December 27 Financial Horoscope: ଶୁକ୍ରବାର ଆର୍ଥିକ ରାଶିଫଳ, ୫ରାଶିର ବ୍ୟାଙ୍କ ବାଲାନ୍ସ ବଢିବା ସହ ହେବ ଉନ୍ନତି

December 27 Financial Horoscope: ଡିସେମ୍ବର ୨୭ ତାରିଖ ଶୁକ୍ରବାର ମା` ଲକ୍ଷ୍ମୀଙ୍କ ଆଶୀର୍ବାଦରେ ସିଂହ ଓ ତୂଳା ରାଶି ସମେତ ୫ଟି ରାଶିର ବ୍ୟକ୍ତିଙ୍କୁ ଲାଭ ମିଳିବାକୁ ଯାଉଛି। ଏହି ୫ରାଶିର ଉନ୍ନତି ହେବ ଏବଂ ସମ୍ମାନ ବୃଦ୍ଧି ପାଇବ । ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ ଓ ଧନ କ୍ଷେତ୍ରରେ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସପିଂରେ ଦିନଟି କଟିବ। ଆସନ୍ତୁ ଜାଣିବା ଧନ ଦୃଷ୍ଟିରୁ ଶୁକ୍ରବାର କେମିତି କଟିବ।

Rashmita Sahoo Dec 26, 2024, 21:07 PM IST
1/5

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ବିଶେଷ। ଆପଣଙ୍କ ଦିନଟି ଲାଭରେ ପରିପୂର୍ଣ୍ଣ ରହିବ ଏବଂ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବା ସହିତ ମନ ପ୍ରସନ୍ନ ରହିବ । ଜମିବାଡ଼ି ଓ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ମିଳିବ। ପିତାଙ୍କ ଆଶୀର୍ବାଦ ରେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ଆପଣଙ୍କ ପାଇଁ ଉନ୍ନତିର ସମ୍ଭାବନା ରହିଛି । ସରକାରଙ୍କ ତରଫରୁ ସମ୍ମାନ ମିଳିପାରେ। ସଂଧ୍ୟାରେ ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବିଳମ୍ବିତ ରାତି ସୁଦ୍ଧା ସବୁ କିଛି ଠିକ୍ ହୋଇଯାଇପାରେ।

Also Read: Richest Youtuber: ଏମାନେ ହେଲେ ଦେଶର ୧୦ କୋଟିପତି ୟୁଟ୍ୟୁବର...ଇନକମ ବିଷୟରେ ଜାଣିଲେ ମୁଣ୍ଡରେ ଦେବେ ହାତ

Also Read: Top 5 Lucky Rashi Of January: ଜାନୁଆରୀରେ ଏହି ୫ ରାଶି ରହିବେ ସବୁଠୁ ଭାଗ୍ୟବାନ, ଧନଧାନ୍ୟରେ ଭରିବ ଜୀବନ

2/5

ସିଂହ ରାଶିର ଲୋକଙ୍କ ମନରେ ଭଲ ଭାବନା ବୃଦ୍ଧି ପାଇବ। ଆପଣ ନିଜର ଅଧିକାଂଶ ସମୟ ଧାର୍ମିକ କାର୍ଯ୍ୟରେ ବିତାଇବେ । ଆତ୍ମବିଶ୍ୱାସର ସହ କରିଥିବା କାର୍ଯ୍ୟରେ ସଫଳତା ପାଇବେ। ଅଟକି ରହିଥିବା କାମ ଟିକିଏ ଖର୍ଚ୍ଚ କରି ପୂରା ହୋଇପାରିବ। ନୂତନ ପ୍ରକଳ୍ପକାର୍ଯ୍ୟ ଆରମ୍ଭ ହେବ। ଶତ୍ରୁମାନେ ଆପଣଙ୍କ ଶକ୍ତି ଦେଖି ହାର ମାନିବେ। ବ୍ୟବସାୟରେ ଉନ୍ନତି ହେବ। ବିଭିନ୍ନ ଉତ୍ସରୁ ଟଙ୍କା ପ୍ରାପ୍ତ ହେବ।

 

3/5

ତୁଳା ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାରେ ପରିବର୍ତ୍ତନ ଆଣିବାର ସମୟ ଆସିଛି। ପାଠ ପଢ଼ାପ୍ରତି ଆଗ୍ରହ ବଢ଼ିବ। ନୂଆ ଜିନିଷ ଶିଖିବାରେ ସକ୍ଷମ ହେବେ। ନିଜ କଥାକୁ ଠିକ୍ ଭାବେ ପ୍ରମାଣିତ କରିବାରେ ସକ୍ଷମ ହେବେ। ପିତାମାତା ଓ ଶିକ୍ଷକଙ୍କୁ ସମ୍ମାନ ଦିଅନ୍ତୁ। ସନ୍ଧ୍ୟାରେ ଚୋରି କିମ୍ବା ଆଘାତରୁ ଦୂରେଇ ରୁହନ୍ତୁ। ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆପଣଙ୍କର ଦିନଟି ସଫଳତାରେ କଟିବ ଏବଂ ଭାଗ୍ୟ ଆପଣଙ୍କ ସହିତ ରହିବ । ବ୍ୟବସାୟ କରୁଥିବା ଲୋକ ଲାଭବାନ ହେବେ।

4/5

ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ କ୍ଷେତ୍ର ଖୁବ ଭଲ ରହିବ। କଠିନ ପରିଶ୍ରମ ଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହେବ। ସରକାରଙ୍କ ତରଫରୁ ସମ୍ମାନ ମିଳିପାରେ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଶୁଭ କାର୍ଯ୍ୟ ବ୍ୟବସାୟ ହେବ ଏବଂ ଆପଣଙ୍କର ଖ୍ୟାତି ବୃଦ୍ଧି ହେବ। ଆପଣଙ୍କ ଦିନ ଲାଭରେ ପରିପୂର୍ଣ୍ଣ ରହିବ ଏବଂ ମାନ ସମ୍ମାନ ବୃଦ୍ଧି ପାଇବ ଏବଂ ଆପଣଙ୍କର ପୂରା ଦିନ ଉନ୍ନତିରେ ପରିପୂର୍ଣ୍ଣ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବାହାରକୁ ଯିବାକୁ ପଡ଼ିପାରେ।

 

5/5

କୁମ୍ଭ ରାଶିର ଲୋକଙ୍କ ରୋଜଗାର ବୃଦ୍ଧି ପାଇଁ ପ୍ରୟାସ ସଫଳ ହେବ। ଭଲ ଉପାୟରେ ଧନ ଲାଭ ହେବ। ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ପ୍ରତ୍ୟେକ କ୍ଷେତ୍ରରେ ଲାଭ ମିଳିବ। ବନ୍ଧୁଙ୍କ ସହ ମିଶି ନୂଆ ବଣଭୋଜି କରିପାରନ୍ତି ହେଲେ ବିପଦରୁ ଦୂରେଇ ରୁହନ୍ତୁ।  କୌଣସି ସ୍ଥାନରୁ କେହି ଆପଣଙ୍କ ଘରକୁ ଆସିପାରନ୍ତି ଏବଂ ଆପଣଙ୍କ ଯୋଜନା ସଫଳ ହେବ । ପାରିବାରିକ କ୍ଷେତ୍ରରେ ଲାଭବାନ ହେବେ ଓ ମାନ ସମ୍ମାନ ବୃଦ୍ଧି ହେବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link