Bollywood Celebrity: ବିବାହ ପରେ ବି ବିବାଦରେ ଏହି ସବୁ ସେଲିବ୍ରିଟି,ଥାନା ଓ କୋର୍ଟକୁ ଯାଇଛି ମାମଲା

Bollywood Stars Extramarital Affairs: ବଲିଉଡର ଏଭଳି ଅନେକ ଷ୍ଟାର ଅଛନ୍ତି ଯିଏକି ବିବାହ ପରେ ମଧ୍ୟ ଏକ୍ସଟ୍ରା ମାରିଟାଲ ଆଫେୟାର୍ସ (Extramarital Affairs) କୁ ନେଇ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି। ଏଥିରେ ଅନେକ ବଡ ବଡ କଳାକାରଙ୍କ ନାଁ ମଧ୍ୟ ରହିଛି ।

Sun, 05 Feb 2023-12:00 pm,
1/5

ବଲିଉଡର ସୁରଷ୍ଟାର କିଙ୍ଗ ଖାନ୍ , ପ୍ରିୟଙ୍କା ଚୋପ୍ରା ଓ ଶାହରୁଖ୍ ଖାନ୍ ଏକାଠି ହୋଇ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏମାନଙ୍କ ଯୋଡି ମଧ୍ୟ ସ୍କ୍ରିନରେ ଧମାଲ କରୁଥିଲା। କିନ୍ତୁ ଏହା ମଧ୍ୟରେ  ଚର୍ଚ୍ଚାକୁ ଆସିଥିଲା ଯେ,ଉଭୟଙ୍କ ଆଫେୟାର୍ସ ଚାଲିଛି ।  ଏହି ଖବର ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ପାଖରେ ପହଞ୍ଚିଥିଲା। ତା ପରେ ଗୌରୀ ଶାହରୁଖକୁ ତାଗିଦ୍ କରିବା ସହ ପ୍ରିୟଙ୍କାଙ୍କ ସହ ଫିଲ୍ମ ନ କରିବାକୁ ରୋକଠୋକ ଶୁଣାଇଥିଲେ। ଏବା ପରଠାରୁ ଶାହରଖ ଖାନଙ୍କୁ ଆଉ ପ୍ରିୟଙ୍କା ସହ ଫିଲ୍ମରେ ଦେଖିବାକୁ ମିଳୁନି।

2/5

ଡ୍ୟାନସିଂ ଷ୍ଟାର ଗୋବିନ୍ଦା,ଗୋବିନ୍ଦାଙ୍କ ଫିଲ୍ମ 'ହଦ୍ କରଦେ ଆପନେ 'ରୁ ରାନୀ ମୁଖାର୍ଜୀଙ୍କ ସହ ସମ୍ପର୍କ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲ। ଯାହା ପରେ ତାଙ୍କ ପତ୍ନୀ ସୁନୀତା ଓ ତାଙ୍କ ମଧ୍ୟରେ ଜୋରସୋର ଝଗଡା ହୋଇଥିଲା। ଯେଉଁଥିରେ କି  ସେମାନଙ୍କ ସମ୍ପର୍କ ଭାଙ୍ଗିବା ଉପରେ ରହିଥିଲା । କିନ୍ତୁ ସମ୍ପର୍କ ଭାଙ୍ଗୁ ଭାଙ୍ଗୁ ରହି ଯାଇଥିଲା । ଆଉ ରାନୀଙ୍କ ଠାରୁ ଦୂରେଇ ଯାଇଥିଲେ ଗୋବିନ୍ଦା ।

 

3/5

ଏହା ପଛକୁ ଅଛନ୍ତି ରୋମାଣ୍ଟିକ୍ ଷ୍ଟାର ଧର୍ମେନ୍ଦ୍ର। ସେ ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ।  ଧର୍ମେନ୍ଦ୍ର ପ୍ରକାଶଙ୍କୁ ପରିବାର ସଦସ୍ୟଙ୍କ ସହମତି କ୍ରମେ ବିବାହ କରିଥିଲେ।  ଏବଂ ପରେ ସେ ଚରୋଟି ସନ୍ତାନର ପିତା ମଧ୍ୟ ହୋଇଥିଲେ। ଏହାପରେ ସେ ଫିଲ୍ମରେ କାମ କରୁଥିବା ବେଳେ ହେମା ମାଲୀନଙ୍କ ପ୍ରେମରେ ପଡିଥିଲେ।  ଆଉ ହେମାଙ୍କୁ ଦ୍ବୀତିୟ ପତ୍ନୀ ଭାବେ ଗ୍ରହଣ କରିଥିଲେ। ତେବେ ଏହି ବିବାହର ଏକ ଖାସ କଥା ହେଉଛି ଧର୍ମେନ୍ଦ୍ର ହେମାଙ୍କୁ ବିବାହ ପାଇଁ ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ଏବଂ ପରେ ବିବାହ କରିଥିଲେ। ତେବେ ଆଜି ଯାଏଁ ଧର୍ମେନ୍ଦ୍ର ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ନାହାଁନ୍ତି ।

4/5

ଏହି ଲିଷ୍ଟରେ ଅଛନ୍ତି ମଲାଇକା ଆରୋରା, ମଲାଇକା ଅରବାଜଙ୍କୁ ବିବାହ କରିଥିଲେ। କିନ୍ତୁ ୧୯ ବର୍ଷ ପରେ ୨୦୧୭ରେ ଅଲଗା ହୋଇଥିଲେ। ଛାଡପତ୍ର ହେବାର କାରଣ ଉଭୟ ଜଣାଇ ନାହାଁନ୍ତି । କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଲାଇକାଙ୍କ ନାମ ଅର୍ଜୁନ କପୁରଙ୍କ ସହ ଆସିବା ପରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା। ଛାଡପତ୍ର ପରେ ମଲାଇକା ଅର୍ଜୁନଙ୍କ ସହ ରହୁଛନ୍ତି । 

 

5/5

ରାଜ ବାବରଙ୍କ ପ୍ରଥମ ବିବାହ ନାଦିରା ବାବରଙ୍କ ସହ ହୋଇଥିଲା। ଉଭୟ ନିଜ ପରିବାରରେ ଖୁସି ଥିଲେ, କିନ୍ତୁ ପରେ ଚଳଚ୍ଚିତ୍ରରେ କାମ କରୁଥିବାବେଳେ ରାଜ ସ୍ମିତା ପାଟିଲଙ୍କ ନିକଟତର ହୋଇଥିଲେ ଏବଂ ସେ ସ୍ମିତାଙ୍କୁ ବିବାହ କରିଥିଲେ। ଗର୍ଭବତୀ ଥିବା ସମୟରେ ସ୍ମିତାଙ୍କର ଦେହାନ୍ତ ହୋଇଗଲା ଏବଂ ରାଜ ତାଙ୍କର ପ୍ରଥମ ପତ୍ନୀଙ୍କ ନିକଟକୁ ଫେରିଗଲେ ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link