yuzvendra chahal: କ୍ରିକେଟ୍ ଖେଳିବା ପୂର୍ବରୁ ଏହି ଖେଳରେ ମଧ୍ଯ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ ଚହଲ

yuzvendra chahal: ଟିମ୍ ଇଣ୍ଡିଆର ଶ୍ରେଷ୍ଠ ସ୍ପିନର୍ ଭାବେ ବେଶ ଜଣାସୁଣା ୟୁଜଭେନ୍ଦ୍ର ଚହଲ । ଆଜି ଚହଲ ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଜନ୍ମ ଦିନରେ ଆସନ୍ତୁ ଜାଣିବା ଏହି ଷ୍ଟାର କ୍ରିକେଟରଙ୍କୁ ନେଇ କିଛି ଖାସ୍ କଥା ।

Sun, 23 Jul 2023-11:28 am,
1/7

ସ୍ପିନର୍ ୟୁଜଭେନ୍ଦ୍ର ଚହଲ ବେଶ ସମୟ ହେବ ଦଳ ପାଇଁ ଭଲ ପ୍ରଦର୍ଶନ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ ଲାଗି ଦଳରେ ସାମିଲ ହୋଇନାହାନ୍ତି । କିନ୍ତୁ ଆଗାମୀ ODI ଓ ଟି -20 ସିରିଜରେ ସେ ପ୍ରଦର୍ଶନ କରିବା ନେଇ ସୂଚନା ମିଳିଛି।  

2/7

ୟୁଜଭେନ୍ଦ୍ର କ୍ରିକେଟର ହେବା ପୂର୍ବରୁ ଜଣେ ଚେସ୍ ଖେଳାଳି ଥିଲେ। ସେ ଅନେକ ଜାତୀୟ ସ୍ତର ଚେସ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ । ୨୦୦୨ ମସିହାରେ ସେ ୧୨ ବର୍ଷରୁ କମ୍ ବର୍ଗରେ ଜାତୀୟ ଶିଶୁ ଚାମ୍ପିୟନ୍ ହୋଇଥିଲେ । ଏହା ବ୍ୟତୀତ, ସେ ଜୁନିୟର ଲେବୁଲ ବିଶ୍ୱ ଚାମ୍ପିଅନସିପରେ ମଧ୍ୟ ଭାଗ ନେଇଥିଲେ। ବିଶ୍ୱ ଯୁବ ଚେସ୍ ଚାମ୍ପିଅନସିପରେ ମଧ୍ୟ ଚହଲ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି।

3/7

ଚହଲ ହେଉଛନ୍ତି ଭାରତର ପ୍ରଥମ ଖେଳାଳି, ଯିଏ ଟି -20 ଆନ୍ତର୍ଜାତୀୟ କ୍ରିକେଟରେ ୬ଟି ୱିକେଟ୍ ହାସଲ କରିବାବାରେ ସକ୍ଷମ ହୋଇଛନ୍ତି । ୨୦୧୭ ମସିହାରେ ସେ ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଟି -20 ମ୍ୟାଚରେ ୬ ୱିକେଟ୍ ନେଇଥିଲେ।

4/7

ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ଚହଲ ଅନେକ ସମୟରେ ପତ୍ନୀ ଧନଶ୍ରୀଙ୍କ ସହ ରିଲ୍ କରୁଥିବା ଦେଖିବାକୁ ମିଳିଥାଏ । ଧନଶ୍ରୀଙ୍କୁ ବିବାହ କରିବା ପରେ ଚହଲ ଲାଇମଲାଇଟକୁ ଆସିଥିଲେ।

5/7

୨୦୨୦ ମସିହାରେ ସେ ଧନଶ୍ରୀ ବର୍ମାଙ୍କୁ ବିବାହ କରିଥିଲେ । ଟିମ୍ ଇଣ୍ଡିଆର ଡ୍ରେସିଂ ରୁମରେ ନିଜର ଅଜବ ହରକତ ପାଇଁ ଚହଳ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।

6/7

ବର୍ତ୍ତମାନ ତାଙ୍କୁ ଟି-20 କ୍ରିକେଟର ଜଣେ ଶ୍ରେଷ୍ଠ ବୋଲର ଭାବେ ଗଣନା କରାଯାଉଛି । ନିଜର ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ସେ ଖେଳିଥିବା ୭୫ଟି ମ୍ୟାଚରେ ୯୧ ୱିକେଟ୍ ନେଇଛନ୍ତି ।

7/7

ସେହିପରି ଆଇପିଏଲର ୧୪୫ଟି ମ୍ୟାଚରେ ସେ ୧୮୭ଟି ୱିକେଟ୍ ନେଇଛନ୍ତି। ODI କ୍ରିକେଟ୍ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ଚହଲ ୭୨ଟି ମ୍ୟାଚରେ ମୋଟ ୧୨୧ଟି ୱିକେଟ୍ ହାସଲ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link