Surya kumar yadav: ଏହିପରି ଆରମ୍ଭ ହୋଇଥିଲା ସୂର୍ଯ୍ୟ କୁମାର ଯାଦବଙ୍କ ପ୍ରେମ କାହାଣୀ, ଜାଣନ୍ତୁ କିଏ ଥିଲେ ପ୍ରେମିକା?

ସୂର୍ଯ୍ୟ କୁମାର ଯାଦବ ୨୦୧୬ ମସିହାରେ ଦେବିଶା ସେଟ୍ଟୀଙ୍କୁ(Devisha Shetty) ବିବାହ କରିଥିଲେ । ବିବାହ ଆଗରୁ ଉଭୟ ସୂର୍ଯ୍ୟ କୁମାର ଓ ଦେବିଶା ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍ କରୁଥିଲେ ।

Thu, 23 Mar 2023-12:42 pm,
1/5

ଏହି ୩୧ ବର୍ଷିୀୟ ଭାରତୀୟ ଷ୍ଟାର ବୋଲର ୨୦୨୧ ମସିହାରେ ଆନ୍ତର୍ଜାତୀୟ ସ୍ତରରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆଇପିଏଲରେ ସୂର୍ଯ୍ୟ କୁମାର ବେଶ ଚର୍ଚ୍ଚିତ ଖେଳାଳୀ ଅଟନ୍ତି । ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିବା ପୂର୍ବରୁ ସେ ଦେବିଶା ସେଟ୍ଟୀଙ୍କୁ ବିବାହ କରିଥିଲେ। ପତ୍ନୀ ଦେବିଶା ଏଥିରେ ସୂର୍ଯ୍ୟ କୁମାରଙ୍କୁ ସହଯୋଗ କରିଥିଲେ । ତେବେ ଆସନ୍ତୁ ଜାଣିବା କେବେ କେଉଁଠି ଦେବିଶା ଓ ସୂର୍ଯ୍ୟ କୁମାର ଯାଦବ ପ୍ରଥମ ଦେଖା ହୋଇଥିଲା ।

2/5

ନିକଟରେ ଏକ ୟୁ଼ଟ୍ୟୁବ ସୋରେ, ଏହି ଯୁବ କ୍ରିକେଟର ନିଜର ପ୍ରେମ କାହାଣୀ ବିଷୟରେ କହିଥିଲେ । ସେ କହିଥିଲେ ମୁଁ କଲେଜରେ ଏକ ଝିଅ ସହ ବସି ଅନ୍ୟ ଏକ ପାର୍ଶ୍ୱକୁ ଚାହିଁଥିଲି ସେ ସମୟରେ ଦେବିଶା ମୋ ପଛ ପଟୁ ଚାଲିଚାଲି ଆସିଥିଲେ । ଏହି ସମୟରେ ମୋର ଜଣେ ବନ୍ଧୁ ଡ଼ାକିବା ପରେ ଆମେ ପଛକୁ ଚାହିଁଥିଲୁ ସେତେବେଳେ ମୋତେ ମୋ ସାଙ୍ଗ ଓ ମୋ ପାର୍ଶ୍ବରେ ଥିବା ଜଣଙ୍କୁ ନମସସ୍କାର କରିଥିଲେ ।

3/5

ସୂର୍ଯ୍ୟ କୁମାର ଯାଦବ ଆହୁରୀ ମଧ୍ଯ କହିଥିଲେ ଯେ, ଏହାପରେ ମୁଁ ମୋ ବନ୍ଧଙ୍କୁ ପଚାରିଥିଲି ଇଏ ତୁମ ଫ୍ରେଣ୍ତ କି? ମୁଁ ତାଙ୍କ ସହ କଥା ହୋଇପାରିବି ? ପରେ ମୁଁ ଯାଇ କଥା ହୋଇଥିଲି। ଦେଖା ହେବାର ୫ ମିନିଟ୍ ପରେ ସେ ଚାଲିଯାଇଥିଲେ। ଏହାପରେ ମୋ ବନ୍ଧୁ କହିଥିଲେ ଯେ ତୁ କିଛି କରିପାରିବୁ ନାହିଁ । ସେ ସମୟରେ ବିବିଏମ୍ ବହୁତ ଚାଲୁଥିଲା ।

4/5

ଏହାପରେ ବ୍ୟାଟ୍ସମ୍ୟାନ୍ ତାଙ୍କ ବନ୍ଧୁଙ୍କୁ ବିବିଏମ୍ ପିନ୍ ଆଣିବାକୁ ଅନୁରୋଧ କରିଥିଲେ, ଯାହା ଫଳରେ କଥା ଆଗକୁ ବଢି ପାରିବ। ବନ୍ଧୁ ଚେଷ୍ଟା କରିବେ ବୋଲି କହିଥିଲେ। ପରଦିନ, ମୁଁ BBMରେ ଅନୁରୋଧ ଦେବିଶାଙ୍କୁ ରିକ୍ୟୁଏଷ୍ଟ ପଠାଉଥିଲି ଆଉ ସେପଟୁ ବାରମ୍ବାର ରିକ୍ୟୁଏଷ୍ଟ କ୍ୟାନସଲ ହୋଇଯାଉଥିଲା । ଏହାପରେ ମୁଁ ଫେସବୁକରେ ଅନୁରୋଧ ପଠାଇଲି, ସେଠାରେ ଦେବିଶା ଏହାକୁ ଗ୍ରହଣ କରିଥିଲେ ।

5/5

କ୍ରିକେଟର କହିଥିଲେ କି, ଦେବିଶା ତାଙ୍କୁ ପ୍ରଶ୍ନ କରିଥିଲେ ତୁମେ କଣ କର? ମୁଁ ଗର୍ବର ସହ କହିଥିଲେ ଯେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ରିକେଟ୍ ଖେଳେ । ଏହାପରେ ଭାବିଥିଲି କି କିଛି ଭଲ ରିପ୍ଲାୟ ଆସିବ କିନ୍ତୁ ସେପଟୁ ଅତି ସାଧାରଣ ରିପ୍ଲାୟ ଆସିଥିଲା । ଏହାପରେ ଆମ ଭିତରେ କଥାବର୍ତ୍ତା ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଥମେ ଆମ ଭିତରେ ବହୁତ ଝଗଡ଼ା ହେଉଥିଲା ପରେ ଆମେ ପରସ୍ପର ପାଇଁ ବେଶ ସିରିୟସ ହୋଇଗଲୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link