ଗୁଜୁରାଟ ଗସ୍ତରେ ପିଏମ ମୋଦି, ଅନେକ ଯୋଜନାର କଲେ ଉଦଘାଟନ

PM Modi Gujarat Visit: ଗୁଜୁରାଟ ଆଜି ସଫଳତା ଓ ବିକାଶର ଯେଉଁ ଉଚ୍ଚତାରେ ରହିଛି, ସେଥିରେ ପ୍ରତ୍ୟେକ ଗୁଜୁରାଟୀଙ୍କ ଗର୍ବ ଭରି ରହିଛି । ଏହାର ଅନୁଭବ ମୁଁ କାଲି ଗାନ୍ଧୀ ନଗରର ବିଦ୍ୟା ସମୀକ୍ଷା କେନ୍ଦ୍ରରେ କରିଛି । ଗୁଜୁରାଟର ଶିଶୁଙ୍କ ଭବିଷ୍ୟତକୁ ଆମର ଆଗାମୀ ପୀଢ଼ିକୁ ସଠିକ ମାର୍ଗରେ ନେବା ପାଇଁ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଦୃଢ଼ ପ୍ରୟାସ କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ପିଏମ ମୋଦି କହିଛନ୍ତି ।

Tamal Bakchi/ତମାଲ ବାକଚି Apr 28, 2022, 11:17 AM IST
1/6

ନୂଆଦିଲ୍ଲୀ: PM Modi Gujarat Visit: ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) । ଆଜି ଅର୍ଥାତ ଏପ୍ରିଲ ୧୯ ତାଙ୍କର ଗସ୍ତର ଦ୍ୱିତୀୟ ଦିନ । ଆଜି (ମଙ୍ଗଳବାର) ସକାଳେ ବନାସକାଣ୍ଠା ପହଞ୍ଚିଥିବା ପିଏମ ମୋଦି (PM Modi) ଅନେକ ଯୋଜନାର ଉଦଘାଟନ କରିଛନ୍ତି । ସେ ବନାସକାଣ୍ଠା ସ୍ଥିତ ଦିୟୋଦରରେ ଡେୟରୀ ପରିସର, ଆଳୁ ପ୍ରୋସିସିଙ୍ଗ ୟୁନିଟ ଓ Cheese ଓ ହ୍ୱେ (Whey) ପ୍ଲାଣ୍ଟ ବ୍ୟତୀତ ଅନେକ ପରିଯୋଜନାର ଉଦଘାଟଣ କରିଛନ୍ତି । 

2/6

ଉଦଘାଟନ୍ ସମାରୋହ ପରେ ସେ ସେଠାରେ ଉପସ୍ଥିତି ଲୋକଙ୍କୁ ସମ୍ୱୋଧନ କରିଛନ୍ତି । ସେ କହିଛନ୍ତି ଯେ ହୁଏତ ଜୀବନରେ ପ୍ରଥମଥର ଏପରି ସୁଯୋଗ ମିଳିଛି କି ଏକାସାଙ୍ଗରେ ଦେଢ଼ ଲକ୍ଷ ମା' ଓ ଭଉଣୀ ମୋତେ ଆଜି ଆଶିର୍ବାଦ ଦେଉଛନ୍ତି । 

3/6

ମୋଦି (PM Modi) ଆଗକୁ କହିଛନ୍ତି ଯେ, ବନାସ ଡେୟରୀ (Banas Dairy) ସଙ୍କୁଳ, Cheese ଓ   Whey ପ୍ଲାଣ୍ଟ, ଏହି ସମସ୍ତ ଡେୟରୀ ସେକ୍ଟରର ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ, ବନାସ ଡେୟରୀ ମଧ୍ୟ ଏହା ପ୍ରମାଣ କରିଛି ଯେ ସ୍ଥାନୀୟ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଅନ୍ୟାନ୍ୟ ସମ୍ୱଳର ମଧ୍ୟ ଉପଯୋଗ କରାଯାଇପାରିହେବ । ବନାସ ଡେୟରୀର ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବ ଓ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ । ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ଶକ୍ତି ଯୋଗାଇବ ।

4/6

ବିଗତ ୧-୨ ଘଣ୍ଟା ମୁଁ ଏଠାରେ ଅଲଗା ଅଲଗା ସ୍ଥାନକୁ ଯାଇଛି ଓ ଡେୟରୀ ସେକ୍ଟର ସହ ଜଡ଼ିତ ଯୋଜନାର ଲାଭାର୍ଥୀ ଓ ପଶୁ ପାଳକ ଭଉଣୀମାନଙ୍କ ମୋର ବିସ୍ତାର ଭାବେ ଚର୍ଚ୍ଚା ହୋଇଛି । ଏହି ସମୟରେ ମୋତେ ଯେଉଁ ସୂଚନା ପ୍ରଦାନ କରାଯାଇଛି, ସେଥିରୁ ମୁଁ ବହୁତ ପ୍ରଭାବିତ । ଭାରତର ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ, ମା' ଓ ଭଉଣୀମାନଙ୍କୁ କିପରି ବଳ ଦିଆଯାଇପାରିହେବ, ସରକାର କିପରି ଆତ୍ମନିର୍ଭର ଭାରତର ଅଭିଯାନକୁ ଶକ୍ତି ଯୋଗାଇପାରିବ, ଏହା ସବୁ ଏଠାରେ ଅନୁଭବ କରିପାରିବେ ବୋଲି ମୋଦି (PM Modi) କହିଛନ୍ତି ।

5/6

ମୋଦି ଆଗକୁ କହିଛନ୍ତି ଯେ, ଗୋବର୍ଦ୍ଧନ ମାଧ୍ୟମରେ ଏକାସାଙ୍ଗରେ ଅନେକ ଲକ୍ଷ୍ୟ ହାସଲ ହୋଇପାରିବ । ପ୍ରଥମତଃ ଏଥିରୁ ଗାଁରେ ସ୍ୱଚ୍ଛତାକୁ ବଳ ମିଳିବ । ଦ୍ୱିତୀୟତଃ ଏଥିରୁ ପଶୁ ପାଳକଙ୍କୁ ଗୋବରର ମୂଲ୍ୟ ମିଳିବ । ଆଜି ଏଠାରେ ଏକ ବାୟ-CNG ପ୍ଲାଣ୍ଟର ଲୋକାପର୍ଣ କରାଯାଇଛି ଓ ୪ଟି ଗୋବର ଗ୍ୟାସ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଏପରି ଅନେକ ପ୍ଲାଣ୍ଟ ବନାସ ଡେୟରୀର ତତ୍ତ୍ୱାବଧାନରେ ଲାଗିବାକୁ ଯାଉଛି । 

ଏହା ବି ପଢ଼ନ୍ତୁ:-ଲାଉଡସ୍ପିକର ବିବାଦକୁ ନେଇ ବଡ଼ ବୟାନ ଦେଲେ ଏହି ବଲିଉଡ ସିଙ୍ଗର

ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବଦଳିବେ ମୁଖ୍ୟମନ୍ତ୍ରୀ, ପାଇଲଟଙ୍କୁ ମିଳିବ କମାଣ!

ଏହା ବି ପଢ଼ନ୍ତୁ:-ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର

6/6

ଗୁଜୁରାଟ ଆଜି ସଫଳତା ଓ ବିକାଶର ଯେଉଁ ଉଚ୍ଚତାରେ ରହିଛି, ସେଥିରେ ପ୍ରତ୍ୟେକ ଗୁଜୁରାଟୀଙ୍କ ଗର୍ବ ଭରି ରହିଛି । ଏହାର ଅନୁଭବ ମୁଁ କାଲି ଗାନ୍ଧୀ ନଗରର ବିଦ୍ୟା ସମୀକ୍ଷା କେନ୍ଦ୍ରରେ କରିଛି । ଗୁଜୁରାଟର ଶିଶୁଙ୍କ ଭବିଷ୍ୟତକୁ ଆମର ଆଗାମୀ ପୀଢ଼ିକୁ ସଠିକ ମାର୍ଗରେ ନେବା ପାଇଁ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଦୃଢ଼ ପ୍ରୟାସ କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ପିଏମ ମୋଦି କହିଛନ୍ତି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link