ଦ୍ର ଅଭିଯାନ। ସେଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଏହାର ନାମ ଚନ୍ଦ୍ରଯାନ-୩ ରଖିଥିଲା। ଏହା ପୂର୍ବରୁ ଭାରତ ୨୦୦୮ରେ ଚନ୍ଦ୍ରଯାନ-୧ କୁ ଉତକ୍ଷେପଣ କରିଥିଲା । ଏହି ଅଭିଯାନ ସଫଳ ହୋଇଥିଲା ଏବଂ ଭାରତ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାରେ ସଫଳ ହୋଇଥିଲା । ଏହାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଚନ୍ଦ୍ରରେ ଅବତରଣ ହୋଇଥିଲା।
ଅଗଷ୍ଟ ୨୩ରେ ଅବତରଣ କରିବା ପରେ ବିକ୍ରମ ଲ୍ୟାଣ୍ଡରଙ୍କ ସହ ଯାଇଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ର ଉପରେ ଗବେଷଣା ଆରମ୍ଭ କରିଥିଲା। ଏହି ଅଭିଯାନ ୧୪ ଦିନ ଥିଲା, ଯେଉଁଥିରେ ପ୍ରଜ୍ଞାନ ଆବିଷ୍କାର କରିଥିଲା ଯେ ଦକ୍ଷିଣ ମେରୁ ନିକଟରେ ବିଦ୍ୟୁତ ଚାର୍ଜ ହୋଇଥିବା ପ୍ଲାଜମାର ଏକ ମୋଟା ସ୍ତର ମିଳିଥିଲା । ଏହା ବ୍ୟତୀତ ଚନ୍ଦ୍ରଯାନ-୩ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଛି ।
କଣ ମିଳିଲା ମୁନ୍ ମିଶନରୁ? ଚନ୍ଦ୍ରର ତାପମାତ୍ରା: ବିକ୍ରମ ଲ୍ୟାଣ୍ଡରରେ ଏକ ତାପମାତ୍ରା ଯାଞ୍ଚ ଉପକରଣ ଥିଲା ଯାହା ଚନ୍ଦ୍ର ପୃଷ୍ଠଠାରୁ ୧୦ ସେଣ୍ଟିମିଟର ତଳକୁ ଯାଇପାରେ । ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ତୁଳନାରେ ପୃଷ୍ଠ ଭିତରେ ତାପମାତ୍ରା ପ୍ରାୟ ୬୦ ଡିଗ୍ରୀ ସେଲସିୟସ ଥିବା ଜଣାପଡ଼ିଥିଲା।
ବିକ୍ରମ ଲ୍ୟାଣ୍ଡର ମଧ୍ୟ ଆବିଷ୍କାର କରିଥିଲା ଯେ ଚନ୍ଦ୍ରରେ ବାରମ୍ବାର ଭୂମିକମ୍ପ ହୁଏ, ବୈଜ୍ଞାନିକମାନେ ବିଶ୍ୱାସ କରିଥିଲେ ଯେ ଏହା ସାମାନ୍ୟ ଭୂମିକମ୍ପ କିମ୍ବା ଉଲ୍କାପିଣ୍ଡ ଚନ୍ଦ୍ରରେ କମ୍ପନ ସୃଷ୍ଟି କରିଥାଏ।
ସଲଫରର ଉପସ୍ଥିତି: ବିକ୍ରମ ଲ୍ୟାଣ୍ଡର ସହ ଚନ୍ଦ୍ର ପୃଷ୍ଠକୁ ଯାଇଥିବା ପ୍ରଜ୍ଞାନ ରୋଭର ଦକ୍ଷିଣ ମେରୁରେ ସଲଫରର ଉପସ୍ଥିତି କୁ ନିଶ୍ଚିତ କରିଥିଲା। ଇସ୍ରୋ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କେବଳ ସଲଫର ନୁହେଁ, ଚନ୍ଦ୍ର ପୃଷ୍ଠରେ ସିଲିକନ୍, ଆଇରନ୍, କ୍ୟାଲସିୟମ୍ ଏବଂ ଆଲୁମିନିୟମ୍ ମଧ୍ୟ ମିଳିଥିଲା।
ଚନ୍ଦ୍ରଯାନ-୩ ଜରିଆରେ ଇତିହାସ ରଚିଥିବା ଇସ୍ରୋ ଏବେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତି ଚଳାଇଛି। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥଙ୍କ କହିବାନୁସାରେ, ଏଥିପାଇଁ ୫ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ। ବାସ୍ତବରେ ଚନ୍ଦ୍ରଯାନ-୪ ପୂର୍ବରୁ ଭାରତର ଅନେକ ମହାକାଶ ଅଭିଯାନ ଚାଲିଛି। ଏଥିରେ ସବୁଠାରୁ ବଡ଼ ଅଭିଯାନ ହେଉଛି ଗଗନଯାନ, ଯାହା କି ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ନେବା ପାଇଁ ଏକ ମହତ୍ୱାକାଂକ୍ଷୀ ଅଭିଯାନ ।